ହେଡଲାଇନସ୍:

ପାରଳାରେ ଭାଜପା, ମୋହନାରେ କଂଗ୍ରେସ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାରେ ତିରୁପତି ଦେଖାଇଲେ ଦମ, କଂଗ୍ରେସ ଚତୁର୍ଥ ସ୍ଥାନରେ  

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ :ଗଜପତି ଜିଲ୍ଲାର ଦୁଇଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀ ୧୩୬ ମୋହନା ଓ ୧୩୭ ପାରଳାଖେମୁଣ୍ଡି ରହିଛି  । ୨୦୧୯ ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଏଠାରେ ଗତ ଏପ୍ରିଲ ୧୧ତାରିଖରେ ଅନୁଷ୍ଠିତ ହୋଇଥିଲା । ସେହିଦିନ ଠାରୁ ଉଭୟ ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀଙ୍କ ସମେତ ଦଳୀୟ ନେତା, କର୍ମୀ, ସମର୍ଥକ ଓ ରାଜନୈତିକ ସମିକ୍ଷକ ମାନଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ପ୍ରାର୍ଥୀଙ୍କ ଜିତିବା ହାରିବା ସହ କିଏ କେତେ ଭୋଟ ପାଇବ ତାହାକୁ ନେଇ ଯେଉଁ କଳ୍ପନା ଜଳ୍ପନ ଓ ଅଙ୍କ କଷା ଲାଗିରହିଥିଲା ତାହା ମେ ୨୩ ତାରିଖରେ ଭୋଟ ଗଣତି ହୋଇ ଫଳାଫଳ ସାମନାକୁ ଆସିବା ଫଳରେ ସେ ସବୁର ଅବସାନ ହୋଇଛି ।

ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ଆସନରେ ଭାରତୀୟ ଜନତା ପାର୍ଟିର କେ.ନାରାୟଣ ରାଓ ବିଜୟୀ ହୋଇଛନ୍ତି । ବିଜେପି ଏଠାରେ ୫୨,୪୧୫ଟି ଭୋଟ ପାଇଥିବା ବେଳେ ନିକଟତମ ପ୍ରତିଦ୍ୱନ୍ଦୀ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢୁଥିବା ତିରୁପତି ପାଣିଗ୍ରାହୀଙ୍କୁ ୩୭,୦୮୦ଟି ଭୋଟ ମିଳିଛି । ବିଜୁ ଜନତାଦଳର କଲ୍ୟାଣୀ ଗଜପତିଙ୍କୁ ୨୬,୬୪୫ ଏବଂ କଂଗ୍ରେସର କେ.ସୁର୍ଯ୍ୟରାଓଙ୍କୁ ୨୪,୦୪୦ ଟି ଭୋଟ ମିଳିଛି । ସେହିଭଳି ଏଠାରେ ଆଉ ତିନିଜଣ ପ୍ରାର୍ଥୀ ରହିଥିବାରୁ ବି.ଏସ.ପିର ଗୌରୀଙ୍କୁ ୧୧୩୩ଟି, ସମତା ପାର୍ଟିକୁ ୧୦୯୮ ଏବଂ କେଦାର ଶବରଙ୍କୁ ୧୫୭୨ଟି ଭୋଟ ମିଳିଛି । 

ନିର୍ବାଚନ ଜିତିବା ପରେ ବିଜେପିର ବିଜୟୀ ବିଧାୟକ କେ.ନାରାୟଣ ରାଓ କହିଛନ୍ତି ନିର୍ବାଚନ ମଣ୍ଡଳୀର ସମସ୍ତ ପ୍ରକାରବିକାଶ ପ୍ରତି ବିଶେଷ ଗୁରୁତ୍ୱ ଦେଇ କାର୍ଯ୍ୟକରିବା ମୋର ଲକ୍ଷ ବୋଲି କହିଥିଲେ ।

ସେହିଭଳି ଜିଲ୍ଲାର ଅନ୍ୟ ଏକ ନିର୍ବାଚନ ମଣ୍ଡଳୀ ମୋହନାରେ କଂଗ୍ରେସର ଦାସରଥୀ ଗମାଙ୍ଗ ବିଜୟୀ ହୋଇଛନ୍ତି । କଂଗ୍ରେସ ଏଠାରେ ୫୩,୭୦୫ଟି ଭୋଟ ପାଇଥିବା ବେଳେ ନିକଟତମ ପ୍ରତିଦ୍ୱନ୍ଦୀ ବିଜୁ ଜନତାଦଳର ପୂର୍ଣ୍ଣବାସୀ ନାୟକ ୫୧,୩୫୧ଟି ଭୋଟ ପାଇଛନ୍ତି । ବିଜେପିର ପ୍ରଶାନ୍ତ ମଲ୍ଲିକ ୪୬,୧୭୬ଟି ଭୋଟ, ସୁଦାମ ରଇତ ୨୨୨୨ଟି, ଦାମୋଦର ରଇତ ୧୨୯୧ଟି, ଜାକବ କାର୍ଯ୍ୟୀ ୧୯୬୫ଟି, ଆମସନ ମଲ୍ଲିକ ୩୪୨୩ଟି, ଏବଂ ଭରତ ପାଇକ ୧୪୪୦ଟି ଭୋଟ ପାଇଛନ୍ତି । ଏହି ନିର୍ବାଚନ ମଣ୍ଡଳୀ ୨୯୭ଟି ମତଦାନ କେନ୍ଦ୍ରରେ ମୋଟ ୧,୬୩,୯୭୧ଟି ଭୋଟ ପଡିଥିଲା । ଉଭୟ ପାରଳାଖେମୁଣ୍ଡି ଓ ମୋହନା ନିର୍ବାଚନ ମଣ୍ଡଳୀର ବିଜୟ ପ୍ରାର୍ଥୀ ଭାଜପାର କେ.ନାରାୟଣ ରାଓ ଏବଂ ମୋହନା କଂଗ୍ରେସର ଦାସରଥି ଗମାଙ୍ଗ ଭୋଟ ଗଣତି ଫଳାଫଳ ବାହାରି ବିଜୟ ହେବା ପରେ ନିର୍ବାଚନ ମଣ୍ଡଳୀର ସମସ୍ତ ଭୋଟର ଦଳୀୟ କର୍ମକର୍ତ୍ତାଙ୍କୁ କୃତଜ୍ଞତା ଜଣାଇଥିଲେ ।

ନିର୍ବାଚନରେ ବିଜୟୀ ହେବା ପରେ କେ.ନାରାୟଣ ରାଓ ଦଳୀୟ କର୍ମୀ ଓ ସମର୍ଥକଙ୍କ ଗ୍ରହଣରେ ଏକ ବିରାଟ ଶୋଭାଯାତ୍ରାରେ ବାହାରିଥିଲେ ।

 

0
0
0
s2sdefault