ହେଡଲାଇନସ୍:

୨୦ ରେ ପାଟକୁରା ନିର୍ବାଚନ, ୨୪ରେ ଗଣତି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର(Shasak Prashasak) :- ବାଜିଲା ଭେରୀ, ୨୦ ତାରିଖରେ ହେବ ଭାଗ୍ୟ ପରୀକ୍ଷା ପାଟକୁରାରେ | ଏଥର କାହା ବାରି, ପ୍ରାୟ ୨୦ ବର୍ଷ ଧରି ବିଧାନ ସଭା ଯିବାରୁ ବଂଚିତ ହୋଇଥିବା ବିଜୟ ମହାପାତ୍ର ନା ଦିବଂଗତ ନେତା ବେଦପ୍ରକାଶ ଅଗ୍ରୱାଲଙ୍କ ବିଧବା ପତ୍ନୀ ସାବିତ୍ରୀ ଅଗ୍ରୱାଲଙ୍କର | ସିଂପାଥି ଦୁଇ ଜଣକ ସପକ୍ଷରେ, ହେଲେ କାହା ଆଡକୁ ବେଶୀ ଯାଉଛି ତାହା ଜଣାପଡିବ ଆସନ୍ତା ୨୪ ତାରିଖରେ |
ନିର୍ବାଚନ କମିଶନଙ୍କ ଖୋଷଣ ଅନୁଯାୟୀ  ଆସନ୍ତା କୋଡ଼ିଏ ତାରିଖ ଦିନ ହେବ ପାଟକୁରା ବିଧାନସଭା ପାଇଁ ଭୋଟ ଗ୍ରହଣ । ମତଗଣନା ହେବ ୨୪ ତାରିଖରେ |ଆଉ ସେଇଠି ପାଇଁ  ଆଜି ଭାରତୀୟ ନିର୍ବାଚନ କମିଶନ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଗତ ସାଧାରଣ ନିର୍ବାଚନ ସମୟରେ ବିଜୁ ଜନତା ଦଳ ପ୍ରାର୍ଥୀ ଶ୍ରୀ ବେଦ ପ୍ରକାଶ ଅଗ୍ରୱାଲଙ୍କର ନିଧନ ହେଇଯିବାରୁ ଏଠାରେ ନିର୍ବାଚନକୁ ସ୍ଥଗିତ କରାଯାଇଥିଲା । ପରବର୍ତ୍ତୀ ସମୟରେ ଫନି ପାଇଁ ନିର୍ବାଚନ କୁ ଘୁଞ୍ଚାଇ ଦିଆଯାଇଥିଲା ।

0
0
0
s2sdefault