ହେଡଲାଇନସ୍:

ବିଜୟ ପ୍ରମାଣପତ୍ର ଗ୍ରହଣ କଲେ ନରସିଂହ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ବଲାଙ୍ଗିରକୁ ବିକଶିତ କରିବାରେ ସମସ୍ତଙ୍କର ସହଯୋଗ ଲୋଡା - ନରସିଂହ

ବଲାଙ୍ଗିର (ନିରୋଜ ମିଶ୍ର)  ବହୁ ପ୍ରତିକ୍ଷିତ ୨୦୧୯ ନିର୍ବାଚନରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ପୁଣି ଥରେ ବିଜୟୀ ହୋଇଛନ୍ତି । ସେ ତାଙ୍କର ନିକଟତମ ବିଜୁ ଜନତାଦଳର ପ୍ରତିଦ୍ବନ୍ଦ୍ବୀଙ୍କ ଠାରୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ନିଜର ବିଜୟ ବ୍ୟବଧାନ ବଜାୟ ରଖି ଜନସାଧାରଣଙ୍କ ଦ୍ୱାରା ପୁଣିଥରେ ଆସ୍ଥା ଭାଜନ ହୋଇଛନ୍ତି । ସେ ନିର୍ବାଚନର ପ୍ରମାଣ ସ୍ୱରୁପ ଆଜି ସ୍ଥାନୀୟ ଉପ-ଜିଲ୍ଲାପାଳ ଅଫିସ ଠାରେ ଉପ-ଜିଲ୍ଲାପାଳ ତଥା ରିଟର୍ଣ୍ଣିଙ୍ଗ  ଅଫିସର ଭୈରୋସିଂ ପଟେଲଙ୍କ ଠାରୁ ନିର୍ବାଚିତ ପ୍ରମାଣ ପତ୍ର ଗ୍ରହଣ କରିଛନ୍ତି ।  ଶ୍ରୀ ମିଶ୍ର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନିଜ ସମର୍ଥକଙ୍କ ସହ ପହଂଚି  ଏହି ପ୍ରମାଣ ପତ୍ର ଗ୍ରହଣ କରିଛନ୍ତି । ଉପସ୍ଥିତ ଥିବା ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ରେ ସେ କହିଛନ୍ତି ନିର୍ବାଚନରେ ପୁଣିଥରେ ବିଜୟୀ ହୋଇଥିବାରୁ ବଲାଙ୍ଗିରର ସମସ୍ତ ଭୋଟର ଭାଇ ଭଉଣୀମାନଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇବା ସହ ଆଗାମୀ ଦିନରେ ସମସ୍ତଙ୍କର ସହଯୋଗରେ ବଲାଙ୍ଗିରରେ ଥିବା ସମସ୍ତ ଅଧୁରା ପ୍ରକଳ୍ପ ସମାପ୍ତ କରାଯିବ ବୋଲି କହିଛନ୍ତି । ସେ କହିଛନ୍ତି ଆଜି ବି ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ଜଳସେଚନ, କ୍ରୀଡା ଭିତ୍ତିଭୂମି ସହିତ ଲୋକଙ୍କ ପ୍ରମୁଖ ଦାବୀ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଏବଂ ବଲାଙ୍ଗିର ବାଇପାସ ନିର୍ମାଣ କାର୍ଯ୍ୟକୁ ସେ ପ୍ରାଥମିକତା ଦେବେ । ଲୋକେ ପୁଣିଥରେ ବିଜୟୀ କରିଥିବାରୁ ସେ ଲୋକଙ୍କୁ କୃତଜ୍ଞତା ଜଣାଇବା ସହ ତାଙ୍କର ଦାବି ମୁତାବକ ବଲାଙ୍ଗିରର ବିକାଶମୂଳକ କାର୍ଯ୍ୟକୁ ଜାରି ରଖିବେ ବୋଲି ଦୃଢତାର ସହ କହିଛନ୍ତି । ଆଜିର ଏହି ପ୍ରମାଣପତ୍ର ଗ୍ରହଣ ସମୟରେ ବିଧାୟକଙ୍କ ସହ ନିର୍ବାଚନ ପ୍ରଚାର କମିଟି ଅଧ୍ୟକ୍ଷ ଅସିମ ପଟ୍ଟନାୟକ, ଚାଷୀନେତା ଡ.ସୁଧିର ପରିଚ୍ଛା, ପୂର୍ବତ ପିସିସି ସଭ୍ୟ ବିରେନ ମିଶ୍ର, ପି.ସି.ସି. ସଂପାଦକ ସୁଦାମ ସାହୁ, ଜିଲ୍ଲା କଂଗ୍ରେସ ଉପ-ସଭାପତି ମନୀଷ ମିଶ୍ର, ନଗର କଂଗ୍ରେସ ସଭାପତି ବୁଲୁ ଦାନି, ସନ୍ତୋଷ ସାହୁ, ସଂଜୟ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault