ହେଡଲାଇନସ୍:

କଂଗ୍ରେସ ଟିକଟରୁ ବଂଚିତ ମକରନ୍ଦ ଦେଖାଇଲେ ଦମ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରାୟଗଡା (ସରୋଜ କୁମାର ସାହୁ) – କାମ ଦେଲା ଝୋଡିଆ ଆନ୍ଦୋଳନ , ଫଳସ୍ୱରୁପ ଚମକିଲେ ଝୋଡିଆ ପୁଅ ମକରନ୍ଦ ମୁଦୁଲି । ଚଳିତ ବର୍ଷ ହୋଇଥିବା ବିଧାନସଭା ନିର୍ବାଚନରେ ସମସ୍ତ କଳ୍ପନା ଜଳ୍ପନାକୁ ଅନ୍ତ କରି ପ୍ରଥମ ଥର କରି ରାୟଗଡା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ସ୍ୱାଧିନ ପ୍ରାର୍ଥି ଭାବେ କାଶିପୁର ବ୍ଲକର ଯୁବକ ମକରନ୍ଦ ମୁଦୁଲି ନିର୍ବାଚିତ ହୋଇଛନ୍ତି । ରାୟଗଡା ଜିଲ୍ଲାରେ ଥିବା ୩ ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀ ମଧ୍ୟରୁ  ଗୁଣପୁର ନିର୍ବାଚନ ମଣ୍ଡଳୀରୁ ରଘୁନାଥ ଗମାଙ୍ଗ ଏବଂ ବିଷମକଟକ ନିର୍ବାଚନ ମଣ୍ଡଳୀରୁ ଜଗନ୍ନାଥ ସାରକା ବିଜୟୀ ହୋଇଛନ୍ତି । ରାୟଗଡା ବିଧାନ ସଭା ନିର୍ବାଚନ ମଣ୍ଡଳୀର ଅନୁଭବ ତଥା ବରିଷ୍ଠ ବିଜେଡି ନେତା ଲାଲବିହାରୀ ହିମିରିକାଙ୍କୁ ହରାଇବାରେ ସକ୍ଷମ ହୋଇଛନ୍ତି ସ୍ୱାଧୀନ ପ୍ରାର୍ଥୀ ମକରନ୍ଦ ମୁଦୁଲି । ୨୦୧୪ ନିର୍ବାଚନରେ ମକରନ୍ଦ ମୁଦୁଲି କଂଗ୍ରେସ ଟିକଟରୁ ଲଢି ବିଜେଡି ପ୍ରାର୍ଥୀ ଲାଲବିହାରୀ ହିମିରିକା ଠାରୁ ପ୍ରାୟ ୬ ହଜାର ଭୋଟରେ ପରାସ୍ତ ହୋଇଥିଲେ । ଚଳିତ ବିଧାନସଭା ନିର୍ବାଚନରେ ମଧ୍ୟ କଂଗ୍ରେସ ଟିକଟରୁ ଲଢିବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ କରିଥିଲେ । କିନ୍ତୁ ଶେଷ ସମୟରେ ଆବଶ୍ୟକତା ଦସ୍ତାବିଜ ଦାଖଲ କରିନପାରିବରୁ ତାଙ୍କୁ କଂଗ୍ରେସ ଟିକଟ ମିଳିଲା ନାହିଁ ବୋଲି ଚର୍ଚ୍ଚା ହେଲା । ଶେଷରେ ମକରନ୍ଦ କାଶିପୁର ବ୍ଲକବାସୀଙ୍କୁ ଧରି ସ୍ୱାଧୀନ ଭାବେ ନିର୍ବାଚନ ମଇଦାନର ଓହ୍ଲାଇଥିଲେ । ଶେଷରେ ସମସ୍ତଙ୍କୁ ଚମକାଇ ୪୮୩୮ ଖଣ୍ଡ ଭୋଟରେ ନିକଟତମ ପ୍ରତିଦ୍ୱନ୍ଦୀ ତଥା ବିଜେଡିର ଟାଣୁଆ ନେତା ଲାଲବିହାରୀ ହିମିରିକାଙ୍କୁ ହରାଇଥିଲେ । ଚଳିତ ଥର ବିଧାନ ସଭା ନିର୍ବାଚନରେ ସ୍ୱାଧିନ ପ୍ରାର୍ଥି ମକରନ୍ଦ ମୁଦୁଲି ୫୨ ହଜାର ୭୫୧ ଭୋଟ ପାଇଥିବା ବେଳେ ବିଜେଡି ପ୍ରାର୍ଥି ୪୭ ହଜାର ୯୧୩, କଂଗ୍ରେସ ପ୍ରାର୍ଥି ୩୯ ହଜାର ୬୨୫ ଏବଂ ବିଜେପି ପ୍ରାର୍ଥି ୨୪ ହଜାର ୩୨୭ ଟି ଭୋଟ ପାଇଥିଲେ । ନୋଟାରେ ୫୯୫୯ଟି ଭୋଟ ପଡିଥିଲା । 

 

0
0
0
s2sdefault