ହେଡଲାଇନସ୍:

ଫନି ଦୁଃଖ : ଇଫତାର ପାଳିବନି ବିଜେଡି ମାଇନରିଟି ସେଲ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର: ରାଜ୍ୟରେ ସଂଖ୍ୟାଲଘୁ ସଂପ୍ରଦାୟର ଜନସାଧାରଣଙ୍କ ପବିତ୍ର ରମଜାନ ମାସ ଏବେ ଚାଲିଥିବା ବେଳେ ଏଥିଲାଗି ବିଭିନ୍ନ ଅନୁଷ୍ଠାନ, ରାଜନୈତିକ ଦଳ ଓ ନେତୃସ୍ଥାନୀୟ ବ୍ୟକ୍ତି ଇଫ୍‍ତାର ପାର୍ଟିର ଆୟୋଜନ କରିଥାନ୍ତି । ଭାଇଚାରା ଅକ୍ଷୁଣ୍ଣ ରଖିବା ଓ ସମେସ୍ତ ସବୁ ଧର୍ମକୁ ସମ୍ମାନ ଦେବା ‘ଇଫ୍‍ତାର ପାର୍ଟି’ର ମୌଳିକ ବାର୍ତ୍ତା । ଏଭଳି ବାର୍ତ୍ତାକୁ ସମ୍ମାନ ଜଣାଇ ରାଜ୍ୟ ସଂଖ୍ୟାଲଘୁ ସେଲ୍‍, ବିଜୁ ଜନତା ଦଳ ପକ୍ଷରୁ ପ୍ରତିବର୍ଷ ଇଫ୍‍ତାର ପାର୍ଟିର ଆୟୋଜନ କରିଥାଏ । ଚଳିତବର୍ଷ ବାତ୍ୟା ‘ଫନି’ର ପ୍ରଭାବରେ ଉପକୂଳ ଓଡ଼ିଶା ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି । ସ୍ଥିତାବସ୍ଥା ଫେରାଇ ଆଣିବାକୁ ଅନେକ ଅନୁଷ୍ଠାନ , ସଂଗଠନ ଓ ବ୍ୟକ୍ତିବିଶେଷ ରିଲିଫ୍‍ ଦେବାକୁ ଅର୍ଥ ପଠାଉଛନ୍ତି । ଏପରି ଦୁଃଖଦ ମୁହୂର୍ତ୍ତରେ ଚଳିତବର୍ଷ ଇଫ୍‍ତାର ପାର୍ଟି ନକରିବା ଲାଗି ବିଜୁ ଜନତା ଦଳ ସଂଖ୍ୟାଲଘୁ ସେଲ୍‍ ନିଷ୍ପତ୍ତି ନେଇଛି । ଏହି ଇଫ୍‍ତାର ପାର୍ଟିରେ ଯେଉଁ ଅର୍ଥ ଖର୍ଚ୍ଚ ହେଉଥିଲା, ସେହି ଅର୍ଥ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‍ ପାଣ୍ଠିକୁ ପ୍ରଦାନ କରାଯିବ ବୋଲି ବିଜୁ ଜନତା ଦଳ ସଂଖ୍ୟାଲଘୁ ସେଲ୍‍ ସଭାପତି ମୁନ୍ନା ଖାଁ କହିଛନ୍ତି ।

0
0
0
s2sdefault