ହେଡଲାଇନସ୍:

ଗୋପନ ନୁହେଁ, ଓପନ ବୁଝାମଣା : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବିକାଶ ହିଁ ମୁଖ୍ୟ ପ୍ରସଙ୍ଗ, ଓଡିଶା ଏହା ଦ୍ୱାରା ଲାଭ ପାଇବ
ଓଡିଶାରୁ ଅଶ୍ୱିନୀ ବୈଷ୍ଣବ ରାଜ୍ୟସଭା ସଦସ୍ୟ ହେବା, ଓଡିଶା ଓ ଦଳର ବିକାଶରେ ସହାୟକ ହେବ
 ଗରିବ ଲୋକଙ୍କ ହକ୍ ମାଗିବାର ଯେଉଁ ଦାୟିତ୍ୱ ବିରୋଧୀ ଦଳର ଅଛି, ସେହି ଦାୟିତ୍ୱକୁ ବଡ ମୁଖର ଭାବେ ବିଜେପି ନିର୍ବାହ କରିବ

ଭୁବନେଶ୍ୱର : କିଛି ଲୁଚାଚୋରା ନୁହେଁ, ଖୋଲା ଖୋଲି | ଗୋପନ ନୁହେଁ, ଓପନ |  ଅଶ୍ୱିନୀ ବୈଷ୍ଣବଙ୍କ ପ୍ରାର୍ଥୀତ୍ୱକୁ ବିଜେଡ଼ିର ସମର୍ଥନ ଏକ ଖୋଲା ବୁଝାମଣା ବୋଲି ସ୍ଵୀକାର କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ | ବୈଷ୍ଣବଙ୍କ ବିଜେପିରୁ ପ୍ରାର୍ଥୀତ୍ବ ଆଉ ବିଜେଡ଼ିର ସମର୍ଥନକୁ ନେଇ ରାଜନୈତିକ ମହଲା ତଥା ସାଧାରଣ ଲୋକଙ୍କ ଭିତରେ ଚର୍ଚା ଚାଲିଥିବା ବେଳେ ତାକୁ କ୍ଲିୟର କରିଛନ୍ତି ଧର୍ମେନ୍ଦ୍ର | କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟସଭା ନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କୁ ବିଜେଡ଼ିର ସମର୍ଥନକୁ ନେଇ କୌଣସି ଗୁପ୍ତ ବୁଝାମଣା ହୋଇନାହିଁ, ବରଂ ଖୋଲାଖୋଲି  ବୁଝାମଣା ହୋଇଛି ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରି ଅଶ୍ୱିନୀଙ୍କୁ ସମର୍ଥନ କରିବା ପାଇଁ  ବିଜେଡି ଘୋଷଣା କରିଛି | ବେଲେବେଳେ ଗଣତନ୍ତ୍ରରେ ବୁଝାମଣା ଆବଶ୍ୟକ ପଡିଥାଏ । ଆଉ ରାଜ୍ୟସଭା ନିର୍ବାଚନ ପାଇଁ  ଏଇ ବୁଝାମଣା  ରାଜ୍ୟର ବୃହତର ସ୍ୱାର୍ଥ ଓ ବିକାଶକୁ ଦୃଷ୍ଟିରେ ରଖି କରାଯାଇଛି ବୋଲି ଧର୍ମେନ୍ଦ୍ର ମତବ୍ୟକ୍ତ କରିଛନ୍ତି |

ଶ୍ରୀ ପ୍ରଧାନ କହିଛନ୍ତି ଯେ ଗଣତନ୍ତ୍ରରେ ବୁଝାମଣାର ଆବଶ୍ୟକତା ଥାଏ । ରାଜ୍ୟର ବୃହତର ସ୍ୱାର୍ଥ ଦୃଷ୍ଟିରୁ ଏହି ବୁଝାମଣା ହୋଇଛି । ବୁଝାମଣା ପଛରେ ବିକାଶ ହିଁ ମୁଖ୍ୟ । ଏହା ଦ୍ୱାରା ଓଡିଶା ଲାଭ ପାଇବ । ତେଣୁ ସମାଲୋଚନାକୁ ତା’ ବାଟରେ ଯିବାକୁ ଦିଆଯାଉ ବୋଲି ସେ କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ଅଶ୍ୱିନୀ ବୈଷ୍ଣବ ବିଜେପି ସଦସ୍ୟ । ଶ୍ରୀ ବୈଷ୍ଣବ ବିଜେପି ତରଫରୁ ରାଜ୍ୟସଭା ପାଇଁ ନାମାଙ୍କନ ପତ୍ର ଦାଖଲ କରିବେ । ଅଶ୍ୱିନୀ ବୈଷ୍ଣବ ଜଣେ ଦକ୍ଷ ପ୍ରଶାସକ ଭାବେ ଓଡିଶାରେ ତାଙ୍କ କାର୍ଯ୍ୟଦକ୍ଷତା ଦେଖାଇଥିଲେ । ସ୍ୱର୍ଗତ ଅଟଳ ହିହାରୀ ବାଜପେୟୀଙ୍କ ସହ କାମ କରିବାର ସୌଭାଗ୍ୟ ପାଇଥିଲେ । ଆଜିର ଦିନରେ ତାଙ୍କର ଯେଉଁ ଦୃଷ୍ଟି ଓ ଭୂମିକା ଅଛି ତାହା ଓଡିଶା ଏବଂ ବିଜେପିକୁ ସହାୟକ ହେବ ।
ଓଡିଶାର ଜନସାଧାରଣ ବିଜେପିକୁ ବିରୋଧୀ ଦଳର ଦାୟିତ୍ୱ ନ୍ୟସ୍ତ କରିଛନ୍ତି । ଗରିବ ଲୋକଙ୍କ ହକ୍ ମାଗିବାର ଯେଉଁ ଦାୟିତ୍ୱ ବିରୋଧୀ ଦଳର ଅଛି, ସେହି ଦାୟିତ୍ୱକୁ ବଡ ମୁଖର ଭାବେ ବିଜେପି ନିର୍ବାହ କରିବ ବୋଲି କେନ୍ଦ୍ରମନ୍ତ୍ରୀ  ଶ୍ରୀ ପ୍ରଧାନ କହିଛନ୍ତି ।

0
0
0
s2sdefault