ହେଡଲାଇନସ୍:

୩୫୩ ନଂ ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ଅଧା ପନ୍ତରା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବିଜେପି ପକ୍ଷରୁ ଅର୍ଥନୈତିକ ଅବରୋଧ ଓ ଗଣଧାରଣା

ନୂଆପଡା.(ଅମିତ ପୁରୋହିତ); ନୂଆପଡା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ବାଞିବାହାଲ ନିକଟରେ କୋମନା ଅଞ୍ଚଳ ବାସୀ ୩୫୩ ନଂ ଜାତୀୟ ରାଜପଥକୁ ଅବରୋଧ କରିବା ସଙ୍ଗେ ସଙ୍ଗେ ଗଣ ଧାରଣାରେ ବସିଥିଲେ । ଶହ ଶହ ଟ୍ରକ ରାସ୍ତାର ଦୁଇ ପାର୍ଶ୍ୱରେ  ଅଟକି ରହିଥିଲା । ସୂଚନା ମୁତାବକ ୩୫୩ ନଂ ଜାତୀୟ ରାଜପଥର ୬୮ କି.ମି ନିର୍ମାଣ କାର୍ଯ୍ୟକୁ ୨୦୧୫ ମସିହା ରୁ ଆରମ୍ଭ କରାଯାଇଥିଲା । କିନ୍ତୁ ପ୍ରଶାସନିକ  ଅଧିକାରୀ ଙ୍କ ଅବହେଳା ଯୋଗୁଁ ଆଜିଯାଏଁ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରିଲା ନାହିଁ । ରାସ୍ତା ଅଧାପନ୍ତରିଆ ହୋଇ ପଡିରହିଥିବାରୁ ଜନସାଧାରଣ ବିଭିନ୍ନ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇ ମୃତ୍ୟୁବରଣ କରୁଛନ୍ତି । ଏଯାବତ ୧୮ ଜଣଙ୍କର ରାସ୍ତା ଦୁର୍ଘଟଣାରେ ମୃତ୍ୟୁ  ଘଟିସାରିଲାଣି ।  ପ୍ରତିଦିନ ଭାରି ଯାନ ଚଳାଚଳ ଯୋଗୁଁ ପ୍ରବଳ ଧୂଳି ହେଉଥିବାରୁ ଲୋକେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିବା ପରିଲଖିତ ହେଉଛି । ଆଗରୁ ରାସ୍ତା କାର୍ଯ୍ୟ ସମ୍ପୂର୍ଣ୍ଣ ପାଇଁ  ଅଂଚଳବାସୀଙ୍କ ତରଫରୁ ବହୁବାର ଆନ୍ଦୋଳନ  କରାଯାଇଥିଲେ ମଧ୍ୟ କିଛି ସୁଫଳ ମିଳି ନ ଥିଲା । ତେଣୁ ଅଂଚଳବାସୀ ଏଥରକ ଅର୍ଥନୈତିକ ଅବରୋଧ କରିବା ସଙ୍ଗେ ଗଣଧାରଣାରେ ବସିଥିଲେ । ଲୋକଙ୍କୁ  ବୁଝାଇବାକୁ ଯାଇ ଏନ୍.ଏଚ୍ ର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ପ୍ରଦୀପ  ସାମନ୍ତରାଏ ଘଟଣାସ୍ଥଳରେ ପହଂଚିଥିଲେ । ଜୁନ ମାସ ଶେଷସୁଦ୍ଧା ଯେକୈାଣସି ମତେ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାର ଲିଖିତ ପ୍ରତିଶୃତି ଦେବା ପରେ ଲୋକେ ଧାରଣାରୁ ଉଠିଥିଲେ । ଧାରଣାରେ ପ୍ରସନ୍ନ କୁମାର ପାଢୀ,ଯଦୁମଣି ପାଣିଗ୍ରାହୀ, ଅର୍ଜୁନ ଜଗତ, ହେମନ୍ତ କର, ତରୁଣ ରଥ, ବିରାଟ ବାଗ ଆଦି ଉପସ୍ଥିତ ଥିଲେ ।  

 

 

0
0
0
s2sdefault