ହେଡଲାଇନସ୍:

ଦିଲ୍ଲୀରେ ଚାଲିଛି ସିଡବ୍ଲ୍ୟୁସି ବୈଠକ : ହରିବାର କାରଣ ଖୋଜି ନିର୍ଣ୍ଣୟ କରିବା ଆଗ ଚଲା ରାସ୍ତା | 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

  ନୂଆଦିଲ୍ଲୀ :   ୨୦୧୪ ତୁଳନାରେ କଂଗ୍ରେସ ଆପାତତଃ ଅଧିକ କିଛି ଆସନ ପାଇଥିଲେ ବି ଦଳର ଦେଶବ୍ୟାପୀ ନୈରାଶ୍ୟଜନକ ପ୍ରଦର୍ଶନ ସର୍ବୋପରି ଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଆମେଥିର ବିପର୍ଯ୍ୟୟ ଦଳକୁ ଚିନ୍ତାରେ ପକାଇଛି | ଦଳର ବହୁ ବରିଷ୍ଠ ନେତା ଭୂଇଁ ଚାଟିଥିବ ବେଳେ ବିଜେପି ଆଶାତୀତ ସଫଳତା ହାସଲ କରିଛି | ତେଣୁ ଏହାରି ଉପରେ ଆଲୋଚନା କରିବା ପାଇଁ ନୂଆ ଦିଲ୍ଲୀ ଠାରେ ଚାଲିଛି କଂଗ୍ରେସ କାର୍ଯ୍ୟକାରିଣୀ କମିଟି( ସିଡବ୍ଲ୍ୟୁସି) ବୈଠକ | 

ଦେଶର ପ୍ରାୟତଃ ରାଜ୍ୟରେ ଦଳର ହରିବାର କାରଣ ଖୋଜି ନିର୍ଣ୍ଣୟ କରିବା ସହ ଆଗ ଚଲା ରାସ୍ତା ବା ୠଣନୀତି ପ୍ରସ୍ତୁତ କରିବା ପାଇଁ ବସିଛି ବୈଠକ | ଯେଉଁ ରାଜ୍ୟ ଗୁଡିକରେ କଂଗ୍ରେସ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି, ଏଆଇସିସିର ପରାମର୍ଶ ଅନୁସାରେ ସେ ରାଜ୍ୟର ପିସିସି ସଭାପତିମାନେ ଇସ୍ତଫା ପ୍ରଦାନ କରିଛନ୍ତି | ମୁଖ୍ୟତ ଆଜିର ବୈଠକରେ ସିଡବ୍ଲ୍ୟୁସି ପୁନର୍ଗଠିତ ହେବାର ସମ୍ଭାବନା ଥିବା ବେଳେ ରାହୁଲଙ୍କ ଇସ୍ତଫାକୁ ନାମଞ୍ଜୁର କରି ଭବିଷ୍ୟତ ପାଇଁ ନିଷ୍ପତ୍ତି ନେବାକୁ ତାଙ୍କୁ କ୍ଷମତା ଅର୍ପଣ କରିପାରେ ସିଡବ୍ଲ୍ୟୁସି | 

   

0
0
0
s2sdefault