ହେଡଲାଇନସ୍:

ବିବାହର ସିଲଭର ଜୁବଲୀରେ ମନ୍ତ୍ରୀ ପଦ 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଭୁବନେଶ୍ୱର : ନବୀନ ବାବୁଙ୍କ ମନ୍ତ୍ରିମଣ୍ଡଳରେ କ୍ୟାବିନେଟ ମନ୍ତ୍ରୀ ଭାବେ ସ୍ଥାନ ପାଇଛନ୍ତି ଟାଣୁଆ ଯୁବନେତା ତଥା ଦକ୍ଷମନ୍ତ୍ରୀ ପ୍ରତାପ ଜେନା | ସ୍ୱାସ୍ଥ୍ୟ ବିଭାଗ ମନ୍ତ୍ରୀ ଭାବେ ରାଜ୍ୟର ସ୍ୱାସ୍ଥ୍ୟ ବିଭାଗକୁ ଚଳଚଂଚଳ କରିବା ସହ ତାଙ୍କରି ସମୟରେ ସ୍ୱାସ୍ଥ୍ୟ ବିଭାଗରେ ଅନେକ ଲୋକାଭିମୁଖୀ ଯୋଜନା କାର୍ଯ୍ୟକାରୀ ହୋଇଛି | ତେଣୁ ତାଙ୍କ କାର୍ଯ୍ୟ ଦକ୍ଷତା ଓ ଆନୁଗତ୍ୟକୁ ଆଧାର କରି ନବୀନ ବାବୁ ତାଙ୍କ ଉପରେ ତୃତୀୟ ଥର ପାଇଁ ଆସ୍ଥା ପ୍ରକଟ କରିଛନ୍ତି | ତାଙ୍କ ପାଇଁ ଓ ତାଙ୍କ ସମର୍ଥକମାନଙ୍କୁ ଏହା ଅନେକ ଖୁସି ଆଣି ଦେଇଥିବା ବେଳେ କାକ ତାଳୀୟ ଭାବେ ମନ୍ତ୍ରୀ ହେବା ଦିନଟି ହେଉଛି ତାଙ୍କର ବିବାହର ୨୫ତମ ବର୍ଷ | ୨୫ତମ ବିବାହ ବାର୍ଷିକୀରେ ଅର୍ଥାତ ବିବାହର ସିଲଭର ଜୁବଲୀରେ ଏହା ତାଙ୍କ ପାଇଁ ଯେ ସବୁଠୁ ବଡ ଉପହାର, ଏଥିରେ ଦ୍ୱିରୁକ୍ତି ନାହିଁ | 

0
0
0
s2sdefault