ହେଡଲାଇନସ୍:

ମନ୍ତ୍ରୀ ହେଲେ ରଘୁନନ୍ଦନ, ମିଳିଲା ଜଳସମ୍ପଦ ଓ ସୂଚନା ଓ ଲୋକସମ୍ପର୍କ ବିଭାଗ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଖୁସିରେ ଉଛୁଳିଲା ବାଲିକୁଦା-ଏରସମା, ଛୁଟିଛି ଅଭିନନ୍ଦନର ସୁଅ 

ଜଗତସିଂହପୁର /Ramesh Mohanty- ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ଜଗତସିଂହପୁର ଜିଲ୍ଲାରୁ କିଏ ମନ୍ତ୍ରୀ ହେବେ ଏନେଇ ବହୁ କଳ୍ପନାଜଳ୍ପନା ଦେଖାଦେଇଥିଲା।ଏପରିକି ୬ଥର ବିଧାୟକ ହୋଇଥିବା ବରିଷ୍ଠ ନେତା ବିଷ୍ଣୁ ଦାସ ଏବଂ ୩ଥର ବିଧାୟକ ହୋଇଥିବା ପ୍ରଶାନ୍ତ ମୁଦୁଲି ଙ୍କ ନାମ ଚର୍ଚ୍ଚାରେ ଥିଲା।କିନ୍ତୁ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି ମନ୍ତ୍ରୀ ହେବାର ସୌଭାଗ୍ୟ ମିଳିଛି ରଘୁନନ୍ଦନ ଦାସଙ୍କୁ।ବାଲିକୁଦା-ଏରସମା ବିଧାନସଭା ଆସନରୁ ରଘୁନନ୍ଦନ ଦାସ ବିଜେଡିରୁ ପ୍ରାର୍ଥୀ ହୋଇ ୫୪ହଜାରରୁ ଉର୍ଦ୍ଧ ଭୋଟରେ ବିଜୟୀ ହେବା ପରେ ତାଙ୍କୁ ମିଳିଛି ସ୍ୱାଧୀନ ରାଷ୍ଟ୍ରମନ୍ତ୍ରୀ ପାହ୍ୟା | ଆଉ ମିଳିଛି ୨ ଗୋଟି ଗୁରୁତ୍ୱପୂର୍ଣ ବିଭାଗ  ଜଳସେଚନ ଓ ସୂଚନା ଓ ଲୋକସମ୍ପର୍କ ବିଭାଗ । ଏନେଇ ଖୁସିରେ ଉଛୁଳୁଛି ନିର୍ବାଚନମଣ୍ଡଳୀ ଖୁସିରେ ବିଭୋର ହୋଇଯାଇଛନ୍ତି କର୍ମୀମାନେ ।ଏପରିକି ଦାମ ରାଉତଙ୍କ ଭଳି ହେଭି ୱେଟ୍ ନେତାଙ୍କୁ ବହୁ ଭୋଟରେ ଶୋଚନୀୟ ପରାସ୍ତ କରି ରଘୁନନ୍ଦନ ନବୀନ ବାବୁଙ୍କ ପ୍ରିୟ ଭାଜନ ହୋଇଯାଇଥିଲେ ।

 ବାଲିକୁଦାର ପୂର୍ବତନ ବିଧାୟକ ବିପିନ ବିହାରୀ ଦାସଙ୍କ ପୁଅ ରଘୁନନ୍ଦନ ଦାସ।ସେ ତାଙ୍କ ଜୀବନରେ ପ୍ରଥମ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହେବା ସହିତ ମନ୍ତ୍ରୀ ହୋଇପାରିଛନ୍ତି।୨୦୦୦ମସିହା ସାଧାରଣ ନିର୍ବାଚନରେ ବିଜେଡିରୁ ଟିକେଟ୍ ପାଇଥିଲେ ମଧ୍ୟ ଅଳ୍ପ ଭୋଟ ବ୍ୟବଧାନରେ ତାଙ୍କୁ ପରାଜୟ ବରଣ କରିବାକୁ ପଡିଥିଲା । ଜଣାଶୁଣା ତଥା ଲୋକପ୍ରିୟ ସଂଗଠକ ଭାବେ ଜଣାଶୁଣା ରଘୁନନ୍ଦନ ୨୦୦୪ ନିର୍ବାଚନରେ ତାଙ୍କୁ ଦଳ ଟିକେଟ୍ ନ ଦେବାରୁ ସେ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ି ଖୁବ୍ କମ୍ ଭୋଟ ବ୍ୟବଧାନରେ ହାରିଯାଇଥିଲେ । ୨୦୦୯ ନିର୍ବାଚନରେ ତାଙ୍କୁ ବିଜେଡି ଟିକେଟ୍ ମିଳି ନ ଥିଲେ ମଧ୍ୟ ସେ ଦଳରେ ରହି ଦଳୀୟ ପ୍ରାର୍ଥୀ ପ୍ରଶାନ୍ତ ମୁଦୁଲିଙ୍କୁ ନିର୍ବାଚନରେ ସହଯୋଗ କରିଥିଲେ।୨୦୧୪ ନିର୍ବାଚନରେ ତାଙ୍କୁ ବିଜେଡି ଟିକେଟ୍ ନ ମିଳିବାରୁ ସେ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ି ହାରିଥିଲେ ମଧ୍ୟ ୩୨୧୩୫ଖଣ୍ଡ ଭୋଟ ପାଇଥିଲେ। ମାତ୍ର ଚଳିତ ନିର୍ବାଚନରେ ଏହି ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀରେ ପ୍ରଶାନ୍ତ ମୁଦୁଲିଙ୍କର ସ୍ଥିତି ଭଲ ନଥିବା କୁହାଯାଉଥିବା ବେଳେ ଅନ୍ୟ ପକ୍ଷରେ ବିଜେପି ଏଠାରେ ଦାମ ରାଉତଙ୍କ ଭଳି ହେଭି ୱେଟ୍ ନେତାଙ୍କୁ ପ୍ରାର୍ଥୀ କରିଥିଲା। ତେଣୁ ଦାମଙ୍କ ଚାଲେଞ୍ଜକୁ କେବଳ ରଘୁନନ୍ଦନଙ୍କ ଭଳି ଲୋକପ୍ରିୟ ସଂଗଠକ କେବଳ ମୁକାବିଲା କରିପାରିବେ ବୋଲି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ହୃଦବୋଧ ହୋଇଥିଲା |  ତାପରେ ରଘୁନନ୍ଦନଙ୍କ ବିଜେଡ଼ିକୁ ଘରବାହୁଡା ହୋଇଥିଲା | ଆଉ ବିଜେଡି ସୁପ୍ରିମୋ ନବୀନ ବାବୁ ରଘୁନନ୍ଦନଙ୍କ ଉପରେ ଆସ୍ଥା ପ୍ରକଟ କରି ତାଙ୍କୁ ଏହି ବାଲିକୁଦା-ଏରସମା ନିର୍ବାଚନମଣ୍ଡଳୀରୁ ଲଢିବା ପାଇଁ ଟିକେଟ୍ ପ୍ରଦାନ କରିଥିଲେ | ଆଉ ଦଳ ସୁପ୍ରିମୋଙ୍କ ବିଶ୍ୱାସ ଓ ଭରସାକୁ ରଘୁନନ୍ଦନ ରଖିବା ସହ ଦାମ ବାବୁଙ୍କ ଭଳି ତୁଙ୍ଗ ନେତାଙ୍କୁ ବିପୁଳ ଭୋଟ ବ୍ୟବଧାନରେ ପରାଜିତ କରିଥିଲେ | ଆଉ ତାଙ୍କୁ ପୁରସ୍କାର ଦେଇଛନ୍ତି ନବୀନ ବାବୁ | ପ୍ରଥମ ପଦାର୍ପଣରେ ବିଷ୍ଣୁ ଓ ପ୍ରଶାନ୍ତଙ୍କ ଭଳି ନେତାଙ୍କୁ ପଛରେ ମନ୍ତ୍ରୀ ହୋଇପାରିଛନ୍ତି ବାଲିକୁଦାର ଏହି ପ୍ରିୟ ନେତା ରଘୁନନ୍ଦନ । 

୫୦ବର୍ଷ ପରେ ବାଲିକୁଦାକୁ ମିଳିଛି ମନ୍ତ୍ରୀପଦ।ନିଜର ସଙ୍ଘର୍ଷପୁର୍ଣ୍ଣ ରାଜନୈତିକ ଜୀବନ ମଧ୍ୟରେ ସେ ଅନେକ କିଛି ହରାଇଥିଲେ ସୁଦ୍ଧା ଲୋକଙ୍କ ସହ ରହିଥିବାରୁ ଏବେ ହାତୀ ତାଙ୍କ ମୁଣ୍ଡରେ ସୁନା କଳସ ଢାଳିଥିବା ଜିଲ୍ଲା ସାରା ଚର୍ଚ୍ଚା ହେଉଛି।ଅପର ପକ୍ଷରେ ଜିଲ୍ଲାର ଅନ୍ୟ ବିଧାୟକମାନଙ୍କ ସହ ତାଙ୍କର ସୁସମ୍ପର୍କ ରହିଥିବା ଯୋଗୁଁ ମନ୍ତ୍ରୀପଦ ଭାର ଗ୍ରହଣ କରିବା ପରେ ରଘୁନନ୍ଦନଙ୍କ ନେତୃତ୍ୱରେ ଜିଲ୍ଲା ସଙ୍ଗଠନ ସନ୍ତୁଳିତ ହୋଇ ରହିବ ବୋଲି ଦଳ ପକ୍ଷରୁ ଚିନ୍ତା କରାଯାଇ ଏଭଳି ନିଷ୍ପତି ନିଆଯାଇଥିବା କୁହାଯାଉଛି।୧୫ବର୍ଷ ପରେ ପ୍ରଥମ ଥର ପାଇଁ ବିଧାୟକ ହୋଇ ମନ୍ତ୍ରୀ ପଦ ମିଳିଥିବାରୁ ବାଲିକୁଦା-ଏରସମା ବିଜେଡି ଶିବିରରେ ନାହିଁ ନଥିବା ଖୁସିର ଲହରୀ ଖେଳିଯାଇଛି।ଏନେଇ ତାଙ୍କ ନିକଟକୁ ଶୁଭେଚ୍ଛାର ସୂଅ  ଛୁଟିବାରେ ଲାଗିଛି।

0
0
0
s2sdefault