ହେଡଲାଇନସ୍:

ଆଜି ନବୀନ ଭେଟିଲେ ରାଜ୍ୟପାଳଙ୍କୁ, ୨୯ରେ ଶପଥ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 କାଳିଆ ଟଙ୍କା ଦେବାର ପ୍ରତିଶ୍ରୁତି ବି ପୁରଣ କରିବେ ନବୀନ

 ଭୁବନେଶ୍ୱର: ଲଗାତାର ପଞ୍ଚମ ଥର ପାଇଁ ବିପୁଳ ସଂଖ୍ୟାରେ ବିଜୟୀ ହୋଇଥିବା ତଥା ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ହାସଲ କରିଥିବା ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାରା ଦେଶକୁ ନିଜ ଲୋକପ୍ରିୟତାରେ ସାରା ଦେଶକୁ ଚକିତ କରିଦେଇଛନ୍ତି | ନିଜକୁ ଅଦ୍ଵିତୀୟ ତଥା ଅପରାଜେୟ ନେତା ଭାବେ ପ୍ରତିପାଦିତ କରିଥିବା ନବୀନ ବାବୁ ପଞ୍ଚମ ଥର ପାଇଁ ରାଜ୍ୟର ଭାଗ୍ୟଡ଼ୋରୀ ସମ୍ଭାଳିବାକୁ ଯାଉଛନ୍ତି |  ବିଜୁ  ଜନତା ଦଳ ବିଧାୟକ ଦଳର ନେତା ଭାବେ ନିର୍ବାଚିତ ହେବ ପରେ ରାଜ୍ୟପାଳ  ପ୍ରଫେସର ଗଣେଷୀ ଲାଲଙ୍କୁ ଭେଟିଛନ୍ତି ବିଜୁ ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ| ବିଜେଡି ବିଧାୟକ ଦଳ ନେତା ଭାବେ ନିର୍ବାଚିତ ହୋଇଥିବା ସମ୍ବଳିତ ଦସ୍ତାବିଜ ତଥା ବିଧାୟକ ମାନଙ୍କର ଚିଠା  ଦାଖଲ କରି ସରକାର ଗଠନ ପାଇଁ ଦାବି ଉପସ୍ଥାପିତ କରିଛନ୍ତି | ୨୯ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ନବୀନ ପଟ୍ଟନାୟକ  ।

ଶପଥ ଗ୍ରହଣ ଉତ୍ସବ ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ହେବ | ନିରାଡ଼ମ୍ବର ଶପଥ ଗ୍ରହଣ ଉତ୍ସବ ସରିଲା ପରେ ସଚିବାଳୟରେ ନୂଆ ସରକାରଙ୍କ ପାଇଁ ଅନ୍ୟ ଏକ ସ୍ୱତନ୍ତ୍ର ଉତ୍ସବର ଆୟୋଜିତ ତଥା ନୂତନ  କ୍ୟାବିନେଟ୍  ପ୍ରଥମ ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟ କ୍ରମ ରହିଛି |ଆଉ ନିର୍ବାଚନୀ ପ୍ରତିଶ୍ରୁତି ଅନୁଯାୟୀ ଚାଷୀଙ୍କୁ ଦୁଇଟି କିସ୍ତିର (୧୦ ହଜାର) ‘କାଳିଆ’ ଟଙ୍କା ଦେବାକୁ ମୁଖ୍ୟମନ୍ତ୍ରୀ |  ପର୍ଯ୍ୟାୟକ୍ରମେ  ୨୫ ଲକ୍ଷରୁ ଅଧିକ ଚାଷୀଙ୍କୁ ୧୦ ହଜାର ଟଙ୍କା ଲେଖାଏଁ କାଳିଆ ଟଙ୍କା ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯିବ  । 

0
0
0
s2sdefault