ହେଡଲାଇନସ୍:

ଗେରୁଆ ହେଲେ ବୈଷ୍ଣବ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଲେ ବିଜେପି ସଭାପତି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର (ଶାସକ ପ୍ରଶାସକ) : କାଲି ମୁଖ୍ୟମନ୍ତ୍ରୀ କହିଦେଇଥିଲେ | ଆଉ ଆଜି ବହି ସଫା ହୋଇଗଲା  | ରାଜ୍ୟ ବିଜେପି ନେତାଙ୍କୁ ଆବାକାବା କରାଇ ପଦୁଅଁ ଧରିଛନ୍ତି ଖଣି ବ୍ୟବସାୟୀ ତ୍ରିବେଣୀ ଆର୍ଥ ମୁଭର୍ସ କମ୍ପାନୀରେ ଡିରେକ୍ଟର ଥିବା ପୂର୍ବତନ ପ୍ରଶାସକ ଅଶ୍ୱିନୀ ବୈଷ୍ଣବ | ଦଳୀୟ ରାଜ୍ୟ କାର୍ଯ୍ୟାଳୟ ଠାରେ ଦଳର ରାଜ୍ୟ ସଭାପତି ବସନ୍ତ ପଣ୍ଡା ତାଙ୍କୁ ଆଜି ବିଧିବଦ୍ଧ ଭାବେ  ବିଜେପିରେ ସାମିଲ କରିଛନ୍ତି | ସୂଚନାଯୋଗ୍ୟ ଯେ  ବିଜେପି ତାଙ୍କୁ ଗତକାଲି ରାଜ୍ୟସଭା ପ୍ରାର୍ଥୀ ଭାବେ ଘୋଷଣା କରିଥିବା ବେଳେ ବିଜେଡି ସଭାପତି ତାଙ୍କୁ ସମର୍ଥନ କରିବ  ବୋଲି ବିଜେଡି ସଭାପତି ନବୀନ ପଟ୍ଟନାୟକ ଘୋଷଣା କରିଥିଲେ | 
 ସଭାପତି ଶ୍ରୀ ପଣ୍ଡା  ବୈଷ୍ଣବଙ୍କୁ  ଦଳର ରାଜ୍ୟସଭା ପ୍ରାର୍ଥୀ ଭାବେ ଘୋଷଣା କରିବା ସହ ଦଳର ଅନୁରୋଧକ୍ରମେ ବିଜେଡି ତାଙ୍କ ପ୍ରାର୍ଥୀଙ୍କୁ ସମର୍ଥନ ଦେଇଥିବା ଯୋଗୁ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଥିଲେ |

0
0
0
s2sdefault