ହେଡଲାଇନସ୍:

 ସୁଦାମ ,  ରାଜକିଶୋର ଓ ବାସନ୍ତିଙ୍କୁ ମୟୁରଭଞ୍ଜ ଜିଲା ବିଜୁ ଜନତା ଦଳ ପକ୍ଷରୁ ସମ୍ବର୍ଦ୍ଧନା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି)  ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା  ବିଭାଗ ମନ୍ତ୍ରୀ ସୁଦାମ ମାର୍ଣ୍ଡି , ବିଧାୟକ ରାଜକିଶୋର ଦାସ ଏବଂ ବାସନ୍ତି ହେମ୍ବ୍ରମଙ୍କୁ ମୟୁରଭଞ୍ଜ ଜିଲା ବିଜୁ ଜନତାଦଳ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଅଛି ।  ଭୂବନେଶ୍ୱରରୁ  ମନ୍ତ୍ରୀ ସୁଦାମ ମାର୍ଣ୍ଡି ବାରିପଦା ସ୍ଥିତ ପାଲବଣୀ ଗୋଲେଇ ଠାରେ ପହଞ୍ଚିବା ପରେ ମନ୍ତ୍ରୀ ଶ୍ରୀ ମାର୍ଣ୍ଡି ଏବଂ ପୂର୍ବରୁ ସେଠାରେ ଉପସ୍ଥିତଥିବା ବିଧାୟକ ରାଜକିଶୋର ଦାସ ଓ ବାସନ୍ତି ହେମ୍ବ୍ରମ ଙ୍କୁ ମୟୁରଭଞ ଜିଲା ବିଜୁ ଜନତାଦଳର କର୍ମୀମାନେ ଏକ ରାଲିରେ ବାରିପଦା ସର୍କିଟ ହାଉସକୁ ପାଛୋଟି ନେବାପରେ ସେଠାରେ ସମସ୍ତଙ୍କୁ ବିଜୁ ଜନତା ଦଳ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହାପରେ ଏକ ବିରାଟ ବାଇକ ରାଲିରେ ସହର ପରିକ୍ରମା କରିବା ସହିତ ବିଜୁ ପଟ୍ଟନାୟକ ଗୋଲେଇଠାରେ ପହଞ୍ଚି  ସେଠାରେ ବିଜୁ ପଟ୍ଟନାୟକ ପ୍ରତିମୂର୍ତ୍ତିରେ ସମୂହ ମାଲ୍ୟାର୍ପଣ କରିଥିଲେ  । ଏହାପରେ ଜିଲା ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଏକ କର୍ମୀମାନଙ୍କର ବୈଠକ ଅନୁଷ୍ଠିତ  ହୋଇଥିଲା । ଏହି ବାଇକ ରାଲି ସମୟରେ ସହରର ଷ୍ଟେସନ ବଜାର ପାଲବଣୀ ରାସ୍ତାରେ ଅନ୍ୟଲୋକମାନଙ୍କର ଯାତାୟତ ଏକ ପ୍ରକାର ଠପ ହୋଇଯାଇଥିଲା । ଏପରିକି ଆମ୍ବୁଲାନ୍ସ ମଧ୍ୟ ଯିବାପାଇଁ ରାସ୍ତା ମିଳିନଥିଲା । ଫଳରେ ସହରର ଅନ୍ୟପଟଦେଇ ଆମ୍ବୁଲାନ୍ସ ଚଳାଚଳ କରିଥିଲା । ଆଜିକାର ଏହି ସମ୍ବର୍ଦ୍ଧନା ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ପୁର୍ବତନ ବିଧାୟକ ତଥା ଉପବାଚସ୍ପତି ସାନନ୍ଦ ମାରାଣ୍ଡି , ମୟୁରଭଞ ଜିଲା ବିଜୁ ଜନତାଦଳର ସଭାପତି ଦେବାଶିଷ ମହାନ୍ତି , ଜୋନାଲ ସଭାପତି ସୁବ୍ରମଣ୍ୟମ ମହାନ୍ତି , ପୂର୍ବତନ ଉପନଗରପାଳ ଜୀତେନ୍ଦ୍ର ମହାନ୍ତି ,ପୂର୍ବତନ ବିଧାୟକ ଭାଦବ ହାଁସଦା , ଗଣେଶ୍ୱର ପାତ୍ର ,ଜିଲା ପ୍ରବକ୍ତା ସୁନୀଲ ଦାସ ପ୍ରମୁଖ ଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ । 

0
0
0
s2sdefault