ହେଡଲାଇନସ୍:

ସମସ୍ତ ପୂର୍ବାନୁମାନ ଭୂଲ : ଝଟକିଲେ ସପ୍ତଗିରି 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡା (ସରୋଜ କୁମାର ସାହୁ)  – ଓଡିଶାରେ ଥିବା ୨୧ ଗୋଟି ଲୋକସଭା ଆସନରୁ କଂଗ୍ରେସ ଦଳ ଗୋଟିଏ ମାତ୍ର କୋରାପୁଟ ଲୋକ ସଭା ଆସନ ଜିତି କଂଗ୍ରେସର ସମ୍ମାନକୁ ବଜାୟ ରଖିଛି । କୋରାପୁଟ ଲୋକସଭା ଆସନର କଂଗ୍ରେସ ପ୍ରାର୍ଥି ସପ୍ତଗିରି ଉଲ୍ଲାକା ବିଜେଡି ପ୍ରାର୍ଥିନୀ କୌଶଲ୍ୟା ହିକକାଙ୍କୁ ୪୦୫୬ ଭୋଟ ବ୍ୟବଧାନରେ ହରାଇଛନ୍ତି । କଂଗ୍ରେସ ପ୍ରାର୍ଥି ସପ୍ତଗିରି ଉଲ୍ଲାକାଙ୍କୁ ୩ ଲକ୍ଷ ୬୪ ହଜାର ୬ଟି ଭୋଟ ମିଳିଥିବା ବେଳେ ବିଜେଡିର କୌଶଲ୍ୟା ହିକକାଙ୍କୁ ୩ ଲକ୍ଷ ୫୯ ହଜାର ୯୫୦ଟି ଏବଂ ବିଜେପିର ଜୟରାମ ପାଙ୍ଗିଙ୍କୁ ୨ ଲକ୍ଷ ୩ ହଜାର ୬୬ ଟି ଭୋଟ ମିଳିଥିଲା । କୋରାପୁଟ ଲୋକ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୭ଟିି ବିଧାନ ସଭା ନିର୍ବାଚନ ମଣ୍ଡଳୀ ଆସୁଛି । ସେଥିମଧ୍ୟରୁ ୬ ଟି ନିର୍ବାଚନ ମଣ୍ଡଳୀରେ ବିଜେଡି ବାଜିମାତ କରିଥିବା ବେଳେ ଗୋଟିଏ ରାୟଗଡା ବିଧାନ ସଭା ନିର୍ବାଚନ ମଣ୍ଡଳୀର ସ୍ୱାଧିନ ପ୍ରାର୍ଥି ମକରନ୍ଦ ମୁଦୁଲି ଜୟଯୁକ୍ତ ହୋଇଥିଲେ । କିନ୍ତୁ ଏ ସବୁ ସତ୍ୱେ ଲୋକସଭା ଆସନରେ କଂଗ୍ରେସ ପାର୍ଥି ସପ୍ତଗିରୀ ଉଲ୍ଲାକ ବିଜୟ ହୋଇ ସମସ୍ତଙ୍କୁ ଚକିତ କରିଦେଇଛନ୍ତି । ରାଜନୈତିକ ପରିବାରରୁ ସପ୍ତଗିରି ଆସିଥିଲେ ମଧ୍ୟ ପ୍ରଥମ ଥର କରି ଲୋକସଭା ନିର୍ବାଚନ ନିମନ୍ତେ ପ୍ରାର୍ଥି ହୋଇ ବିଜୟ ହୋଇ ସମସ୍ତ ପୂର୍ବାନୁମାନକୁ ଭୂଲ ସାବ୍ୟସ୍ତ କରିଛନ୍ତି ସପ୍ତଗିରୀ ଉଲ୍ଲାକା |

 

0
0
0
s2sdefault