ହେଡଲାଇନସ୍:

ଲୁଟେରା ଲୁଟିନେଲେ ହିରନଙ୍କ ସ୍ବପ୍ନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 
 ନୂଆପଡା/ପ୍ରିୟବ୍ରତ ପଣ୍ଡା :  ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ସଦର ମହକୁମା ଠାରେ ଘଟିଛି ଏକ ଅଭାବନୀୟ ଘଟଣା | ହୀରଣ ମାଳି ନାମକ ବୃଦ୍ଧ ଇନ୍ଦିରା ଆବାସ ଯୋଜନାରେ ଘର ପାଇ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ ବ୍ୟାଙ୍କରୁ 45000 ଟଙ୍କା ବାହାର କରି ଘର କୁ ଯାଉଥିଲେ | ହେଲେ ଦୁଇଜଣ ଦୁର୍ବୃତ୍ତ ତାଙ୍କ ପିଛା କରି ବଜାର ପାଖରେ ଯାହା କି ଥାନାରୁ କେବଳ 500 ମିଟର ଦୂର ହେବ ତାଙ୍କ ଠାରୁ ଟଙ୍କା ଛଡେଇ ନେଇ ଫେରାର ହୋଇଥିଲେ । ହୀରଣ ଙ୍କ କହିବା ମତେ ସେମାନେ ଲାଲ ରଙ୍ଗର  ମୋଟର ସାଇକେଲ ରେ ଆସିଥିଲେ । ସେମାନଙ୍କୁ ଚିହ୍ନି ପାରି ନଥିଲେ ବୋଲି ହୀରଣ ପ୍ରକାଶ କରିଛନ୍ତି ।

ଦୁଃଖ ରେ ଭାଙ୍ଗି ପଡି ହୀରଣ ବ୍ଲକ ଅଫିସ ରେ କାନ୍ଦୁଥିବା ଅବସ୍ଥା ରେ ଦେଖିବାକୁ ମିଳିଥିଲା ପରେ ତାଙ୍କୁ ପୋଲିସ ର ସହାୟତା ପାଇଁ ଥାନା କୁ  ପଠେଇ ଦିଆଗଲା , ଥାନା ଅଧିକାରୀ ଗୁରୁତ୍ୱ ର ସହ ସଂଗେ ସଂଗେ ହୀରଣ ଙ୍କୁ ନେଇ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଥିଲେ । ହୀରଣ ଭଳି ଗରିବ ଲୋକଙ୍କୁ ସରକାରୀ ସହଯୋଗ ମିଳିଛି ହେଲେ କିଛି ଦୁଷ୍ଟ ପ୍ରବୃତ୍ତି ର ଲୋକଁ ଏମାନଙ୍କ ସରଳତାର ସୁଯୋଗ ନେଇ ଲୁଟ ତରାଜ କରୁଛନ୍ତି । ବର୍ବର ମାନଙ୍କୁ ଉଚିତ ଦଣ୍ଡ ବ୍ୟବସ୍ଥା ଏବଂ ନିରୀହ ଙ୍କୁ ନ୍ୟାୟ ମିଳିବା ଆଶା ଏବେ ଲୋକଙ୍କ ମନ ରେ ଘର କରିଛି ପ୍ରଶାସନ କେତେଦୂର ଲୋକଙ୍କ ଆଶା ପୂରଣ କରିପାରୁଛି ଦେଖିବା କଥା ।

0
0
0
s2sdefault