ହେଡଲାଇନସ୍:

ଧର୍ମେନ୍ଦ୍ରଙ୍କୁ ମିଳି ନପାରେ ମନ୍ତ୍ରୀ ପଦ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନୂଆଦିଲ୍ଲୀ :  ୩୦ରେ ନରେନ୍ଦ୍ର ମୋଦି ଦ୍ଵିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ | ତାଙ୍କ ସହ ତାଙ୍କ ମନ୍ତ୍ରୀମଣ୍ଡଳ ବି ଶପଥ ନେବେ | ଓଡିଶାରୁ ତିନିଜଣଙ୍କୁ ମନ୍ତ୍ରୀ କରାଯିବ ବୋଲି ଚର୍ଚ୍ଚା ଚାଲିଛି | ସେମାନଙ୍କ ମଧ୍ୟରେ ବର୍ତ୍ତମାନ ମନ୍ତ୍ରୀ ଥିବା ଜୁଏଲ ଓରାମ, ଧର୍ମେନ୍ଦ୍ର ପ୍ରଧାନ ଓ ନବଗତଙ୍କ ଭିତରୁ ଜଣେ ଅପରାଜିତା ନହେଲେ ପ୍ରତାପ, ଦି ଷଢଙ୍ଗୀଙ୍କ ମଧ୍ୟରୁ କେହି ଜଣେ | ହେଲେ ଜାତୀୟ ଗାନ ମାଧ୍ୟମରେ ଯାହା ଚର୍ଚ୍ଚା ହେଉଛି ତାହାରି ଅନୁଯାୟୀ ପେଟ୍ରୋଲିଅମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମନ୍ତ୍ରୀପଦ ନ ମିଳିପାରେ | ଇଏ କି କଥା ଧର୍ମେନ୍ଦ୍ରଙ୍କ ଭଳି କାମିକିଆ ମନ୍ତ୍ରୀ ତଥା ଓଡ଼ିଶାରେ ବିଜେପିକୁ ଏକ ସମ୍ମାନ ଜନକ ସ୍ତିତିକୁ ଆଣିବାରେ କର୍ଣ୍ଣଧାର ତଥା ଦେଶ ବ୍ୟାପି ଉଜ୍ଜ୍ୱଳ ପାଇଁ କେନ୍ଦ୍ର ସରକାରଙ୍କ ଇମେଜ ବଢ଼ିଥିବା ତଥା ମୋଦିଜୀଙ୍କ କ୍ୟାବିନେଟର ଟପ ତିନି ପରଫରମିଂ ମନ୍ତ୍ରୀ ଭିତରୁ ଅନ୍ୟତମ ଧର୍ମେନ୍ଦ୍ର ବାବୁଙ୍କୁ ମନ୍ତ୍ରୀ ପଦ ମିଳିବନି !!!! ଏମିତି କେମିତି ହେବ, ହେଲେ ଅସଲ କଥା ହେଉଛି ଧର୍ମେନ୍ଦ୍ରଙ୍କ ମନ୍ତ୍ରୀ ପଦ ଦିଆ ନଗଲା ତେବେ ସେ ଦଳୀୟ କ୍ଷମତା ରାଜନୀତିରେ ଶୀର୍ଷ ସ୍ଥାନ ବା ଜାତୀୟ ଅଧ୍ୟକ୍ଷ ପଦବୀ  ମଣ୍ଡନ କରି ପାରନ୍ତି | କାରଣ ମୋଦିଜୀଙ୍କ ଆସନ୍ତା କ୍ୟାବେନେଟ ରେ  ରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ସାମିଲ ହେବା ନେଇ ଜୋରଦାର ଚର୍ଚା ଚାଲିଛି | ଯଦି ତାହା ହୁଏ ଜେ ପି ନଡା ଅବା ଧର୍ମେନ୍ଦ୍ରଙ୍କ ମଧ୍ୟରୁ ଜଣେ କେହି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ହୋଇ ପାରନ୍ତି ବୋଲି ଜାତୀୟ ଗାନ ମାଧ୍ୟମରେ ଚର୍ଚା ହେଉଛି |

କାରଣ ବିଜେପିରେ ବର୍ତ୍ତମାନ 'ଏକ ବ୍ୟକ୍ତି- ଏକ ପଦ'ର ସିଦ୍ଧାନ୍ତରେ ରହିଥିବା ଯୋଗୁ ସେ ଯଦି କ୍ୟାବିନେଟ୍ରେ ସାମିଲ ହୁଅନ୍ତି ତେବେ ସେ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବେ | ତେଣୁ ସେ ଯଦି ଏହି ପଦ ଛାଡ଼ନ୍ତି ତେବେ,  ଜଣେ ପାରିବାର ତଥା ବିଚକ୍ଷଣ ନେତାଙ୍କୁ ସଭାପତି କାରାଯିବ ନିହାତି । ତେବେ ଧର୍ମେନ୍ଦ୍ର ପ୍ରଧାନ କିମ୍ବା ଜେ.ପି ନଡ୍ଡାଙ୍କୁ ଅଧ୍ୟକ୍ଷ ପଦ ଦିଆ ଯାଇପାରେ ବୋଲି ଚର୍ଚ୍ଚା ଜୋର | ଯଦି ଧର୍ମେନ୍ଦ୍ରଙ୍କୁ ସଭାପତି କରାଯାଏ ଜୁଏଲଙ୍କ ସହିତ ଆଉ ଜଣଙ୍କୁ ମନ୍ତ୍ରୀ କରାଯିବ, ଯେଉଁଥିରେ କି ଧର୍ମେନ୍ଦ୍ରଙ୍କ ମତକୁ ଗୁରୁତ୍ୱ ମିଳିପାରେ | 

0
0
0
s2sdefault