ହେଡଲାଇନସ୍:

ରାତିରେ ଉଇଁଲା ସୁରୁଜ, ବାଜି ମାରିନେଲେ ଅଧିରାଜ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନୂଆପଡା /ପ୍ରିୟବ୍ରତ ପଣ୍ଡା ,ବାଜି ମାରିନେଲେ ଅଧିରାଜ ଖଡ଼ିଆଳ ବିଧାନସଭା ଚାଲିଥିଲା ଘମାଶାନ ବିଜେଡି ଓ ବିଜେପି ର ଜବରଦସ୍ତ ପଲଟବାର ହୋଇଥିଲା | ଜନସମର୍ଥନ ରୂପୀ ରଣକ୍ଷେତ୍ର ରେ ହେଲେ ନିଜ ନିଆରା ଗୁଣ ଯୋଗୁଁ ସବୁଠାରେ ଲୋକପ୍ରିୟତା ପ୍ରାପ୍ତ କରିଥିବା କଂଗ୍ରେସ ପ୍ରତ୍ୟାଶି ହୋଇଛନ୍ତି ବିଜେତା । କାଲି ସନ୍ଧ୍ୟାରେ ଯିଏ ଯିଏ ବି ଟେଲିଭିଜନ ମାଧ୍ୟମରେ ଦେଖୁଥିଲେ ନିର୍ବାଚନ ଫଳାଫଳ, ରକ୍ତଚାପ ବଢିଯାଇଥିଲା । ଅନ୍ତିମ ପର୍ଯ୍ୟାୟ ଯାଏଁ କଡାଟକ୍କର ଥିଲା ଓ ସବୁ କଳ୍ପନା ଜଳ୍ପନା ର ଅନ୍ତ ହେଲା |  ରାତି 8 ଟା ବେଳକୁ କଂଗ୍ରେସ ର ବିଜୟ ସୂର୍ଯ୍ୟ ଉଦୟ ହେଲା ଖଡ଼ିଆଳ ମାଟିରେ । ଆଦିବାସୀ ମାନଙ୍କ ବିପୁଳ ସମର୍ଥନ ନେଇ ବିଜୟ ଲାଭ କରିଥିବା ଅଧିରାଜ ଲୋକଙ୍କ କାମ କରିବାରେ ସିଦ୍ଧ ହସ୍ତ ବୋଲି ଲୋକ କୁହନ୍ତି | ଦେଖାଯାଉ କେତେ ମାତ୍ରା ରେ ଲୋକଙ୍କ ଆକାଂକ୍ଷାକୁ  ବାସ୍ତବରେ ପୂରଣ କରିପାରୁଛନ୍ତି ।

0
0
0
s2sdefault