ହେଡଲାଇନସ୍:

ନବୀନଙ୍କ “ସିଟ୍ ଫର ସପୋର୍ଟ” ଡିଲ ପଦାରେ ପଡିଯାଇଛି : ସତ୍ୟପ୍ରକାଶ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରାଜ୍ୟସଭା ସିଟ୍ ସ୍କାମ୍ : ଅଶ୍ୱିନୀଙ୍କୁ ସମର୍ଥନ ଦେବା ପାଇଁ ନବୀନ କରିଛନ୍ତି ଡିଲ୍
ବିଜେପି ପ୍ରମୁଖ ବିରୋଧି ଦଳ ଭୂମିକା ତୁଲାଇବାର ନୈତିକତା ହରାଇଛି

ଭୁବନେଶ୍ୱର (ଶାସକ ପ୍ରଶାସକ)  – ରାଜ୍ୟସଭା ନିର୍ବାଚନ ପୂର୍ବରୁ ପୂର୍ବତନ ଆଇ.ଏ.ଏସ୍ ଅଧିକାରୀ ଅଶ୍ୱିନୀ ବୈଷ୍ଣବଙ୍କ ପ୍ରାର୍ଥୀତ୍ୱ ବିବାଦ ବିଜେଡି-ବିଜେପି ଭିତରେ ଥିବା ଅସାଧୁ ମେଂଟକୁ ପଦାରେ ପକାଇ ଦେଇଛି । ଅଶ୍ୱିନୀଙ୍କ ନାଁକୁ ବିଜେଡି ନିଜର ପ୍ରାର୍ଥୀ ଭାବରେ ପ୍ରଥମେ ଘୋଷଣା କରିବା ତା’ପରେ ବିଜେପି ମଧ୍ୟ ସମାନ ବ୍ୟକ୍ତିଙ୍କୁ ନିଜର ପ୍ରାର୍ଥୀ ଭାବରେ ଦାବି କରିବା ଘଟଣା ଏହାର କିଛି ସମୟ ପରେ ନବୀନ ବାବୁ ସମସ୍ତଙ୍କୁ ଚକିତ କଲାଭଳି ଗୃହରେ ସଂଖ୍ୟା ନଥିବା ବିଜେପିର ପ୍ରାର୍ଥୀ ଭାବେ ଅଶ୍ୱିନୀ ବୈଷ୍ଣବଙ୍କୁ ସମର୍ଥନ କରିବା ଘୋଷଣା “ସିଟ୍ ଫର ସପୋର୍ଟ” ଡିଲ ଧରା ପକାଇ ଦେଇଛି ବୋଲି ପ୍ରଦେଶ କଂଗ୍ରେସ ଗଣମାଧ୍ୟମ ବିଭାଗ ମୁଖ୍ୟ ସତ୍ୟ ପ୍ରକାଶ ନାୟକ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଓଡିଶାର ସ୍ୱାର୍ଥ ବିକାଶର ଦ୍ୱାହି ଦେଉଥିବା ବିଜୁ ଜନତା ଦଳ ଅଶ୍ୱିନୀ ବୈଷ୍ଣବଙ୍କର କେଉଁ ପ୍ରତିଭା ଓ ଗୁଣକୁ ଦେଖି ବିରୋଧି ପ୍ରାର୍ଥୀ ହୋଇଥିବା ସତ୍ୱେ ସମର୍ଥନ ଦେବ ବୋଲି ଘୋଷଣା କରିଛି? ଏହାଦ୍ୱାରା ଅଶ୍ୱିନୀଙ୍କର ଓଡିଶା ଓ ଓଡିଶାବାସୀଙ୍କ ପ୍ରତି କ’ଣ ଅବଦାନ ରହିଛି ଓ ଭବିଷ୍ୟତରେ ସେ ଓଡିଶାର କ’ଣ କଲ୍ୟାଣ କରିବେ ଯେଉଁଥି ପାଇଁ ତାଙ୍କୁ ସମର୍ଥନ ଦେଇ ବିରୋଧି ରାଜନୈତିକ ଦଳ ଭାବରେ ବିଜେପିକୁ ଅନୁକମ୍ପା ଦେଖାଇଛି ବୋଲି ସତ୍ୟ ପ୍ରକାଶ ପ୍ରଶ୍ନ କରିଛନ୍ତି । ଆଶ୍ଚର୍ଯ୍ୟର କଥା ନିଜର ସଂଖ୍ୟା ନଥାଇ ଜଣେ ଅବସରପ୍ରାପ୍ତ ଅଧିକାରୀଙ୍କୁ ପ୍ରାର୍ଥୀ କରି ତାଙ୍କ ପାଇଁ ଶାସକ ଦଳଠୁ ସମର୍ଥନ ମାଗିବା ଭାରତୀୟ ଜନତା ପାର୍ଟିର କେଉଁ ଆଦର୍ଶ ଓ ସଂସ୍କାରର ପରିଚୟ ଦେଉଛି ବୋଲି କଂଗ୍ରେସ ପ୍ରଶ୍ନ ଉଠାଇଛି । ବିଜେଡି ଠାରୁ ସମର୍ଥନ ନେଇ ବିଜେପି ଗୃହରେ ପ୍ରମୁଖ ବିରୋଧି ଦଳ ଭାବରେ ନୈତିକତା ହରାଇଛି । ଖାଲି ସେତିକି ନୁହେଁ ବିରୋଧି ଦଳଙ୍କୁ ଏଭଳି ଅନୁକମ୍ପା ଦେଖାଇ ଶାସକ ଦଳ ମଧ୍ୟ ସଂସଦୀୟ ଗଣତାନ୍ତ୍ରିକ ଓ ରାଜନୈତିକ ମୂଲ୍ୟବୋଧକୁ ନଷ୍ଟ କରିଛନ୍ତି ବୋଲି କହିଛି କଂଗ୍ରେସ । କେବଳ ସେତିକି ନୁହଁ ଉଭୟ ବିଜେଡି-ବିଜେପି ନିର୍ବାଚନ ସମୟରେ ରାଜ୍ୟବାସୀଙ୍କ ସମ୍ମୁଖରେ ନାଟକ କରୁଥିଲେ, ତାହା ଅଶ୍ୱିନୀ ବୈଷ୍ପବଙ୍କ ପ୍ରାର୍ଥୀତ୍ୱରୁ ଧରାପଡିଛି ।
    ନିଜ ଦଳର ବହୁ ଯୋଗ୍ୟ ପ୍ରାର୍ଥୀଙ୍କୁ ବାଦ୍ ଦେଇ ବିଜେପିର ପ୍ରାର୍ଥୀକୁ ସମର୍ଥନ ଦେବା ପଛରେ ନବୀନ ବାବୁ ବିଜେପି ସହିତ ଡିଲ୍ କରିଛନ୍ତି । ଚିଟ ଫଣ୍ଡ  ସ୍କାମ୍, ବ୍ଲାକ୍ରୋଜ୍ ସ୍କାମରେ  ସିବିଆଇ ଠାରୁ ବଂଚିବା ପାଇଁ ବିଜେପି ପାଖରେ ନବୀନ ବାବୁ ଆତ୍ମସମର୍ପଣ କରିଛନ୍ତି ବୋଲି ଶ୍ରୀ ନାୟକ କହିଛନ୍ତି ।


0
0
0
s2sdefault