ହେଡଲାଇନସ୍:

ଦୁଇଜଣ ଓଡ଼ିଆଙ୍କୁ କେନ୍ଦ୍ରରେ ମନ୍ତ୍ରୀ କରିଥିବା ଯୋଗୁ ପ୍ରଧାନମନ୍ତ୍ରୀ ଓ ଅମିତ ଶାହାଙ୍କୁ ଧନ୍ୟବାଦ ଜଣାଇଲେ ଧର୍ମେନ୍ଦ୍ର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଦୁଇ ମନ୍ତ୍ରୀ ନେଲେ କାଳିଆର ଆଶୀର୍ବାଦ,ଓଡ଼ିଶା ବାସୀଙ୍କୁ କୃତଜ୍ଞତା ଜଣାଇଲେ

ଭୁବନେଶ୍ୱର/ ପୁରୀ : ଦ୍ଵିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଁ ପେଟ୍ରୋଲିୟମ ମନ୍ତ୍ରଣାଳୟ ସହ ଇସ୍ପାତ ଭଳି ଗୁରୁତ୍ୱପୂର୍ଣ ମନ୍ତ୍ରଣାଳୟ ପାଇବା ପରେ କାଳିଆର ଆଶୀର୍ବାଦ ନେବା ପାଇଁ ଆସିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତାମିଲ ସହିତ ଆସିଥିଲେ କେନ୍ଦ୍ର ସରକାରରେ ରାଷ୍ଟ୍ରମନ୍ତ୍ରୀ ହୋଇଥିବା ପ୍ରତାପ ଷଢଙ୍ଗି |  ଆଜି ଦିଲ୍ଲୀରୁ ବିମାନ ଯୋଗେ ଭୁବନେଶ୍ୱରରେ ପହଁଚିବା ପରେ ୨ କେନ୍ଦ୍ର ମନ୍ତ୍ରୀଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ ଦଳୀୟ କର୍ମୀ । ବିଜେପି କର୍ମୀ ବାଜା ବାଣ ପଟୁଆରରେ ସ୍ୱାଗତ କରିଥିଲେ କର୍ମୀମାନେ । ବିମାନ ବନ୍ଦରରେ ଦେଖିବାକୁ ମିଳିଥିଲା ଉତ୍ସବର ମାହୋଲ | ଦଳର ବରିଷ୍ଠ ନେତା ଓ କର୍ମୀ ମାନେ ଦୁଇ ମନ୍ତ୍ରୀଙ୍କୁ ଭଗବୟ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ | ସେଠାରୁ ସେମାନେ ସିଧା ସଳଖ ପୁରୀ ଅଭିମୁଖେ ଯାତ୍ରା କରିଥିଲେ |
ପୁରୀରେ ଶ୍ରୀଜିଉ ଙ୍କ ଆଶୀର୍ବାଦ ଗ୍ରହଣ କଲାପରେ ଶ୍ରୀ ପ୍ରଧାନ ଗଣମାଧ୍ୟମକୁ କହିଥିଲେ ଯେ, "ଭୁବନେଶ୍ୱର ପହଞ୍ଚିବା ପରେ ପ୍ରଥମେ ଶ୍ରୀମନ୍ଦିର ଆସି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଆଶୀର୍ବାଦ ଭିକ୍ଷା କଲି । ମହାପ୍ରଭୁଙ୍କ ଆଶୀର୍ବାଦରେ ଓଡିଶା ଏବଂ ଭାରତର ମଙ୍ଗଳ କରିବାରେ ମୋଦି ସରକାର ସଫଳ ହେବେ ଏବଂ ଓଡିଶାରେ ସୁଖ ଶାନ୍ତି ଆସିବ ବୋଲି ମୁଁ ପ୍ରାର୍ଥନା କଲି  ।
ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରୁ ଦେଶରେ ଦ୍ୱିତୀୟ ଥର ପାଇଁ ମାନ୍ୟବର ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏକ ଲୋକକଲ୍ୟାଣକାରୀ ସରକାର ପୁନଃଗଠିତ ହୋଇପାରିଛି । ଏହି ଅଭୁତପୂର୍ବ ଜନ ଆଶୀର୍ବାଦ ପାଇଁ ମହାପ୍ରଭୁ ଜଗନ୍ନାଥ ତଥା ସାରା ଭାରତର ସାଧାରଣ ଲୋକ ବିଶେଷତଃ ଓଡିଶାର ଜନସାଧାରଣଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରୁଛି ।"
ସେ ଆହୁରି ମଧ୍ୟ କହିଛନ୍ତି ଯେ "ଦେଶର ଗରିବ ଲୋକମାନଙ୍କ ଆଶୀର୍ବାଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ରହିଛି । ମୋଦିଙ୍କ ସରକାରରେ ଆମେ ସମସ୍ତେ ମନପ୍ରାଣ ଦେଇ ଦେଶର ଆକାଂକ୍ଷାକୁ ପୂରଣ କରିବା କାମରେ ଲାଗିବୁ । ଚଳିତ ଥର ମଧ୍ୟ କେନ୍ଦ୍ର ସରକାରରେ ୨ ଜଣ ଓଡିଆଙ୍କୁ ଦାୟିତ୍ୱ ଦେଇଥିବାରୁ ବିଶେଷ କରି ଦଳର ନେତା ମାନ୍ୟବର ପ୍ରତାପ ଷଡଙ୍ଗୀଙ୍କୁ ନୂଆ କରି ଗଢାଯାଇଥିବା ମତ୍ସ୍ୟ, ପଶୁପାଳନ ଏବଂ ଏମଏସଏମଇ ବିଭାଗ ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଥିବାରୁ ଓଡିଶା ତରଫରୁ ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରୀୟ ସଭାପତି ଅମିତ ଶାହଙ୍କ ନିକଟରେ ଗଭୀର କୃତଜ୍ଞତା ଜ୍ଞାପନ କରୁଛି ।"
1

0
0
0
s2sdefault