ହେଡଲାଇନସ୍:

ଜୁଏଲ ହେବେ ବାଚସ୍ପତି, ବିଜେଡି ଭାଗରେ ଉପ !!!

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ଭୁବନେଶ୍ୱର :   ମନ୍ତ୍ରୀ ପଦ ସିନା ଦୁଇଟା ମିଳିଲା, ହେଲେ ଏବେ ବାଚସ୍ପତି ପଦ ମିଳିବାକୁ ଯାଉଛି ଓଡିଶାକୁ | ମିଳିଥିବା ସୂଚନା ଅନୁଯାୟୀ ମନ୍ତ୍ରୀପଦରୁ ବଂଚିତ ହୋଇଥିବା ବରିଷ୍ଠ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଏହି ପଦ ପାଇବାକୁ ଯାଉଛନ୍ତି | କେବଳ ସେତିକି ନୁହେ ଉପ ବାଚସ୍ପତି  ପଦ ପାଇଁ ବିଜେଡିର ବରିଷ୍ଠ ନେତା ଭର୍ତ୍ତୃହରି ମହତାବଙ୍କ ନାମ ଚର୍ଚ୍ଚା ଯେଉଁଛି   । ବାଚସ୍ପତି ପଦପାଇଁ ଜୁଏଲଙ୍କ ନାମ ସହିତ ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାଧାମୋହନ ସିଂ ଓ ମାନେକା ଗାନ୍ଧୀଙ୍କ ନାମ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଥିବା ବେଳେ ଏହି ଦୌଡରେ ଜୁଏଲ ଆଗରେ ଅଛନ୍ତି । ଜୁଏଲ ବାଚସ୍ପତି ହେଲେ ସେ ହେବେ ଏହିପଦବିରେ ଦ୍ଵିତୀୟ ଓଡ଼ିଆ ହେବାର ଗୌରବ ହାସଲ କରିବେ | 

ଅନ୍ୟପକ୍ଷରେ ବିଜେଡିର  ଭର୍ତ୍ତୃହରି ମହତାବଙ୍କ ନାମ ଉପବାଚସ୍ପତି ପାଦ ପାଇଁ ଚର୍ଚା ହେଉଛି | ଏପରିକି ବିଜେଡି ଏ ବିଷୟ ଜାଣି ଭର୍ତ୍ତୃହରିଙ୍କୁ ବିଜେଡି ସଂସଦୀୟ ଦଳ ନେତା ପଦ ନଦେଇ ଷ୍ଟାଣ୍ଡବାଇ ରଖିଥିଲା | ଭର୍ତ୍ତୃହରିଙ୍କ ବଦଳରେ ପିନାକୀ ମିଶ୍ରଙ୍କୁ ବିଜେଡି ସଂସଦୀୟ ଦଳର ନେତା ଭାବେ ମନୋନୀତ କରିଥିଲେ ଦଳପତି | ହେଲେ ଗଣମାଧ୍ୟମରେ ହେଉଥିବା ଏହି ଚର୍ଚ୍ଚା କେତେଦୂର ସତ ହେଉଛି ତାହା ଖୁବଶୀଘ୍ର ସ୍ପଷ୍ଟ ହୋଇଯିବ |

 

0
0
0
s2sdefault