ହେଡଲାଇନସ୍:

ନରସିଂହ ଇନ ଆକ୍ସନ ମୋଡ଼

User Rating: 5 / 5

Star ActiveStar ActiveStar ActiveStar ActiveStar Active
 


ପୌରାଧିକାରୀଙ୍କୁ ସାଙ୍ଗରେ ନେଇ ବୁଲାଇ ଦେଖାଇଲେ ନାଳ ନର୍ଦ୍ଦମା ସମସ୍ୟା

ବଲାଙ୍ଗିର/ନିରୋଜ ମିଶ୍ର  – ସାମାନ୍ୟ କିଛି ମିନିଟର ବର୍ଷା ବଲାଙ୍ଗିର ପୌରାଞ୍ଚଳର କିଛି ୱାର୍ଡରେ ଡ୍ରେନ ସମସ୍ୟା ଯୋଗୁଁ ପାଣି ଉଛୁଳି ନର୍ଦ୍ଦମା  ପାଣି ଘର ଭିତରକୁ ପଶୁଛି । କିଛି ଡ୍ରେନ ଏପରି ଅଛି ଯାହାକି ବର୍ଷ ବର୍ଷ ଧରି ମଧ୍ୟ ପୌର ପରିଷଦ ପକ୍ଷରୁ ସଫେଇ କରାଯାଉ ନାହିଁ । ବର୍ଷା ଋତୁ ପୂର୍ବରୁ ବ୍ୟବସ୍ଥା ଅଛି ପୌରାଞ୍ଚଳର ସମସ୍ତ ଡ୍ରେନରେ ଦବି ଯାଇଥିବା ବାଲି, ମାଟି ପୌର ପରିଷଦ ପକ୍ଷରୁ ସଫା କରାଯାଏ । ଫଳରେ ବର୍ଷା ପାଣି ସୁରୁଖୁରୁରେ ଡ୍ରେନ ଦ୍ୱାରା ନିଷ୍କାସିତ ହୋଇଥାଏ । କିନ୍ତୁ ଦୁର୍ନିତିରେ ଲିପ୍ତ ଥିବା ବଲାଙ୍ଗିର ପୌର ପରିଷଦ ନିଜ ଦାୟିତ୍ୱରୁ ଓହରି ବଲାଙ୍ଗିର ସହରକୁ ଏକ ଆବର୍ଜନା ନର୍ଦ୍ଧମା ସହରରେ ପରିଣତ କରିସାରିଛି । ତେଣୁ ପୌରାଞ୍ଚଳର ବିଭିନ୍ନ ୱାର୍ଡରୁ ମହିଳାମାନେ ବିଧାୟକ ନରସିଂହ ମିଶ୍ରଙ୍କୁ ଏ ସମସ୍ୟା ନେଇ ଅଭିଯୋଗ କରି  ଆସୁଥିଲେ । ଏହାକୁ ଗୁରୁତର ସହିତ ବିଚାର କରି ଶ୍ରୀ ମିଶ୍ର ପୌର ନିର୍ବାହୀ ଅଧିକାରୀ ବିପିନ ଦିପଙ୍କୁ ଡକାଇ ସମସ୍ୟା ବାବଦରେ ଆଲୋଚନା କରିବା ସହିତ ନାଳ ନର୍ଦ୍ଧମା ସମସ୍ୟାଥିବା ୱାର୍ଡକୁ ଯାଇ ସମସ୍ୟା ସ୍ଥଳ ବୁଲି ଦେଖି ଥିଲେ । ବିଶେଷକରି କ୍ଲବପଡା, ୧୮ନଂ. ୱାର୍ଡ ତୁଳସିନଗର, ଭଗବତି ନଗର ଇତ୍ୟାଦି ଅଞ୍ଚଳର ନାଳନର୍ଦ୍ଧମା ପାଣି ଘରକୁ ପଶି ଏକ ଅଭାବନିୟ ପରିସ୍ଥିତି ସୃଷ୍ଟି କରୁଥିବା ଦେଖାଯାଇଥିଲା । ସାଙ୍ଗରେ ଥିବା ପୌରାଧିକାରୀ ତଥା ସଫେଇ କର୍ମ·ରୀମାନଙ୍କୁ ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ ମହିଳା ଓ ପୁରୁଷଙ୍କ ସହିତ ଆଲୋଚନା କରି ଯେ ଶିଘ୍ର ହେବ ନାଳ ତିଆରି କରି ବର୍ଷା ପାଣି ତଥା ଆବର୍ଜନା ପାଣି ନିଷ୍କାସନ ଯେମିତି ହୋଇପାରିବ  ସେପରି ବିଧାୟକ ଶ୍ରୀ ମିଶ୍ର ନିର୍ଦ୍ଦେଶ  ଦେଇଥିଲେ । ମହାରାଣୀ ସାଗରରୁ ନିର୍ଗତ ପାଣି ଯୋଉଁ ନାଳ ଦେଇ ନିଷ୍କାଷନ ହେଉଛି ତାର ପୁନଃରୁର୍ଦ୍ଧାର ଯଥାଶିଘ୍ର କରିବାକୁ ଉପସ୍ଥିତ ଥିବା ପୌରାଧିକାରୀଙ୍କୁ ବିଧାୟକ ଶ୍ରୀ ମିଶ୍ର କହିଥିଲେ । ଉପସ୍ଥିତ ଥିବା ଗଣମାଧ୍ୟମ ପ୍ରତିନିଧିମାନଙ୍କର ପ୍ରଶ୍ନରେ ଶ୍ରୀ ମିଶ୍ର କହିଥିଲେ ସମ୍ପୁର୍ଣ୍ଣ ୫ ବର୍ଷ ଧରି ପୌର ପରିଷଦ ଦୁର୍ନିତିରେ ଲିପ୍ତ ରହିଛି । ଲାଇଟ କିଣା. ବ୍ଲିଚିଂ ପାଉଡର, ଫିନାଇଲ, ଡଷ୍ଟବିନ୍, ଡଷ୍ଟ ସଫା କରା ମିସିନ କିଣାରେ ହୋଇଥିବା ଦୁର୍ନିତିକୁ ଖୁଦ୍ ସି.ଏ.ଜି. ପର୍ଦ୍ଧାଫାସ କରିଥିଲେ । ସେ ଯାହାବି ହେଉ ଲୋକଙ୍କର ଅଭିଯୋଗ ପରେ ପୌର ଅଧିକାରୀ ତଥା ସଫେଇ କର୍ମଚାରୀମାନେ କାମ ଆରମ୍ଭ କରିଛନ୍ତି । ଦେଖାଯାଉ ସେମାନେ କେତେ ଶିଘ୍ର ନାଳ ନର୍ଦ୍ଧମାର ସମସ୍ୟା ଦୂର କରିପାରିବେ । ଲୋକଙ୍କର ଅଭିଯୋଗ ପରେ ମୁଁ ମଧ୍ୟ ନିଜେ ଆସି ସମସ୍ୟା ତଥା କାମର ତଦାରଖ କରିଛି । ବର୍ଷା ଆରମ୍ଭ ହେବା ପୂର୍ବରୁ ସହରର ପ୍ରତ୍ୟେକ ନାଳ ନର୍ଦ୍ଧମା ଯେପରି ଠିକ୍ ଭାବରେ ସଫା ହୋଇପାରିବ ତତ୍ପରତା ସହିତ କାମ ସାରିବା ପାଇଁ ପୌରାଧିକାରୀଙ୍କୁ ନିଦେ୍ର୍ଧଶ ମଧ୍ୟ ଦିଆସରିଛି ।  ବିଧାୟକଙ୍କ ପରିଦର୍ଶନ ସମୟରେ ପୌରାଧିକାରୀ ତଥା ସଫେଇ କର୍ମ·ରୀଙ୍କ ବ୍ୟତିତ ତାଙ୍କ ସହ ନଗର କଂଗ୍ରେସ ଉପ-ସଭାପତି ମାନସ ମହାନ୍ତି, ଜିଲ୍ଲା ସଂଗଠନ ସଂପାଦକ ସଂଜୟ ମିଶ୍ର, ଟିଟୁ ରଣା, ପୂର୍ବତନ କାଉସିଲର ନିସିକାନ୍ତ କୁମ୍ଭାର, ସୁରେନ୍ଦ୍ର ଅଶ୍ୱପାଲ, ନିଳମଣି ସେଠ, ସମରେନ୍ଦ୍ର ଜଟିଙ୍କ ସମେତ ଅଞ୍ଚଳର ଶତାଧିକ ମହିଳା ଓ ପୁରୁଷ ଉପସ୍ଥିତ ଥିଲେ ।

0
0
0
s2sdefault