ହେଡଲାଇନସ୍:

ମଇଦାନକୁ ନ ଓହ୍ଲାଇ ଦମ୍ ଦେଖାଇଲେ ବିଷ୍ଣୁ : ମିଳିପାରେ ମନ୍ତ୍ରୀପଦ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର/ରମେଶ ମହାନ୍ତି -ଜଗତସିଂହପୁର ହୋଇଛି ଶଙ୍ଖମୟ ସାଂସଦଙ୍କ ସମେତ ୪ବିଧାୟକ ଆସନ ମଧ୍ୟ ପୋଛିନେଲା ବିଜେଡି । ଜିଲ୍ଲାର ସବୁ ଆସନ ଯେ ବିଜେଡି ଦଖଲ କରିବ ତାହାଥିଲା କଳନା ବାହାରେ । ରାଜନୈତିକ ବିଶାରଦମାନେ ଯାହାବି କିଛି ଆକଳନ କରୁଥିଲେ ତାହା ଭୁଲ୍ ପ୍ରମାଣିତ ହୋଇଛି । ଏବେ ନିର୍ବାଚନ ସରିଛି ଫଳାଫଳ ଘୋଷଣା ବି ସରିଛି | କିନ୍ତୁ ଜିଲ୍ଲାରୁ କିଏ ମନ୍ତ୍ରୀପଦ ପାଇବେ ଏନେଇ କଳ୍ପନା ଜଳ୍ପନା ପ୍ରକାଶ ପାଇଛି। ଜିଲ୍ଲାର ବରିଷ୍ଠ ନେତା ବିଷ୍ଣୁ ଦାସ ମନ୍ତ୍ରୀପଦ ପାଇ ପାରନ୍ତି ବୋଲି ଶୁଣିବାକୁ ମିଳୁଛି।ଜଗତସିଂହପୁର ଆସନରୁ ୫ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ଜିଲ୍ଲାର ବରିଷ୍ଠ ନେତା ବିଷ୍ଣୁ ଦାସ ଚଳିତ ନିର୍ବାଚନରେ ତିର୍ତ୍ତୋଲ ଆସନରୁ ବିଧାୟକ ପ୍ରାର୍ଥୀ ହେବା ପରେ ହଠାତ୍ ତାଙ୍କ ଶରୀର ଅସୁସ୍ଥତା ଯୋଗୁଁ ସେ ନିର୍ବାଚନ ପ୍ରଚାର ମଇଦାନକୁ ନ ଓହ୍ଲାଇ ମଧ୍ୟ ୪୦ହଜାରରୁ ଉର୍ଦ୍ଧ ଭୋଟରେ ବିଜୟୀ ହୋଇ ନିଜର ଲୋକ ପ୍ରିୟତାର ପ୍ରମାଣ ଦେଇଛନ୍ତି । ଏପରିକି ଗତ ୨୦୧୪ ନିର୍ବାଚନରେ ତିର୍ତ୍ତୋଲ ବିଧାୟିକା ଡା.ରାଜଶ୍ରୀ ମଲ୍ଲିକ ଯେତିକି ଭୋଟ୍ ପାଇଥିଲେ ଚଳିତ ୨୦୧୯ ନିର୍ବାଚନରେ ତିର୍ତ୍ତୋଲରୁ ବିଷ୍ଣୁ ଦାସ ତାଙ୍କ ଠାରୁ ଢେର୍ ଅଧିକା ଭୋଟ୍ ପାଇଛନ୍ତି।ଖାଲି ତିର୍ତ୍ତୋଲ ନୁହେଁ ବାଲିକୁଦା-ଏରସମା,ଜଗତସିଂହପୁର, ପାରାଦ୍ଵୀପ ନିର୍ବାଚନମଣ୍ଡଳୀରେ ମଧ୍ୟ ବିଷ୍ଣୁଙ୍କ ସମର୍ଥକଙ୍କ ସଂଖ୍ୟା କମ୍ ନାହିଁ । ଏପରିକି ଜିଲ୍ଲାର ଆଉଜଣେ ନେତା ଯିଏକି ବାଲିକୁଦା-ଏରସମା ଏବଂ ଜଗତସିଂହପୁର ନିର୍ବାଚନ ମଣ୍ଡଳୀରୁ ଲଗାତାର ୩ଥର ବିଧାୟକ ହୋଇ କଂଗ୍ରେସର ଟାଣୁଆ ନେତା ଚିରଞ୍ଜିବୀ ବିଶ୍ୱାଳଙ୍କୁ ୮୬୪୨ଖଣ୍ଡ ଭୋଟରେ ହରାଇଥିବା ପ୍ରଶାନ୍ତ ମୁଦୁଲି ମଧ୍ୟ ମନ୍ତ୍ରୀ ହୋଇପାରନ୍ତି ବୋଲି କୁହାଯାଉଛି।ଏପରିକି ଭୋଟରେ ବିଜୟ ବ୍ୟବଧାନକୁ ଦେଖିଲେ ବିଷ୍ଣୁଙ୍କ ବହୁ ପଛରେ ରହିଛନ୍ତି ପ୍ରଶାନ୍ତ । ବିଭିନ୍ନ ଦିଗରୁ ଦେଖିବାକୁ ଗଲେ ବିଷ୍ଣୁ ଦାସ ଜିଲ୍ଲାରୁ ମନ୍ତ୍ରୀପଦ ପାଇପାରନ୍ତି ବୋଲି ରାଜନୈତିକ ବିଶେଷଜ୍ଞ ମାନଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି।

0
0
0
s2sdefault