ହେଡଲାଇନସ୍:

ଆପଣମାନଙ୍କ ଭଲ ପାଇବା ପାଖରେ ମୁଁ ରୁଣୀ : ଡ଼ ଅରୁଣ 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ନିର୍ବାଚନ ମଣ୍ଡଳୀବାସୀଙ୍କୁ ଅରୁଣ ଜଣାଇଲେ କୃତଜ୍ଞତା 

ପ୍ରତି ମାସରେ ଆୟୋଜିତ ହେବ ବ୍ଲକସ୍ତରୀୟ ଶୁଣାଣୀ 

ଓଡଗାଁ(ଶ୍ରୀକାନ୍ତ ମିଶ୍ର) : ନୟାଗଡ ନିର୍ବାଚନମଣ୍ଡଳୀରୁ ସବୁ କଳ୍ପନା ଜଳ୍ପନାକୁ ପ୍ରତିହତ କରି ବାଜିମାତ କରିଛନ୍ତି ବିଜୁ ଜନତା ଦଳର ଟାଣୁଆ ଯୁବ ନେତା ତଥା ପୂର୍ବତନ ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ | ଲଗାତାର ଚତୁର୍ଥ ଥର ପାଇଁ ବିଜୟଲାଭ କରିବା ପରେ ନିର୍ବାଚନମଣ୍ଡଳୀ ବାସୀଙ୍କ ପାଖକୁ ଯାଇ ଜଣାଇଛନ୍ତି କୃତଜ୍ଞତା | ବିକାଶ ପ୍ରକ୍ରିୟା ଜାରି ରଖିବା ସହ ଲୋକଙ୍କ ଅଧିକ ନିକଟତର ହୋଇ ସେମାନଙ୍କ ଶୁଖଦୁଃଖରେ ସାମିଲ ହେବାର ପ୍ରତିଶ୍ରୁତି ଦେଇଛନ୍ତି ଅରୁଣ |

 ଓଡଗାଁ ଇନଣ୍ଡୋର ଷ୍ଟାଡିୟମରେ ବିଧାୟକ  ଡ.ସାହୁ ତାଙ୍କୁ ନୟାଗଡ ନିର୍ବାଚନ ମଣ୍ଡଳିର ୪ର୍ଥ ଥର ପାଇଁ ବିଧାୟକ ଭାବେ  ନିର୍ବାଚିତ କରିଥିବାରୁ ଆଜି ତାଙ୍କର ହଜାର ହଜାର ସମର୍ଥକ, ଶୁଭେଛୁ  ଏବଂ ଓଡଗାଁ ଅଂଚଳର ସମସ୍ତ ନାଗରୀକମାନଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ବାତ୍ୟା ଫନି ଯୋଗୁଁ ବାର୍ତ୍ତମାନ ସୁଦ୍ଧା ଲକ୍ଷ ଲକ୍ଷ ଲୋକ ଦୁର୍ଦ୍ଦଶାରୁ ମୁକ୍ତ ହୋଇନଥିବା ବେଳେ ଚଳିତ ନିର୍ବାଚନରେ ବିଜୟ ହାସଲ କରିଥିବା ବିଜେଡି ଦଳ ବିଜୟ ଉତ୍ସବ ପାଳନ ନକରି ନିରାଡମ୍ବର ଭାବରେ ଶପଥ ପାଠ ଉତ୍ସବ ପାଳନ ପାଇଁ ନିଷ୍ପତ୍ତି  ନେଇଛନ୍ତିି । ବିଧାୟକ ଭାବେ ପୁନଃ ନିର୍ବାଚିତ ହେବା ପରେ ବହୁ ସମର୍ଥକ ତାଙ୍କୁ ବିଭିନ୍ନ ସ୍ଥାନରୁ  ଅଭିନନ୍ଦନ ଜଣାଇବା ପାଇଁ ତାଙ୍କ ପାଖରେ ପହଞ୍ଚୁଥିଲେ । ନୟାଗଡ ନିର୍ବାଚନ ମଣ୍ଡଳୀବାସୀ ତାଙ୍କୁ ଦେଇଥିବା ଅମାପ ଶ୍ରଦ୍ଧା, ଆଶୀର୍ବାଦ ଓ ସମର୍ଥନ ପାଇଁ ସେ କୃତଜ୍ଞତା ଜଣାଇବା ସକାଶେ ଚାଲି ଆସିଥିଲେ ଲୋକଙ୍କ ପାଖକୁ |  ନୟାଗଡ ଏବଂ ଓଡଗାଁରେ ସଭା ମାଧ୍ୟମରେ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ । ତାଙ୍କ ଦ୍ୱାରା ଚାଲିଥିବା ବିକାଶ ମୂଳକ କାମକୁ ସେ ଜାରି ରଖିବା ସହ ପ୍ରତି ମାସରେ ବ୍ଲକସ୍ତରୀୟ ସାଧାରଣ ଅଭିଯୋଗ ଶୁଣାଣି କରିବା ପାଇଁ ପ୍ରତିଶୃତି ଦେଇଥିଲେ । ଯାହାଫଳରେ ସେହି ଅଂଚଳର ପ୍ରତ୍ୟେକ ସମସ୍ୟା ସହିତ ସେ ନିଜେ ଜଡିତ ରହିବେ  ଏବଂ ତାର ସମାଧାନ କରିବେ । ବିଗତ ନିର୍ବାଚନରୁ ମିଳିଥିବା ଅନୁଭବ ଅନୁସାରେ ସେ ପ୍ରତ୍ୟେକ ସାଧାରଣ ଲୋକଙ୍କର ନିକଟତର ହୋଇ ଗ୍ରାମ୍ୟ, ପଂଚାୟତ ଏବଂ ବ୍ଲକସ୍ତରୀୟ ସମନ୍ୱୟ ସଭାକରିବା ପାଇଁ ତାଙ୍କର ମତ ରଖିବା ସହିତ ପୂର୍ବପରି ବିକାଶର ଧାରା ନିରନ୍ତର ଜାରି ରହିବ ବୋଲି କହିଥିଲେ । ଏହି ସଭାରେ ଓଡଗାଁ ବ୍ଲକ ଅଧ୍ୟକ୍ଷା ମମତା ବେହେରା, ଉପାଧ୍ୟକ୍ଷା ବିରଜା ଲକ୍ଷ୍ମୀ ସାହୁ, ଜିଲ୍ଲାପରିଷଦ ସଭ୍ୟ ଲୋକନାଥ ସାହୁ, ବିଭୁପ୍ରସାଦ ସାହୁ ଏବଂ ସମସ୍ତ ପଂଚାୟତର ସରପଂଚ, ସମିତି ସଭ୍ୟ ଅନ୍ୟାନ୍ୟ ପଂଚାୟତ ପ୍ରତିନିଧି ସର୍ବୋପରି ହଜାର ହଜାର ସଂଖ୍ୟାରେ ସମର୍ଥକ ଉପସ୍ଥିତ ଥିଲେ । 

 

0
0
0
s2sdefault