ହେଡଲାଇନସ୍:

ମନ୍ତ୍ରୀଙ୍କ ଏମଏଲଏ କଲୋନୀ ବେଡ଼ ରୁମ ପହଂଚି ଗଲା ବିଧାନ ସଭାରେ !!!!

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଟାର୍ଗେଟରେ ସୁଶାନ୍ତ,

କି ମିଛ ଗପ ......ମୂଳରୁ ମାଈପ ନାହିଁ ପୁଅ ନା ଗୋପାଳିଆ

ବରଗଡ (ଗୌରାଙ୍ଗ ଚରଣ ଦାସ ):-  ପୋଖରୀରୁ ନଗଦ ନଗଦ ଧରାହୋଇ ଆସି ଫକ ଫକ ଡେଉଁଥିବା  ମାଛରେ ବି ପୋକ ପକାଇବାକୁ ଯଦି କହିବ ତେବେ କିଛି ଲୋକ ଅଛନ୍ତି ଯେଉଁମାନେ କି ସେଥିରେ ସିଦ୍ଧହସ୍ତ । ସେମାନଙ୍କ ଆଖିରେ ବୋଧ ହୁଏ ଡ଼ିଫେକ୍ଟ ଥାଏ , ଯାହା ଦେଖିଲେ ବି ଅଖାଡୁଆ ଦେଖାଯାଏ । ନହେଲେ ଇର୍ଷା ଅବା ରାଜନୈତିକ ପ୍ରତିହିଂସା ପ୍ରମୁଖ କାରଣ ହୋଇପାରେ | ସରକାରଙ୍କ ଦୋଷ ତ୍ରୁଟିକୁ ପାଦରେ ପକାଇବା ବା ସମାଲୋଚନା କରି ସରକାର ଓ ରାଜନେତା ବା ଅଫିସରଙ୍କୁ ବାଟକୁ ଆଣିବାରେ ସହାୟକ ହୋଇଥାଏ ଗଣମାଧ୍ୟମ | ହେଲେ  ସଜ  ମାଛରେ ପୋକ ପକାଇବା ଭଳି  ଅଭ୍ୟାସ ଆଦୌ ଗଣମାଧ୍ୟମର ରହିବା ଅନୁଚିତ  । ହେଲେ କିଛି ଲୋକ ଗଣମାଧ୍ୟମରେ ଅଛନ୍ତି କେଉଁମାନଙ୍କ କାମ ହେଲା ସଯ ମାଛରେ ପୋକ ପକାଇବା | ଉଦ୍ଦେଶ୍ୟମୂଲକ ଭାବେ ଯାହା ପିଛା ଲାଗିଥିବେ, ଲାଗିଥିବେ । ଏମିତି ମିଛ ଗୁଡାକ ତୋଳି ଆଣି ଥୋଇଦେବେ ସତେ ଯେମିତି ଶୋଳଅଣା ସତ | ନିଜକୁ ସତ୍ୟର ପୂଜାରୀ ଆଉ ନିଛକ ଖବର ପେଶ କରୁଥିବାର ଦାବ କରୁଥିବା ଏବଂ ନିଜକୁ ଏକ ନମ୍ବର ଗଣମାଧ୍ୟମ ବୋଲି ଦାବି କରୁଥିବା ସଂସ୍ଥା ଯେ ଦାହ ମିଛକୁ ମସଲା ଦେଇ ପରିବେଷଣ କରିଛି ତାର ୱେବ ପୋର୍ଟାଲରେ | ଏହା ନିଃସନ୍ଦେହ ଯେ  ଘାଇଲା ବାଘ ପରି ଶାସକ ଦଳ ପିଛା ପଡିଛି ସେଇ ଗଣମାଧ୍ୟମ | ଆଉ ସବୁଠୁ ବଡ଼କଥା ହେଲା ଏବେ ସେହି ଗଣମାଧ୍ୟମର ଟାର୍ଗେଟରେ ଶାସକ ଦଳର ଯୁବ ମନ୍ତ୍ରୀ ଓ ବିଧାୟକ | ଅବଶ୍ୟ ତାହା ସେ ଗଣମାଧ୍ୟମର ବାଧ୍ୟବାଧକତା |  ସବୁଠାରୁ ଅଧିକ ଟାର୍ଗେଟରେ ଅଛନ୍ତି ନବୀନ ବାବୁଙ୍କ ୟଙ୍ଗ ବ୍ରିଗେଡର ଭରସାଯୋଗ୍ୟ ଖେଳାଳି ଯୁବ ମନ୍ତ୍ରୀ ସୁଶାନ୍ତ ସିଂ | ଆଗକୁ ବିଜେପୁର ଉପ ନିର୍ବାଚନ | ଆଉ ସମସ୍ତେ ଜାଣିଛନ୍ତି ନବୀନଙ୍କ ଲୋକ ପ୍ରିୟତାକୁ ଆଧାରକରି ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ମୈଦାନରେ ସାମନାରେ ଲଢ଼ିବେ ସୁଶାନ୍ତ | ବିଜେପୁର ଉପ ନିର୍ବାଚନ ହେଉ କି ନବୀନ ବାବୁ ଲଢ଼ିଥିବା ସାଧାରଣ ନିର୍ବାଚନ ହେଉ ଦଳର ଆଦେଶକୁ ଶୀରଧାର୍ଯ୍ୟ କରି ମୈଦାନରେ ଜି-ଜାନ ଲଗାଇଥିଲେ ସୁଶାନ୍ତ | ଆଉ ଆଗକୁ ଯେଉଁ ଉପ ନିର୍ବାଚନ ହେବ ସେଥିରେ ବି ସୁଶାନ୍ତ ଗୁରୁତ୍ୱପୁର୍ଣ ଦାୟିତ୍ୱ ନିର୍ବାହ କରିବେ | ତେଣୁ ତାଙ୍କୁ କଲେ ବେଳେ କୌଶଳେ ବଦନାମ କରିବା ପାଇଁ  ସମ୍ପୃକ୍ତ ଗଣମାଧ୍ୟମ  ବଜାରକୁ ଛାଡ଼ିଛି ଉଦ୍ଦେଶ୍ୟମୂଳକ ଖବର | ଆଉ ତାହା ହେଉଛି ଯେ ମନ୍ତ୍ରୀ ସୁଶାନ୍ତ ସିଂହ ସରକାରୀ ଅର୍ଥର ଅପଚୟ କରି ନିଜ ବିଧାନ ସଭା ଚାମ୍ବରରେ ପକାଇଛନ୍ତି ବହୁମୂଲ୍ୟ ପଲଙ୍କ | ଆଉ ୩୦୦ ମିଟର ଦୂରରେ କ୍ୱାର୍ଟର ଥିବା ବେଳେ ବିଧାନ ସଭାରେ ଅୟସ କରୁଛନ୍ତି |
ସମ୍ପୃକ୍ତ ଗଣମାଧ୍ୟମ ଯାହା ଉଲ୍ଲେଖ କରିଛି  ତା ଭାଷାରେ " ବିଜେଡି ସରକାର କ୍ଷମତାକୁ ଆସିବା ପରଠୁ ରାଜ୍ୟର ଋଣବୋଝ ୫ଗୁଣ ବୃଦ୍ଧି ପାଇ ସାରିଥିବାବେଳେ ସରକାରୀ ବିଭାଗ, ଅଫିସର ଓ ମନ୍ତ୍ରୀମାନଙ୍କ ଅଯଥା ଖର୍ଚ୍ଚରେ ଏପର୍ଯ୍ୟନ୍ତ କଟକଣା ଲାଗିପାରୁନି। ଗତ କିଛଦିନ ତଳେ ସୁନ୍ଦରଗଡ଼ ଜିଲ୍ଲାପାଳ ରଶ୍ମିତା ପଣ୍ଡାଙ୍କ ୭୦ଲକ୍ଷ ଟଙ୍କାର ଘରସଜ୍ଜାକୁ ନେଇ ଚର୍ଚ୍ଚା ଥମି ନଥିବାବେଳେ ରାଜ୍ୟ କ୍ୟାବିନେଟ୍ ମନ୍ତ୍ରୀ ସୁଶାନ୍ତ ସିଂ ବିଧାନସଭା ପରିସରରେ ଥିବା ନିଜ ଚ୍ୟାମ୍ବର ଭିତରେ ଅନନ୍ତ ଶୟନ କରିବାକୁ ପଛାଇ ନାହାନ୍ତି। ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ସିଂଙ୍କ ଚ୍ୟାମ୍ବର ଭିତରେ ବହୁମୂଲ୍ୟ ଡବଲ ବେଡ୍ ଓ ଆରାମଦାୟକ ଗଦି ପଡ଼ିଥିବା ବେଳେ ତାଙ୍କର ଖାଇବା ପାଇଁ ମଧ୍ୟ ସେଠାରେ ବ୍ୟବସ୍ଥା ରହିଛି। ନବୀନ ସରକାରରେ ଥିବା ଅନ୍ୟ କୌଣସି ମନ୍ତ୍ରୀ ବିଧାନସଭା ପରିସରରେ ମିଳିଥିବା ଚ୍ୟାମ୍ବରରେ ବେଡ୍ ପକାଇ ବିଶ୍ରାମ ନେଉନଥିବାବେଳେ ମନ୍ତ୍ରୀ ଶ୍ରୀ ସିଂ ଏଥିରେ ବ୍ୟତିକ୍ରମ ସାଜିଛନ୍ତି। ଯଦିଓ ଶ୍ରୀ ସିଂଙ୍କ ସରକାରୀ କ୍ୱାର୍ଟର୍ସ ବିଧାନସଭାଠୁ ମାତ୍ର ୩୦୦ମିଟର ଦୂର। ବିଧାୟକ ଥିବାବେଳେ ଶ୍ରୀ ସିଂ ବିଧାନସଭାରୁ ନିଜ କ୍ୱାଟର୍ସକୁ ଚାଲି ଚାଲି ଯାଉଥିବା ଦେଖିବାକୁ ମିଳୁଥିଲା। କିନ୍ତୁ ଏବେ ମନ୍ତ୍ରୀ ପଦ ମିଳିବା ପରଠୁ ଶ୍ରୀ ସିଂଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଘଟିଛି। ବିଧାନସଭା ପାଖରେ ଥିବା ନିଜ ସରକାରୀ କ୍ୱାଟର୍ସ କିମ୍ବା ବିଧାନସଭାର ଅତିଥି ଭବନ ପରିସରରେ ବିଶ୍ରାମ ନେବା ପରିବର୍ତ୍ତେ ସେ ବିଧାନସଭାରେ ଥବା ନିଜ ଚ୍ୟାମ୍ବରକୁ ବେଡରୁମରେ ପରିଣତ କରିବାକୁ ପଛାଇ ନାହାନ୍ତି।"
ଏହି ଖବର ସୋସିଆଲ ମିଡିଆରେ ପ୍ରସାର ହେବ ପରେ ଆମର ବି  ଉତ୍କଣ୍ଠା ବଢ଼ିଲା | ଯଦି ସତ୍ୟ ହୋଇଥାଏ ତେବେ ଷ୍ଟୋରିକୁ ଆଉଟିକେ ବ୍ୟାପକ ଭାବରେ ପ୍ରକାଶ କରି ସମ୍ପୃକ୍ତ ମନ୍ତ୍ରୀଙ୍କୁ ଏକ୍ସପୋଜ କରିହେବ | ହେଲେ ଅନୁସନ୍ଧାନ କଲାପରେ ଜଣ ପଡିଲା ନିଜକୁ ଏକ ନମ୍ବର ଗଣମାଧ୍ୟମ ବୋଲି କହୁଥିବା ସେଇ ସଂସ୍ଥା ଯାହା ଉଲ୍ଳେକ କରିଛି ଉପରୋକ୍ତ ଖବରରେ ସୁଦୁ ମିଛ | କି ଗପ ତୋଳି ଆଣି ଥୋଇଛି ସମ୍ପୃକ୍ତ ଗଣମାଧ୍ୟମ | କଥାରେ ଅଛି ମୂଳରୁ ମାଈପ ନାହିଁ, ପୁଅ ନା ଗୋପାଳିଆ | ଯାହାକୁ ସମ୍ପୃକ୍ତ ଗଣମାଧ୍ୟମ ମନ୍ତ୍ରୀ ସୁଶାନ୍ତଙ୍କ ବିଧାନ ସଭା ଚମ୍ବରର ବିଳାସପୁର୍ଣ ରୁମ ବୋଲି ଦେଖାଇଛି, ତାହା ବାସ୍ତବରେ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଏମଏଲ ଏ କଲୋନୀ ସ୍ଥିତ ବିଧାୟକଙ୍କ ପାଇଁ ଉଦ୍ଦିଷ୍ଟ ବାସ ଭବନର ମନ୍ତ୍ରୀଙ୍କ ସାଧାରଣ ବିଶ୍ରାମ କକ୍ଷ | ସମ୍ପୃକ୍ତ ଗଣମାଧ୍ୟମକୁ ମନ୍ତ୍ରୀଙ୍କ କ୍ବାର୍ଟର ବିଧାନସଭା ଚାମ୍ବର ଭଳି ଲାଗିଲା |  
    ଘଟଣାଟି ଏମିତି ,  01 ତାରିଖ ଦିନ ମଧ୍ୟାହ୍ନରେ ତାଙ୍କ ଫେସବୁକ ପେଜରେ ସେ ବିଧାନସଭାରୁ ନିଜ କ୍ବାର୍ଟରକୁ ଫେରି ଖାଉଥିବା ସମୟର ଓ ଖାଇବା ପରେ ନିଜ ଖଟ ଉପରେ ବିଶ୍ରାମ ନେଉଥିବାର ଏକ ଫୋଟୋ ଛାଡିଥିଲେ । ଆଜିକାଲି ସୋସିଆଲ ମିଡ଼ିଆରେ ଅନେକ କିଛି ଦେଖା ଯାଉଥିବା ବେଲେ ମନ୍ତ୍ରୀ ଯେଉଁ ଲଞ୍ଚ ଖାଉଥିବା ଫୋଟୋ ପୋଷ୍ଟ କରିଥିଲେ ତାହା କିଛି ଅପରାଧ ନୁହେ |  ହେଲେ ଯାହାର ଉଦ୍ଦେଶ୍ୟ ମନ୍ଦ ସେ ପବିତ୍ର ଦେବାଳୟକୁ ବି ଅଲଗା ଆଳୟ ଭାବେ ବି ଉପସ୍ଥାପିତ କରିପାରିବେ | ମନ୍ତ୍ରୀ ନିଜେ ପକାଇଥିବା ଫୋଟୋକୁ ତାଙ୍କୁ ଇର୍ସା କରୁଥିବା ଗଣମାଧ୍ୟମ କଣ ଭାବିଲେ କେଜାଣି , ଖାଲି ଯାହା ତାହା ସାମାଜିକ ଗଣମାଧ୍ୟମ ଜରିଆରେ ପ୍ରଚାର ଆରମ୍ଭ କରିଦେଲେ ଯେ ମନ୍ତ୍ରୀ ତାଙ୍କର ବିଧାନ ସଭା ଚାମ୍ବରରେ ବିଳାସପୁର୍ଣ ବେଡ଼ରୁମ କରିଛନ୍ତି ।  ଯାହାହେଲେ ବି ମୂର୍ଖତା ଓ ଈର୍ଷାର ଭି ଗୋଟେ ସୀମା ଥାଏ |  କାରଣ ଅସତ୍ୟକୁ ସତ୍ୟ ଭାବେ ଉପସ୍ଥାପିତ କରିବାକୁ ଯାଇ ସତୀତ୍ଵ ପଦ୍ୱାରେ ପଡିଯାଇଛି ସମ୍ପୃକ୍ତ ଗଣମାଧ୍ୟମର |  କାରଣ ଯେଉଁ ଫୋଟୋ ଟିକୁ ନେଇ ଏତେ ସବୁ ଲେଖା ହେଇଛି ବାସ୍ତବରେ ସେ ଫୋଟୋଟି ତାଙ୍କର ଏମଏଲଏ  କଲୋନୀ ବାସଗୃହର ।
ଆଉ ତାକୁ ପ୍ରମାଣିତ କରିବାକୁ ଆମର କିଛି ଫୋଟୋ  ଏକ କୋଲାଜ଼ ଦେଇଛୁ ସେହି ରୁମର | ଆଉ ସେହି ରୁମରେ ମନ୍ତ୍ରୀ ତାଙ୍କ ସମର୍ଥକ ଓ ଦଳୀୟ ନେତାଙ୍କ ସହ ଫୋଟୋ ଉଠାଇଛନ୍ତି ମେ ୨୯ ତାରିଖରୁ ଜୁନ ୯ ତାରିଖ ଭିତରେ | ବିଜୟ ପରେ ଖୁସିରେ କର୍ମୀ ଓ ନେତା ଆସି ତାଙ୍କୁ କ୍ୱାର୍ଟରରେ ବଧାଇ ଜଣାଇବା ବେଳର ଫୋଟ | ଯେତେବେଳେ କି ବିଧାନସଭା ଆରମ୍ଭ ହୋଇ ନଥିଲା କି ମନ୍ତ୍ରୀ ତାଙ୍କ ଚମ୍ବରରେ ବସି ନଥିଲେ | କାନ୍ଥରେ ସେଇ ଫଟ, ରୁମରେ ସେଇ ଖଟ ଆଉ ସେଇ କବାଟ ଓ ସେଇ ସୋଫା |  ଫୋଟର କୋଲାଜ଼ ଆଉ ସମ୍ପୃକ୍ତ ଗଣମାଧ୍ୟମ ପ୍ରସାରିତ କରିଥିବା ଫୋଟୋ କୁ ତୁଳନା କରିଦେଲେ ଜଣା ପଡିଯିବ ଯେ ସମ୍ପୃକ୍ତ ଗଣମାଧ୍ୟମ କେତେ ସତ୍ୟବାଦୀ ଆଓ ପ୍ରସାରିତ ଖବର କେତେ ସତ |
ସତ କହିବାକୁ ଗଲେ ଯେଉଁ ମହାନୁଭବ ଏହି ଲେଖାଟି ଲେଖିଛନ୍ତି ନିଶ୍ଚିତ ଭାବରେ ସେ କେବେ ମନ୍ତ୍ରୀଙ୍କର ବିଧାନ ସଭା ଚାମ୍ବର କୁ ଯାଇ ନାହାନ୍ତି ।  ଈର୍ଷାପରାୟଣାତା କାରଣରୁ ଗୋଟାଏ ଗପ ଲେଖି ଦେଇଛନ୍ତି ସାମ୍ବାଦିକତାର ହିତାହିତ ଜ୍ଞାନ ଆଓ ନୈତିକତା ଭୁଲି ନଚେତ ବାଧ୍ୟବାଧକତାରେ |  ଅବଶ୍ୟ ସେଥିରେ ସାମ୍ବାଦିକଙ୍କ କିଛି ଭୁଲ ନଥିବ, ତାହା କରିବା ପାଇଁ ତାଙ୍କୁ ନିର୍ଦ୍ଦେଶ ଥିବ !!!! ମନ୍ତ୍ରୀ ଶ୍ରୀ ସିଂଙ୍କର ଚାମ୍ବର ଗୋଟେ ସାଧାରଣ ପୁରୁଣା କୋଠାରେ ଅଛି । ସତ କହିବାକୁ ଗଲେ ଗୋଟେ ଟେବୁଲ , ମନ୍ତ୍ରୀଙ୍କର ଚେୟାର ଓ ଅନ୍ୟମାନଙ୍କର ବସିବା ପାଇଁ କିଛି ଚେୟାର ବ୍ୟତୀତ ଅନ୍ୟ କିଛି ଅସବାଵ ନାହିଁ କିମ୍ବା ଅସବାଵ ରଖିବା ପାଇଁ ଜାଗା ମଧ୍ୟ ନାହିଁ ।  ଆଉ ରହିଲା ମନ୍ତ୍ରୀଙ୍କର ବିଳାସପୂର୍ଣ୍ଣ ଜୀବନ କଥା, ସୁଶାନ୍ତ ସିଂହଂକ ଖାଦ୍ୟ, ପୋଷାକ ଆଉ ଚାଲିଚଳନ ସମ୍ପୂର୍ଣ ସାଧାରଣ | ନେତା ଅଛନ୍ତି ଦିନକୁ ୪/୫ ହଳ ପୋଷାକ ବଦଳୁଛନ୍ତି | ହେଲେ ସୁଶାନ୍ତ ସେ ହଳେ ପୋଷାକରେ ଦିନ ସାରା ବିତାଇଦେବେ | ଆଉ ତାଙ୍କର ସେଇ ସାଧାରଣ ଜୀବନଶୈଳୀ ପାଇଁ ସେ ସିଏ ପଶ୍ଚିମ ଓଡିଶାର ଲୋକପ୍ରିୟ ଯୁବ ରାଜନେତା । ଆଉ ଗୋଟେ କଥା ଘର ପାଖରେ ହୋଇଥିବା ଯୋଗୁ  ମନ୍ତ୍ରୀ ବହୁ ସମୟରେ ଚାଲିକି ବିଧାନ ସଭା ଯାଉଛନ୍ତି |
ତେଣୁ ବିଧାନ ସଭାରେ ବିଳାସପୂର୍ଣ୍ଣ କୋଠରୀ, ବହୁମୂଲ୍ୟ ପଲଙ୍କ ପକାଇ ଶୋଇବା ଖବର କେବଳ ମନ୍ତ୍ରୀ ସୁଶାନ୍ତଙ୍କୁ ବଦନାମ କରିଲା ଭଳି ରୋଚକ ଖବର ଛଡା ଆଉ କିଛି ନୁହେ |

0
0
0
s2sdefault