ହେଡଲାଇନସ୍:

ଲୋଇସିଂହା ବିଧାୟକ ଡ଼ ମୁକେଶ ମହାଲିଙ୍ଗକୁ ସ୍ୱାଗତ ସମ୍ବର୍ଦ୍ଧନା

User Rating: 2 / 5

Star ActiveStar ActiveStar InactiveStar InactiveStar Inactive
 

 ବଲାଙ୍ଗିର/Niroj Mishra :  ବିଧାୟକଭାବେ ଶପଥ ଗ୍ରହଣ ଓ ଅନ୍ୟାନ୍ୟ ଔପଚାରିକତା ସମାପ୍ତି ପରେ ନିଜ ନିର୍ବାଚନମଣ୍ଡଳୀକୁ ଫେରିଛନ୍ତି ନିର୍ବାଚିତ ବିଧାୟକ ଡ଼ ମୁକେଶ ମହାଲିଙ୍ଗ । ଜିଲ୍ଳା ଉପସଭାପତି ରମା ପଧାନଙ୍କ ନେତୃତ୍ୱରେ ଉତ୍ସାହିତ ପୁଇଁତଲା ବ୍ଳକର ଶହସ୍ରାଧିକ ବିଜେପି ଦଳୀୟ କର୍ମକର୍ତ୍ତା ବଇରାସର ଠାରେ ସ୍ୱାଗତ ଜଣାଇଥିଲେ । ପ୍ରାୟ ଦୁଇ ଶହ ବାଇକ ରାଲିରେ ଝାରବଲାଙ୍ଗିର, ବୁବେଲ,ରଣ୍ଡା,ଗଇଁତଲା, ପୁଇତଲା ଆଦି ବିଭିନ୍ନ ଗ୍ରାମକୁ ଯାଇଥିଲେ । ଲୋକେ  ତାଙ୍କୁ ବିପୁଳ ସମ୍ବର୍ଦ୍ଧନା ଜଣାଇଛନ୍ତି । ଏ ଅବସରରେ  ବିଧାୟକ ଲୋକଙ୍କ ଅଭିବାଦନ ଗ୍ରହଣ କରି ତାଙ୍କ ବିଜୟ ଲୋକଙ୍କର, କର୍ମୀମାନଙ୍କର ଓ ବିଶେତଃ ପ୍ରଧାନମନ୍ତୀ ମୋଦୀଙ୍କ ଆଭିମୁଖ୍ୟର ବୋଲି କହିଥିଲେ । ସମ୍ବର୍ଦ୍ଧନା ନୁହେଁ ଏହା କୃତଜ୍ଞତା ପର୍ବ । ସେ ଲୋଇସିଂହା ନିର୍ବାଚନ ମଣ୍ଡଳୀର ସମସ୍ତ ଭୋଟର ଓ ଦଳୀୟ କର୍ମୀ ତଥା ମୋଦୀ ,ଶାହା.ଧର୍ମେନ୍ଦ୍ର, କନକ ପ୍ରଭୃତି ନେତୃତ୍ୱବୃନ୍ଦ ତାଙ୍କ ପ୍ରତି ଆସ୍ଥା ଯୋଗୁଁ କୃତଞ ବୋଲି କହିଥିଲେ । ଏହା ସହ ଆଗାମୀ ଦିନରେ ଲୋକ ସଂପର୍କ ବଜାୟ ରଖି ଅଂଚଳ ଓ ଜିଲ୍ଳାର ବିକାଶକୁ ପ୍ରାଧାନ୍ୟ ଦେବେ ବୋଲି ମତ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଳା ପରିଷଦ ସଭ୍ୟ ରାଜକିଶୋର ନାଏକ, ଶିବଦତ୍ତ ମିଶ୍ର, ଶୁଭ୍ରାଂଶୁ ନାଏକ,ମୁକେଶ ନାଏକ,ରାଜୁ ସାହୁ,କବିରାଜ ମହାକୁର,ଅଜିତ ପଣ୍ଡା, ସୁଦାମ ଜେନା,ଦ୍ୱତୀକୃଷ୍ନ ସେଲମା,ଦେବେନ୍ଦ୍ର ହାତୀ,ରଙ୍ଗାଧର ନାଏକ, ସଂନ୍ତୋଷ ବାଘ, ସୁଧୀର ନାଏକ, ଜିତୁ ବିଶ୍ୱାଲ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

0
0
0
s2sdefault