ହେଡଲାଇନସ୍:

ମୁଁ ବି ରକ୍ତ ମାଂସ ଶରୀରଧାରୀ ମଣିଷ ,ମନ୍ତ୍ରୀ ନହେବା ମତେ କିଛି ସମୟ ପାଇଁ ଖରାପ ଲାଗିଲା : ଜୁଏଲ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

Sundargarh/ Horachand Deuria   :  “ମୁଁ ଜାଣିଛି  ମୁଁ ମନ୍ତ୍ରୀ ହେଲିନି ବୋଲି ସେଥିପାଇଁ ଆପଣମାନଙ୍କ ମଧ୍ୟରୁ କିଛି ଜଣଙ୍କୁ ଟିକିଏ ମନଦୁଃଖ ଲାଗିଛି ।  ମୁ ମନ୍ତ୍ରୀ ନହେଲି ବୋଲି କାହିଁକି ମନ ଦୁଃଖ କରିବି ? ପ୍ରଥମ ଥର ଯେତେବେଳେ ମନ୍ତ୍ରୀ ହେଲି ମୋ ଠାରୁ କଣ ଯୋଗ୍ୟ କେହି ନଥିଲେ ?  ସେମାନଙ୍କୁ କଣ ଖରାପ ଲାଗି ନଥିବ ?କିନ୍ତୁ ଆରଥରକୁ ମୁଁ କାହିଁକି ମନ୍ତ୍ରୀ ହେଲି । ମୁଁ ଯୋଗ୍ୟ ବାହାରିଲି, ମନ୍ତ୍ରୀ ହେଲି । ତାହାମାନେ କ’ଣ ମୋ ଠୁଁ କେହି ଯୋଗ୍ୟ ବ୍ୟକ୍ତି ନ ଥିଲେ କି ? ନିଶ୍ଚୟ ଥିଲେ । ହେଲେ କିନ୍ତୁ ଏଥର ମୁ ମନ୍ତ୍ରୀ ନ ହେବା ମତେ  ଟିକେ ଖରାପ ଲାଗିଲା । ତା ସାଙ୍ଗକୁ ଇଏ ପଚାରିଲା, ସିଏ ପଚାରିଲା, ମିଡ଼ିଆ ଵାଲା ପଚାରିଲେ, ଆଉ ବାରମ୍ବାର ପଚାରିବା ମତେ ବି ଖରାପ ଲାଗିଲା । ମନ୍ତ୍ରୀମଣ୍ଡଳ ତାଲିକା ଯେତେବେଳେ ଟିଭିରେ ଆସୁଥିଲା ସେତେବେଲେ ମୋ ନାମ ଘୋଷଣା ହେଉ ନ ଥିଲା  | ମତେ ଲାଗିଲା ମୁଁ ପାଇବିନି ବୋଧେ । ଆଉ ସେଇଆ ହିଁ ହେଲା, ସତକୁ ସତ ପାଇଲିନାହିଁ ।  ହେଲେ ପାଇଲି ନାହିଁ ବୋଲି ଦୁଃଖ କାହିଁ କରିବି ?  ହଁ,  ମୁଁ ବି ରକ୍ତ ମାଂସ ଶରୀରଧାରୀ ମଣିଷ | ମତେ ବି ମନ୍ତ୍ରୀ ନହେବା କିଛି ସମୟ ପାଇଁ ଖରାପ ଲାଗିଲା | ହେଲେ ମନ୍ତ୍ରୀ କରିବା ନକରିବା ପ୍ରଧାନମନ୍ତ୍ରୀଙ୍କ ପ୍ରେରଗେଟିଭ |
ମନେ ମନେ ଭାବିଥିଲି ଯାହାବି ହେଲେ ମତେ ଶପଥ ଗ୍ରହଣ ଉତ୍ସବକୁ ଯିବାକୁ ପଡିବ ।  ତାପରେ ମୋ ସ୍ତ୍ରୀଙ୍କୁ ପଚାରିଲି "ଯିବା କି" ? ସ୍ତ୍ରୀ କହିଲେ "ନାହିଁ ଯିବାନି,  ମୋତେ ଯିବାକୁ ଭଲ ଲାଗୁନି । ସେଥିପାଇଁ ଆମେ ଦୁଇଜଣ ରହିଗଲୁ ।”
ବିଳମ୍ବରେ ହେଲେବି ନିଜ ମନର କଥା ଆଉ ବ୍ୟଥାକୁ ସର୍ବସାଧାରଣରେ ବୟାନ କରିଛନ୍ତି କେନ୍ଦ୍ର ମନ୍ତ୍ରୀମଣ୍ଡଳରୁ ବଂଚିତ ହୋଇଥିବା ବରିଷ୍ଠ ବିଜେପି ନେତା ତଥା ସୁନ୍ଦରଗଡ ସାଂସଦ ଜୁଏଲ ଓରାମ | ମନ୍ତ୍ରୀମଣ୍ଡଳ ଗଠନ ହେବ ପରଠାରୁ ସେ ସମ୍ପର୍କରେ ନିରବ ଥିବା ଜୁଏଲଙ୍କ ପେଟ ଭିତର ଗୋଳେଇ ଘାଣ୍ଟି ହେଉଥିଲା ମନର ବ୍ୟଥାକୁ ଚାପି ରଖି । ହେଲେ କେତେ ଦିନ ବା ଛପି ପାରିଥାନ୍ତେ । ଆଉ ସର୍ବସାଧାରଣରେ ଖୋଲି  କହିଦେଲେ ତାଙ୍କ ଆଉ ତାଙ୍କ ପରିବାରର ମନର ବ୍ୟଥା । ମନ୍ତ୍ରୀ ନହେବା ନେଇ ତାଙ୍କ ମନ ତ ଭାଙ୍ଗି ଗଲା, ହେଲେ ତାଙ୍କ ଧର୍ମପତ୍ନୀ ଓ ପରିବାର ଲୋକଙ୍କୁ ଏମିତି ବାଧିଲା  ଯେ ସେ ଶପଥ ଗ୍ରହଣ ସମାରୋହକୁ  ଯିବାକୁ ବି ଉଚିତ ମନେକଲେ ନାହିଁ | ରାଉରକେଲାରେ ତାଙ୍କୁ ସମ୍ବର୍ଦ୍ଧନା ଦିଆଗଲା ବେଳେ ସେ ଦେଇଥିବା ଏହିଁ ମନ୍ତବ୍ୟକୁ ନେଇ ଏବେ ଚର୍ଚା |
ସୂଚାନଯୋଗ୍ୟ ଯେ ଓଡିଶାରୁ ଜିତିଥିବା ସବୁ ସାଂସଦଙ୍କ  ମଧ୍ୟରୁ ପ୍ରତିକୂଳ ପରିସ୍ଥିତି ଓ ପୂର୍ବତନ ମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ସନ୍ଦେହଜନକ ନୀରବତା ସତ୍ତ୍ୱେ ସର୍ବାଧିକ ଭୋଟ ବ୍ୟବଧାନରେ ଜୁଏଲ ।  ପ୍ରାୟ ୨ ଲକ୍ଷ ୨୧ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଥିବା ଜୁଏଲ ଓ ତାଙ୍କ ସମର୍ଥକ ଓ ଏପରିକି ବୁଦ୍ଧିଜୀବୀ ମହଲ ଆଶାବାଦୀ ଥିଲେ ଯେ ଜୁଏଲ ଏଥର ବି ମନ୍ତ୍ରୀ ପଦ ପାଇବେ | ମନ୍ତ୍ରୀହେବାର ଆଶାଥିଲା,  ସେଇ ଆଶାରେ ଧର୍ମପତ୍ନୀଙ୍କୁ ଧରି ଦିଲ୍ଲୀ ଯାଇଥିଲେ | ହେଲେ ଶେଷରେ ତାଙ୍କୁ ନିରାଶ ହେବାକୁ ପଡ଼ିଥିଲା | ଆଉ ବହୁଦିନ ଚାପି ରଖିବା ପରେ ରାଉରକେଲାରେ ତାଙ୍କୁ ସ୍ଥାନୀୟ ନାଗରିକ ଓ ଦଳୀୟ ନେତାଙ୍କ ପକ୍ଷରୁ ସମ୍ବର୍ଦ୍ଧନା ଦେବା ଅବସରରେ ନିଜ ମନର ବେଦନାକୁ ବ୍ୟକ୍ତ କରିଦେବା ପରେ ୟାକୁ ନେଇ ଏବେ ଚାଲିଛି ଚର୍ଚ୍ଚା |

0
0
0
s2sdefault