ହେଡଲାଇନସ୍:

ବିଜେପୁରବାସୀଙ୍କ ଭଲ ପାଇବା ମୋତେ ଋଣୀ କରିଛି: ମୁଖ୍ୟମନ୍ତ୍ରୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର(ଶାସକ ପ୍ରଶାସକ): ୨୦୧୮ ବିଜେପୁର ଉପ-ନିର୍ବାଚନ ସମୟରେ ଆପଣମାନଙ୍କର ଭଲ ପାଇବା ମୋତେ ଅଭିଭୂତ କରିଥିଲା । ୨୦୧୯ ସାଧାରଣ ନିର୍ବାଚନରେ ପଶ୍ଚିମ ଓଡ଼ିଶାରୁ ପ୍ରାର୍ଥୀ ହେବା ପାଇଁ ମୋତେ ବିଭିନ୍ନ ମହଲରୁ ଅନୁରୋଧ କରାଯାଇଥିଲା । ଏ ପରିପ୍ରେକ୍ଷୀରେ ବିଜେପୁରରୁ ପ୍ରାର୍ଥୀ ହେବା ପାଇଁ ମୁଁ ନିଷ୍ପତ୍ତି ନେଇଥିଲି ଏବଂ ଆପଣମାନଙ୍କ ଆଶୀର୍ବାଦ ଲାଭ କରିଥିଲି । ଆପଣମାନଙ୍କର ଏ ସ୍ନେହ, ଆଦର ଓ ଭଲ ପାଇବା ମୋତେ ସବୁଦିନେ ଋଣୀ କରି ରଖିବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ କହିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବିଜେପୁରବାସୀଙ୍କୁ ଦେଇଥିବା କଥା ମୁଁ ସବୁବେଳେ ପାଳନ କରିଆସିଛି । ବିଜେପୁରର ବିକାଶ ମୋର ଦାୟିତ୍ୱ ଏବଂ ଏଥିପାଇଁ ମୁଁ କାମ କରିଚାଲିବି । ମୁଁ ସବୁବେଳେ ଆପଣମାନଙ୍କ ସାଥୀରେ ଅଛି ଓ ରହିଥିବି । ନୂଆ ଓଡ଼ିଶା ଓ ସମୃଦ୍ଧ ବିଜେପୁର ପାଇଁ ମୁଁ ଆପଣମାନଙ୍କ ସହଯୋଗ କାମନା କରୁଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ।

0
0
0
s2sdefault