ହେଡଲାଇନସ୍:

ବଡ ପ୍ୟାକେଜେ ଘୋଷଣା କରିସାରି ବିଜେପୁର ଛାଡିଲେ ମୁଖ୍ୟମନ୍ତ୍ରୀ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର : ରାଜ୍ୟର ଦୁଇଟି ଆସନରୁ ବିପୁଳ ଭୋଟ ବ୍ୟବଧାନରେ ନିର୍ବାଚିତ ହୋଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ବରଗଡ଼ ଜିଲ୍ଲା ବିଜେପୁର ନିର୍ବାଚନ ମଣ୍ଡଳୀ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି | ବାଚସ୍ପତିଙ୍କୁ ଏକ ପତ୍ର ପ୍ରେରଣା କରି ବିଜେପୁରରୁ ଇସ୍ତଫା ଦେଇଥିବା ବିଷୟରେ ଜଣାଇଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ | ଇସ୍ତଫା ଦେବା ସହଁ ତାଙ୍କୁ ବିପୁଳ ସମର୍ଥନ ଦେଇ ଜିତେଇଥିବା ଯୋଗୁ ବିଜେପୁର ବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ | ମୁଖ୍ୟମନ୍ତ୍ରୀ ତାଙ୍କର ପାରମ୍ପରିକ  ହିଞ୍ଜିଳି ଆସନଟିକୁ ବଜାୟ ରଖିଛନ୍ତି | ସୂଚନାଯୋଗ୍ୟ ହେ ବିଜେପୁର ପାଇଁ ଦୁଇଦିନ ତଳେ ବିଶାଳ ପ୍ୟାକେଜ ଘୋଷଣା କରିବା ଘଟଣାରୁ ଆଶା କରାଯାଉଥିଲା ମୁଖ୍ୟମନ୍ତ୍ରୀ ବିଜେପୁର ରୁ ଇସ୍ତଫା ଦେଉଛନ୍ତି |

0
0
0
s2sdefault