ହେଡଲାଇନସ୍:

ଅରୁଣଙ୍କ ମନ୍ତ୍ରୀପଦରେ ଅଂଚଳବାସୀ ଆନନ୍ଦିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଓଡଗାଁ(ଶ୍ରୀକାନ୍ତ ମିଶ୍ର ): ନୟାଗଡ ନିର୍ବାଚନ ମଣ୍ଡଳିରେ ଡ. ଅରୁଣ କୁମାର ସାହୁ ଲଗାତାର ୪ର୍ଥ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ବିଶ୍ୱସନୀୟତା ବଜାୟ ରଖି କ୍ୟାବିନେଟ ମନ୍ତ୍ରୀ ଭାବେ କୃଷି, ମତ୍ସ୍ୟ, ପଶୁ ସମ୍ପଦ ଏବଂ ଉଚ୍ଚଶିକ୍ଷା ବିଭାଗରେ ସ୍ଥାନ ପାଇଥିବାରୁ ସ୍ଥାନୀୟ ଅଂଚଳ ବାସୀଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି । ପୂର୍ବରୁ ବିଭିନ୍ନ ଗୁରୁତ୍ୱ ପୁର୍ଣ୍ଣ ବିଭାଗର ଦାୟିତ୍ୱରେ ନିଜର କାର୍ଯ୍ୟ ଦକ୍ଷତା ପ୍ରମାଣିତ କରିଥିବା ବେଳେ ଦଳର ସାଧାରଣ ସମ୍ପାଦକ ଅବା ପର୍ଯ୍ୟବେକ୍ଷକ ଭାବେ ସେ ନିଜର ସାଙ୍ଗଠନିକ ଦକ୍ଷତା ପ୍ରମାଣିତ କରି ମୁଖ୍ୟମନ୍ତ୍ରୀଙ୍କ ଆସ୍ଥା ଜିଣି ପାରିଛନ୍ତି | କେବଳ ଓଡଗାଁ କିମ୍ବା ନୟାଗଡ ବିଧାନସଭା ନିର୍ବାଚନମଣ୍ଡଳୀ  ନୁହେଁ ତାଙ୍କର ବଳିଷ୍ଠ  ନେତୃତ୍ୱ ଯୋଗୁଁ ସାମଗ୍ରିକ ଭାବରେ ନୟାଗଡ ଜିଲ୍ଲାର ବିକାଶ ତ୍ୱରାନ୍ୱିତ ହୋଇ ପାରିବ ବୋଲି ଅଂଚଳର ଜନସାଧାରଣ ଆଶା ବ୍ୟକ୍ତ କରିଛନ୍ତି । ବିଗତ ପାଂଚବର୍ଷରେ ଓଡଗାଁ ବ୍ଲକରେ ନୂତନ ପଂଚାୟତ ଗଠନ, ଓଡଗାଁକୁ ଏନଏସି ମାନ୍ୟତା, ପାର୍କନିର୍ମାଣ ସହିତ ରାସ୍ତାଘଟର ଉନ୍ନତିକରଣରେ ତାଙ୍କର ଅବଦାନ ଥିଲା ଗୁରୁତ୍ୱପୁର୍ଣ୍ଣ । ଏହା ସତ୍ୱେ ଏଠାରେ କୃଷି, ପାନୀୟ ଜଳ ଯୋଗାଣ, ଜଳସେଚନ ଭଳି ଆହୁରି ଅନେକ ସମସ୍ୟା ରହିଛି । ପର୍ଯ୍ୟଟନ ଏକ ଶିଳ୍ପର ମାନ୍ୟତା ପାଇବା ପରେ ଶରଣକୁଳ ଠାରେ ଲଡୁବାବା, ଓଡଗାଁରେ ଶ୍ରୀରଘୁନାଥ ଏବଂ ଜାମୁପାଟଣା ଠାରେ ବିଜେ ଶ୍ରୀଦିତୀକେଶ୍ୱର ମହାଦେବ ପୀଠକୁ ବର୍ଷ ତମାମ ପର୍ଯ୍ୟଟକମାନେ ଆସିଥାନ୍ତି । ପର୍ଯ୍ୟଟକ ମାନଙ୍କୁ ଆକର୍ଷିତ କରିବା ପାଇଁ ଏହି ଦେବପୀଠଗୁଡିକୁ ଆକର୍ଷଣୀୟ  କରିବା ସହିତ ଓଡଗାଁକୁ ଲାଗିରହିଥିବା ଗୟଳସିଂ ପାହାଡ ଉପରେ ଥିବା ଶାମୁକା ଝର ଏବଂ ବୁଢ଼ାବୁଢ଼ିଆଣୀ ଡ୍ୟାମ ଅଂଚଳକୁ ଅଧିକ ସୈାନ୍ଦର୍ଯ୍ୟ କରଣ ଓ ପର୍ଯ୍ୟଟକଙ୍କ ପାଇଁ ସୁବିଧା ସୁଯୋଗ ସୃଷ୍ଟି କରାଗଲେ ପରୋକ୍ଷ ଏବଂ ପ୍ରତ୍ୟେକ୍ଷ ଭାବରେ ସ୍ଥାନୀୟ ଅଂଚଳର ଯୁବକମାନେ ସ୍ୱାବଲମ୍ବିି ହୋଇ ଜିବୀକା ଅର୍ଜନ କରିପାରିବେ । ବାଣିଜ୍ୟ ବ୍ୟବସାୟ ବଢିବା ସହିତ ଆର୍ଥିକ ଅଭିବୃଦ୍ଧି ହୋଇପାରିବ । ଅନ୍ୟ ପକ୍ଷରେ ଓଡଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଥିବା ବେଳେ ବର୍ତ୍ତମାନ  ଉଚ୍ଚଶିକ୍ଷା ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ କଲେଜରେ ରହିଥିବା ସମସ୍ତ ପ୍ରକାରର ସମସ୍ୟା ଗୁଡିକର ସମାଧାନ ହୋଇ ପାରିବ ବୋଲି ସ୍ଥାନୀୟ ଅଂଚଳବାସୀ ଆଶାବ୍ୟକ୍ତ କରିଛନ୍ତି ।  

0
0
0
s2sdefault