ହେଡଲାଇନସ୍:

ବାରମ୍ବାର ବିଜୁଳି ବିଭ୍ରାଟ ପ୍ରସଙ୍ଗରେ ନରସିଂହଙ୍କ ଚେତାବନୀ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

"ଲୋକଙ୍କ ସହିତ ଲୁଚକାଳି ନ ଖେଳୁ ବିଜୁଳି ବିଭାଗ "

    ବଲାଙ୍ଗିର,(ନିରୋଜ ମିଶ୍ର)  - ଗତ କିଛି ସପ୍ତାହ ହେଲା ବଲାଙ୍ଗିର ସହର ତଥା ଆଖପାଖ ଅଞ୍ଚଳରେ ଘୋର ବିଜୁଳି ବିଭ୍ରାଟ ଦେଖାଦେଉଛି । ସାମାନ୍ୟ ବର୍ଷା କିମ୍ବା ପବନ ହେଲେ ସାରା ସହରରେ ବିଜୁଳି ସରବରାହ ବନ୍ଦ କରି ଦିଆଯାଉଛି । ଏପରି ସମୟରେ କୌଣସି ଜାଗାରେ ବିଜୁଳି ତାର ଉପରେ ଗଛ ପଡି ବିଜୁଳି ସରବରାହ ବନ୍ଦ ହେଲେ ୮/୧୦ ଘଣ୍ଟା ପର୍ଯ୍ୟନ୍ତ ସହର ପୁରା ଅନ୍ଧକାର ରହୁଛି । ଉପଭୋକ୍ତାକୁ ଦିଆଯାଇଥିବା ଫୋନ ନମ୍ବରରେ ଅଭିଯୋଗ କଲେ କୌଣସି  ଅଧିକାରୀ ଉଠାଉନାହାନ୍ତି । ଏହାକୁ ନେଇ ମାନ୍ୟବର ବିଧାୟକ ନରସିଂହ ମିଶ୍ର ଏକ ପ୍ରେସ ବିବୃତି ମାଧ୍ୟମରେ କ୍ଷୋଭ ପ୍ରକାଶ କରିଛନ୍ତି । ସେ ବିଭାଗକୁ ଚେତେଇ ଦେଇଛନ୍ତି ଯେ ବଲାଙ୍ଗିର ଲୋକଙ୍କ ସହିତ ଲୁଚକାଳି ନ ଖେଳିବା ପାଇଁ । କେତେବେଳେ ରାଜ୍ୟ ସରକାରଙ୍କ ଯୋଜନା ତ କେତେବେଳେ କେନ୍ଦ୍ର ସରକାରଙ୍କର ସୌଭାଗ୍ୟ  ଯୋଜନା ପରି ଅନେକ ଯୋଜନା ବଲାଙ୍ଗିରକୁ ଆସିଥିଲେ ମଧ୍ୟ ଆମ ବିଜୁଳି ଉପଭୋକ୍ତଙ୍କ ଭାଗ୍ୟ ବଦଳି ନାହିଁ । ଗତ କିଛି ଦିନ ତଳେ ସରକାରୀ ବିଜୁ ଜନତା ଦଳର କର୍ମକର୍ତ୍ତାମାନେ ୱେସ୍କୋ ଅଫିସରେ ବିଜୁଳିକୁ ନେଇ ଆନ୍ଦୋଳନ କରିଥିଲେ । ଏଥିରୁ ସ୍ପଷ୍ଟ ଅନୁମାନ କରାଯାଇପାରେ ଯେ ଖୋଦ୍ ରାଜ୍ୟସରକାର ୨୦ ବର୍ଷ ଶାସନରେ ଥିଲେ ମଧ୍ୟ ବିଜୁଳି ଉତ୍ପାଦନ  ଏବଂ ବିତରଣ କ୍ଷେତ୍ରରେ ଅପାରଗ ସାବ୍ୟସ୍ତ ହୋଇଛି, ଏହା ତାଙ୍କ ନିଜ ଦଳର ଲୋକେ ଆନ୍ଦୋଳନ  ମାଧ୍ୟମରେ ସ୍ୱିକାର କରୁଛନ୍ତି ।  କେନ୍ଦ୍ର ସରକାର ମଧ୍ୟ ବିନା ଭିତ୍ତିଭୂମି, କୁଶଳୀ କାରିଗର, ଅଧିକ ଯନ୍ତ୍ରପାତିର ବନ୍ଦୋବସ୍ତ ନ କରି ପୁରୁଣା ଯୋଜନା, ପୁରୁଣ ଯନ୍ତ୍ରପାତି, ବିଦ୍ୟୁତ ସାମଗ୍ରୀକୁ ନେଇ ସୌଭାଗ୍ୟ ଯୋଜନା ନାଁ ରେ ଲୋକଙ୍କର ଭାଗବେଗ ସହିତ ଖେଳୁଛନ୍ତି । ତେଣୁ ରାଜ୍ୟ ସରକାର, କେନ୍ଦ୍ର ସରକାର ଏବଂ ସ୍ଥାନୀୟ ବିଜୁଳି ବିଭାଗ ବଲାଙ୍ଗିରରେ ଚାଲୁଥିବା ନିୟମତି ବିଜୁଳି ବିଭ୍ରାଟ ପ୍ରତି ଗୁରୁତର ସହିତ ବିଚାର  କରି ଏହାର ସ୍ଥାୟୀ ସମାଧାନ ନ କଲେ ଆଗକୁ ଏହା ଏକ ବିରାଟ ଆନ୍ଦୋଳନର ରୂପ ନେବ ବୋଲି ଶ୍ରୀ ମିଶ୍ର ଚେତେଇ ଦେଇଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ କିଛି ଦିନ ପୂର୍ବରୁ ବିଧାୟକଙ୍କ ସମିକ୍ଷା ବୈଠକରେ ବିଜୁଳି ବିଭାଗର ଉପରିସ୍ଥ ଅଧିକାରୀମାନେ ଅନୁପସ୍ଥିତ ଥିଲେ ଏବଂ ସେଠାରେ ଉପସ୍ଥିତ ଥିବା ଯନ୍ତ୍ରୀ ଚାଲିଥିବା ବିଜୁଳି ସମସ୍ୟା ବାବଦରେ କିଛି ଠୋସ ଉତ୍ତର ଦେଇ ପାରୁନଥିବାରୁ ସେଠାରେ ମଧ୍ୟ କ୍ଷୋଭ ପ୍ରକାଶ କରାଯାଇଥିଲା ।

0
0
0
s2sdefault