ହେଡଲାଇନସ୍:

ନୂଆ ପୁରୁଣା ବିଧାୟକବଙ୍କୁ ନବୀନଙ୍କ ଟିଚିଙ୍ଗ : ସୋ ବାଜି ନକରି ନମ୍ର ହୁଅ : ବଡଦାମି ଗାଡି ଚଢିବନି କି ମୋଟା ସୁନା ଅଳଙ୍କାର ପିନ୍ଧିବନି

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ପ୍ରଥମଥର ନିର୍ବାଚିତ ହୋଇଥିବା ବିଜେଡି ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଦୁର୍ନୀତି ଠାରୁ ଦୂରେଇ ରହି ସରଳ ଓ ନମ୍ର ହୁଅ
ଦଳୀୟ ରାଜନୀତିରୁ ଊଦ୍ଧ୍ୱର୍କୁ ଯାଇ ଲୋକଙ୍କ ସେବାକର
୨୦୦୦ ମସିହାର ନିଜ ଅନୁଭୂତିର ଉଦାହରଣ ଦେଲେ ମୁଖ୍ୟମନ୍ତ୍ରୀ


ଭୁବନେଶ୍ୱର : ‘ଜମା ମୋଟା ସୁନା ହାର ପିନ୍ଧିବନି  । ବଡ ଦାମିଗାଡି ଚଢିବନି  ।  ଳୋକଙ୍କ ପ୍ରତି ଭଲ ବ୍ୟବହାର ଦେଖାଅ  । ଆଉ ଆଚରଣ ଉଚ୍ଚାରଣରେ ସଞ୍ଜମତା ରଖ’  । ଏମିତି କିଛି କର୍ଣ୍ଣମନ୍ତ୍ର ଦେଇଛନ୍ତି ନୂଆ ଓ ପୁରୁଣା ବିଧାୟକ ଆଉ ମନ୍ତ୍ରୀ ମାନଙ୍କୁ  ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ  ।
 ଏଥର ବିଧାନସଭାକୁ ବିଜେଡିରୁ ନିର୍ବାଚିତ ହୋଇଛନ୍ତି ବହୁ ନବାଗତ ବିଧାୟକ ବିଧାୟିକା  । ଯଦିଓ ନେତା ନିର୍ବାଚନ ହେଲା ଦିନ ଦଳର ନିର୍ବାଚିତ ବିଧାୟକ ଉପସ୍ଥିତ ଥିଲେ, ତଥାପି କର୍ଣ୍ଣମନ୍ତ୍ର ଦେବାର ଅବସର ନଥିଲା ନବୀନ ବାବୁଙ୍କ ପାଇଁ  । ବିଧାୟକ ଭାବେ ଶପଥ ନେବା ପରେ ପାଟଣା ବିଧାୟକଙ୍କ କେଁ  । ଯେଉଁଥିପାଇଁ ଦଳ ଅପଦସ୍ଥ ଆଉ ବିଧାୟକ ଜେଲରେ । ପଞ୍ଚମ ପାଳି ସରକାର ଯାହା ବି ହେଉ ନବୀନ ବାବୁଙ୍କ ଲୋକପ୍ରିୟତାରେ ପାରି ହୋଇଗଲେ  । ରାଜନୀତିରେ ଘଡିକେ ଘୋଡା ଛୁଟୁଛି, ଆଗାମୀ ଥର ବେଳକୁ ପରିସ୍ଥିତି ଏଭଳି ଅନୁକୂଳ ରହିନପାରେ  । ପ୍ରତିଦ୍ୱନ୍ଦ୍ୱିତା ତୀବ୍ର ହୋଇପାରେ  । ଆଉ ସେପଟେ ଜାତୀୟ ସ୍ତରରେ ମଧ୍ୟ ରାଜନୀତି ଭିନ୍ନ କଡ ଲେଉଟେଇଛି  । ଏଭଳି ପରିସ୍ଥିତିରେ ବିଧାୟକମାନଙ୍କୁ କର୍ଣ୍ଣମନ୍ତ୍ର ନଦେଲେ ବା ସେମାନଙ୍କ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ନକଲେ ପରିସ୍ଥିତି ବିଗିଡି ଯାଇପାରେ  । ତେଣୁ ଏସବୁକୁ ଦୃଷ୍ଟିରେ ରଖି ବିଜେଡି ସୁପ୍ରିମୋ ଡକାଇଥିଲେ ବିଧାୟକମାନଙ୍କ ବୈଠକ  । ପ୍ରଥମେ ମନ୍ତ୍ରିମାନଙ୍କ ବୈଠକ ଧାର୍ଯ୍ୟ ହୋଇଥିବା ବେଳେ ପରେପରେ ତାହା “ଅଲ ମିନିଷ୍ଟର, ଅଲ ଏମଏଲଏ” ମିଟିଂରେ ପରିବର୍ତ୍ତିୀତ ହୋଇଯାଇଥିଲା  । ବିଧାନସଭା ସରିବା ପରେ ଯେଯାହା ଏରିଆକୁ ଚାଲିଯାଇଥିଲେ  । ଭୁବନେଶ୍ୱରରେ ବା ପାଖରେ ଯେତେଜେଣ ବିଧାୟକ ଓ ମନ୍ତ୍ରୀ ଥିଲେ ସେମାନେ ବୈଠକରେ ଆସି ଯୋଗ ଦେଇଥିଲେ । ଯଦିଓ ବୈଠକରେ ପୂର୍ଣ୍ଣ ଉପସ୍ଥିତି ନଥିଲା, ତଥାପି ଯେତିକି ବିଧାୟକ ଥିଲେ ସେମାନଙ୍କ ମାଧ୍ୟମରେ ଗୋଟାଏ ବାର୍ତ୍ତା ଚାଲିଗଲା ସବୁ ବିଧାୟକ ମନ୍ତ୍ରୀଙ୍କୁ  । ନୂଆ ବିଧାୟକ ଯଦିଓ ଆଳ ଥିଲା, ପୁରୁଣା ନୁଆ ସବୁ ବିଧାୟକବିଧାୟିକାଙ୍କୁ ଖୋଲାଖୋଲି ତାଗିଦ କରିଛନ୍ତି ବିଜେଡି ସଭାପତି  ସଂଯମତା ଆଚରଣ କରିବା ପାଇଁ  । ଆଉ ଜାରି କରିଛନ୍ତି “ଆଦର୍ଶ ଆଚରଣ ସଂହିତା”  ।
 ଆଜି ପୂର୍ବାହ୍ଣରେ ନବୀନ ନିବାସଠାରେ ଅନୁଷ୍ଠିତ  ହୋଇଥିଲା ପ୍ରଥମଥର ବିଧାନସଭାକୁ ନିର୍ବାଚିତ ହୋଇଥିବା ବିଜୁ ଜନତା ଦଳର ବିଧାୟକମାନଙ୍କ  ବୈଠକ  । ବୈଠକରେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ କହିଥିଲେ ଯେ, ୨୦୦୦ ମସିହାରେ ମୁଁ ପ୍ରଥମକରି ବିଧାୟକ ଭାବେ ନିର୍ବାଚିତ ହେବା ପରେ ମୁଁ ମୋ ନିର୍ବାଚନ ମଣ୍ଡଳୀର ବିଡିଓମାନଙ୍କୁ ଡାକି କହିଲି, ଏବେ ନିର୍ବାଚନ ସରିଯାଇଛି । ମୁଁ ନିର୍ବାଚନ ମଣ୍ଡଳୀର ସମସ୍ତଙ୍କର ବିଧାୟକ ଅଟେ । ଆପଣମାନେ କାର୍ଯ୍ୟକ୍ଷେତ୍ରରେ କୌଣସି ଭୟ ଓ ଅନୁଗ୍ରହ ପ୍ରଦର୍ଶନ ନ କରି ସବୁ ଲୋକଙ୍କ ପାଇଁ କାମ କରନ୍ତୁ । ଦଳୀୟ ଭିତ୍ତିରେ କୌଣସି ବାଛ-ବିଚାର କରନ୍ତୁ ନାହିଁ । ବିଧାୟକ ଭାବେ ହେଉ ବା ମୁଖ୍ୟମନ୍ତ୍ରୀ ଭାବେ ହେଉ, ମୁଁ ସବୁବେଳେ ନିଷ୍ଠା ସହିତ ଏହି ନୀତିକୁ ପାଳନ କରି ଆସୁଛି । ମୁଁ ଚାହୁଁଛି ଆପଣମାନେ ସବୁବେଳେ ଏହି ନୀତିକୁ ଅନୁସରଣ କରନ୍ତୁ । ଆପଣମାନେ ଯଦି ବିଜୁବାବୁଙ୍କୁ ଦେଖିବେ ତାଙ୍କର ପରିଚୟ ଥିଲା ଦଳୀୟ ରାଜନୀତିରୁ ଊଦ୍ଧ୍ୱର୍କୁ ଯାଇ ସବୁ ବର୍ଗର ଲୋକମାନଙ୍କୁ ସାହାଯ୍ୟ କରିବା ଓ ଲୋକଙ୍କ ପାଇଁ କାମ କରିବା । ମୁଁ ମୋ ଅନୁଭୂତିରୁ କହୁଛି, ଆପଣମାନେ ଯଦି ଦୁର୍ନୀତି ଠାରୁ ଦୂରରେ ରହି ଲୋକଙ୍କ ପାଇଁ କାମ କରନ୍ତି ତେବେ ନିର୍ବାଚନ ସହଜ ହେବ ଏବଂ ବାରମ୍ବାର ନିର୍ବାଚିତ ହେଉଥିବେ । ଆଉ ଯଦି କେବଳ ନିର୍ବାଚନକୁ ଦୃଷ୍ଟିରେ ରଖି ଆପଣମାନେ କାମ କରନ୍ତି ତାହା ହେଲେ ବିପରୀତ ହେବ । ସାଧାରଣ ଜୀବନରେ ଆଉ ଏକ ମୁଖ୍ୟ କଥା ହେଲା ସରଳତା । ଲୋକମାନେ ସରଳତାକୁ ପସନ୍ଦ କରିଥାନ୍ତି । ଯଦି ଜଣେ ଅହଂକାରୀ ଓ ବିଳାସପୂର୍ଣ୍ଣ ଜୀବନ ଯାପନ କରେ ତେବେ ଏହା ସାଧାରଣ ଲୋକ ଏବଂ ତାଙ୍କ ପ୍ରତିନିଧିଙ୍କ ମଧ୍ୟରେ ଏକ ଦୂରତା ସୃଷ୍ଟି ହେବ । ଆପଣମାନେ ମୋ ପରାମର୍ଶକୁ ଗୁରୁମନ୍ତ୍ର ଭାବେ ଗ୍ରହଣ କରି ଲୋକମାନଙ୍କର ଆମ ଉପରେ ଥିବା ଆସ୍ଥା ଓ ବିଶ୍ୱାସକୁ ଅତୁଟ ରଖିବା ପାଇଁ ପରିଶ୍ରମ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ବିଧାୟକମାନଙ୍କୁ କହିଥିଲେ । ଆଉ ମୁଖ୍ୟମନ୍ତ୍ରୀ ଖୋଲାଖୋଲି ତାଙ୍କ ଅଭିଭାଷଣ ବା ପରାମର୍ଶରେ ତାଗିଦ କରିଦେଲେ ଯେ ବଡ ଓ ଦାମି ଗାଢି ଚଢିବ ନାହିଁ  । ମୋଟା ସୁନାହାର ବା ମୋଟା ବ୍ରେସଲେଟ ପକାଇ ଆଭିଜାତ୍ୟପୂର୍ଣ୍ଣ ଢଙ୍ଗରେ ଚଳିବ ନାହିଁ  । ସାଧାରଣ ଭାବେ ଚଳ ଆଉ ଲୋକଙ୍କ ଦ୍ୱାରା ଗ୍ରହଣୀୟ ହେବା ପାଇଁ ଚେଷ୍ଟା କର  ।

0
0
0
s2sdefault