ହେଡଲାଇନସ୍:

ପନ୍ଦର ଦିନରେ ବୁଲିଲେ ପଞ୍ଚାବନ ପଞ୍ଚାୟତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଧନ୍ୟବାଦ ଦେଲେ , ବୁଝିଲେ ଲୋକଙ୍କର କଥା ଶୁଣିଲେ ସମସ୍ୟା

ଭୁବନେଶ୍ୱର :- ରାଜେନ୍ଦ୍ର ଢୋଲକିଅ (ରାଜୁଭାଇ) ନୂଆପଡା ଜିଲ୍ଲାରର ଏକ ପରିଚିତ ନାଁ । ରାଜନୀତି ହେଉ ବା ସମାଜ ସେବା ସବୁଥିରେ ଆଗୁଆ ଓ ଅପ୍ରତିଦ୍ବନ୍ଦି ମଣିଷ ଟିଏ "ରାଜୁଭାଇ "। ତାଙ୍କ ଦ୍ୱାରା ଅଂଚଳରେ ଅନେକ ପ୍ରକାରର ଜନସେବା କାର୍ଯ ଦୀର୍ଘ ବର୍ଷ ହେଲା ସମ୍ପାଦିତ ହେଇ ଆସୁଛି । ନିଜ ବ୍ୟକ୍ତିଗତ ଚେଷ୍ଟା ସାଧନ ଦ୍ୱାରା ସବୁବେଳେ ଦୀର୍ଘ ବର୍ଷ ହେଲା ଗରିବ ରୋଗୀ ମାନଙ୍କର ମୋତିଅବିନ୍ଦୁ ଅସ୍ତ୍ରୋପଚାର, ଗରିବ ଝିଅ ମାନଙ୍କର ବାହାଘର , ପାନୀୟ ଜଳ ବିତରଣ , ଦିବ୍ୟାଙ୍ଗ ମାନଙ୍କୁ ବିଭିନ୍ନ ପ୍ରକାର ସାମଗ୍ରୀ ବଣ୍ଟନ ଭଳି ଜନ ହିତକର କାର୍ୟ୍ଯ କରି ଆସୁଛନ୍ତି । /  ରାଜୁଭାଇ ରାଜନୀତି ର ଆରମ୍ଭରେ ପ୍ରଥମେ ନିର୍ଦଲୀୟ ଭାବରେ ନିର୍ବାଚନ ଲଢ଼ି ଖରିଆର ରୋଡ଼ NAC ର ଚେୟାରମ୍ୟାନ ହେଇଥିଲେ ଏହାପରେ ନିର୍ଦଲୀୟ ପ୍ରାର୍ଥୀ ଭାବରେ ନୂଆପଡା ବିଧାନସଭା ରୁ ପ୍ରତୁଦ୍ବନ୍ଦିତା କରି ବିଧାୟକ ହେଇଥିଲେ । ବିଧାୟକ ହେବା ପରେ ସେ ବିଜୁ ଜନତା ଦଳରେ ଯୋଗଦେଇ ସେ ତାଙ୍କର ସେବା କାର୍ଯ ଓ ଅଂଚଳର ବିକାଶ ପାଇଁ କ୍ରମାଗତ ଭାବରେ ଲଢେଇ ଜାରି ରଖିଥିଲେ । 2009 ରେ ପୁନର୍ବାର ବିଜୁ ଜନତା ଦଳର ପ୍ରାର୍ଥୀ ହେଇ ବିଧାନସଭା କୁ ନିର୍ବାଚିତ ହେଇଥିଲେ କିନ୍ତୁ 2014 ର ନିର୍ବାଚନ ସେ ହାରି ଯାଇଥିଲେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ବର୍ତମାନର ବିଜେପି ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡା ଙ୍କର ଠାରୁ । ନିର୍ବାଚନ ହାରିବା ପରେ ବି କ୍ରମାଗତ ଭାବରେ ସେ ତାଙ୍କର ଜନସେବା ଓ ଲୋକ ସମ୍ପର୍କ ଜାରି ରଖିଥିଲେ । ସେ ସମୟରେ ସେ ବିଧାୟକ ନଥାଇ ନୂଆପଡା ଜିଲ୍ଲାର ବିକାଶ ପାଇଁ ଅନେକ ପ୍ରକଳ୍ପ ନୂଆପଡା ରେ କରାଇ ପାରିଥିଲେ । ଲୋକଙ୍କ ଭଲ ପାଇବା ଓ ତାଙ୍କର ସେବା ମନୋଭାବ ପୁଣିଥରେ ତାଙ୍କୁ 2019 ରେ ପୁନର୍ବାର ବିଧାୟକ ହେବାର ସୌଭାଗ୍ୟ ଦେଇଥିଲା । ବିଧାୟକ ହେବ ପରେ ପୁଣିଥରେ ଆରମ୍ଭ ହେଇଥିଲା ତାଙ୍କର ଜନ ସମ୍ପର୍କ ଅଭିଯାନ । ଏହିକ୍ରମ ରେ ଗତ  ପନ୍ଦର ଦିନରେ ସର ନିଜ ନିର୍ବାଚନ ମଣ୍ଡଳୀର ପଞ୍ଚାବନ ରୁ ଅଧିକ ପଂଚାୟତ ର ସବୁ ଗାଁ କୁ ଯାଇ , ପ୍ରଥମେ ଲୋକଙ୍କୁ ଧନ୍ୟବାଦ ଦେବା ସହିତ କେଉଁ ଗ୍ରାମରେ କି ପ୍ରକାର ଅସୁବିଧା ରହିଛି ପଚାରି ବୁଝୁଥିଲେ । ସମସ୍ୟା ଜାଣିବା ସହିତ ଆଗାମୀ ଦିନରେ କିଭଳି ତାହାର ସମାଧାନ କରାଯାଇ ପାରିବ ସେନେଇ ଲୋକଙ୍କର ମତ ମଫଃୟ ଲୋଡିଥିଲେ । ଗୋଟିଏ ଧାଡିରେ କହିବାକୁ ଗଲେ ରାଜୁଭାଇ ଆଗାମୀ ପାଞ୍ଚ ବର୍ଷ ଭିତରେ ତାଙ୍କୁ କଣ ସବୁ କାମ କରିବାକୁ ହେବ ସେ କାମର ତାଲିକା ପ୍ରସ୍ତୁତ କରି ସାରିଛନ୍ତି । ଏହି ସବୁ ଗ୍ରାମ ଗସ୍ତ ସମୟରେ ନୂଆପଡା ର ଯୁବ ସମାଜସେବୀ ତଥା ଯୁବନେତା ଟିଟୁ ପଣ୍ଡା , ଅବନୀ ରଞ୍ଜନ ଯୋଶୀ ପ୍ରମୁଖ ବିଧାୟକଙ୍କ ଙ୍କର ସହିତ ଉପସ୍ଥିତ ଥିଲେ ।

0
0
0
s2sdefault