ହେଡଲାଇନସ୍:

ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଜଣାଇଲେ ୫ଟି ଜିଲ୍ଲାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ  ମହାସଂଘ ସଦସ୍ୟା

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର,: ବିଜୁ ଜନତା ଦଳ ପଞ୍ଚମଥର ପାଇଁ କ୍ରମାଗତ ଭାବରେ ବିଧାନସଭା ନିର୍ବାଚନ ବିପୁଳ ସଂଖ୍ୟାରେ ଜିତିବା ପରେ ସରକାର ଗଢ଼ିବାକୁ ଯାଉଥିବା ବେଳେ ଦଳର ସଭାପତି ତଥା  ମୁଖମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟଙ୍କୁ ଆଜି କେନ୍ଦ୍ରାପଡ଼ା, ନୟାଗଡ଼, ଖୋର୍ଦ୍ଧା, ପୁରୀ ଓ କଟକ ଜିଲ୍ଲାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମହାସଂଘ ସଦସ୍ୟାମାନେ ମହିଳା ସମବାୟ ବିକାଶ ନିଗମ ଅଧ୍ୟକ୍ଷା ତଥା ମହିଳା ବିଜେଡି କାର୍ଯ୍ୟକାରୀ ସଭାନେତ୍ରୀ ଶ୍ରୀମତୀ ଶ୍ରୀମୟୀ ମିଶ୍ରଙ୍କ ନେତୃତ୍ୱରେ ଭେଟି ପୁଷ୍ପଗୁଚ୍ଛ ପ୍ରଦାନ ସହ ସମ୍ବର୍ଦ୍ଧନା ଜଣାଇଛନ୍ତି । ୨୦୧୯ ନିର୍ବାଚନରେ ଶ୍ରୀଯୁକ୍ତ ପଟ୍ଟନାୟକଙ୍କ ନେତୃତ୍ୱରେ ଦଳ ସଂଖ୍ୟାଧିକ ଆସନ ଆସିବା ସହିତ ସରକାର ଗଢ଼ୁଥିବାରୁ ତାଙ୍କୁ ଧନ୍ୟବାଦ ଜଣାଇଥିଲେ । ଏଥିସହିତ ଆସନ୍ତା ଶପଥ ଗ୍ରହଣ ଉତ୍ସବକୁ ସେମାନଙ୍କୁ ସାମିଲ କରାଯିବାକୁ ମାନ୍ୟବର ସଭାପତିଙ୍କୁ ଅନୁରୋଧ କରିଥିଲେ । ଶ୍ରୀ  ପଟ୍ଟନାୟକ ମଧ୍ୟ ଏ ବିଷୟରେ ବିଚାର କରୁଛନ୍ତି ବୋଲି ଶ୍ରୀମତୀ ମିଶ୍ର କହିଛନ୍ତି ।

0
0
0
s2sdefault