ହେଡଲାଇନସ୍:

ପଦ ଛାଡିଲେ ନିରଞ୍ଜନ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର: ରାଜ୍ୟରେ କଂଗ୍ରେସର ଶୋଚନୀୟ ବିପର୍ଯ୍ୟୟକୁ ନେଇ ବିବାଦରେ ଓ ଟାର୍ଗେଟରେ ଥିବା ପିସିସି ସଭାପତି ନିରଞ୍ଜନ ପଟନାୟକ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି | ସେ ତାଙ୍କ ଇସ୍ତଫାପତ୍ର ଏଆଇସିସି ଅଧ୍ୟକ୍ଷଙ୍କ ନିକଟକୁ ନିକଟକୁ ପଠାଇ ଦେଇଛନ୍ତି |  ବିଧାନସଭାରେ ଗତଥର ଅପେକ୍ଷା ଅଧିକ ଆସନ ପାଇବୁ ବୋଲି କହି ଆସୁଥିବା ନିରଞ୍ଜନ ନିଜେ ଦୁଇ ଦୁଇ ଟି ଆସନରୁ ହାରିଯାଇଛନ୍ତି | ୨୦୧୪ରେ  ନିର୍ବାଚନରେ ଦଳ ୧୬ଟି ବିଧାନସଭା ଆସନ ଜିତିଥିଲା ବେଳେ ଏଥର ମାତ୍ର ୯ଟି ଆସନରେ ଦଳକୁ ସନ୍ଟୁତ୍ର ହେବ ସହ ସିଧାସଳଖ ନୈରାଶ୍ୟଜନକ ତୃତୀୟ ସ୍ଥାନକୁ ଚାଲିଯାଇଛି  । ଏପରିକି ଦୁଇ ଦୁଇ ଜଣ ପୂର୍ବତନ  ପିସିସି ସଭାପତି ମଧ୍ୟ କୁରୁଛତ୍ର ଭାବେ ହାରିଛନ୍ତି | ବହୁ ପୁରୁଖା ନେତା ଭୂଇଁ ଚାଟି ଛନ୍ତି | ନିରଞ୍ଜନଙ୍କୁ ସମାଲୋଚନା କରି ବରିଷ୍ଠ ନେତା ଶରତ ରାଉତ ପୂର୍ବରୁ ସମାଲୋଚନା କରିଥିବା ବେଳେ ଅନ୍ୟତମ ବରିଷ୍ଠ ନେତା ଜଗନ୍ନାଥ ପଟ୍ଟନାୟକ ଦଳରୁ ଇସ୍ତଫା ଦେଇଥିଲେ | ତେଣୁ ନୈତିକତା ଦୃଷ୍ଟିରୁ ସେ ଦଳରୁ ଇସ୍ତଫା ଦେଇଛନ୍ତି ବୋଲି ନିରଞ୍ଜନ କହିଛନ୍ତି | 

ଶ୍ରୀ ପଟ୍ଟନାୟକ କହିଛନ୍ତି ସେ କଂଗ୍ରେସରେ ଅଛନ୍ତି ରହିବେ, ରାଜ୍ୟରେ ନବୀନ ଓ ଦେଶରେ ମୋଦିଙ୍କୁ ଲୋକେ ଆପଣେଇଛନ୍ତି । ରାଜନୀତିରେ ନୀତି ଆଦର୍ଶ ବୋଲି ଆଉ କିଛି ନାହିଁ | ଏହା ବ୍ୟବସାୟରେ ପରିଣତ ହୋଇଯାଇଛି | ଏଣୁ ନୀତି ଓ ଆଦର୍ଶବାନ ଯୁବକ ମାନେ  ଦଳର ନେତୃତ୍ୱ ନିଆନ୍ତୁ ବୋଲି  ସେ ଆହ୍ୱାନ ଦେଇଛନ୍ତି ।

 ଦଳର  ବରିଷ୍ଠ ନେତା ଶରତ ରାଉତ କଡା ନିରଞ୍ଜନ ପଟନାୟକଙ୍କ ସମାଲୋଚନାକରିଥିଲେ । ସେ କହିଥିଲେ, ରାହୁଲ ଗାନ୍ଧିଙ୍କ ସହ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ବିଶ୍ୱାସ ଘାତକତା କରିଛନ୍ତି । ଟିକେଟ ବଣ୍ଟନ ଓ ଭୁଲ ପ୍ରଚାର ନୀତି ଯୋଗୁଁ ପରିସ୍ଥିତ ଖରାପ ହେଲା । ପ୍ରଚାର ବେଳେ ପିସିସି ଠିକ ଭାବରେ କାର୍ଯ୍ୟ କଲା ନାହିଁ । ଆମେ ଯଦି ତୃତୀୟ ସ୍ଥାନକୁ ଯାଉଛୁ ତାହା ହେଲେ ଆମେ ଇଚ୍ଛା କରିକି ଯାଉଛୁ । ଏଥିପାଇଁ ଯେଉଁମାନେ ନେତୃତ୍ୱରେ ଅଛନ୍ତି ସେମାନେ ଦାୟୀ । ଟିକେଟ ଦବା ଠାରୁ ଆରମ୍ଭ କରି ନିର୍ବାଚନ ପରିଚାଳନା କରିବା ଓ କିଭଳି ଭାବରେ ନିର୍ବାଚନ କାର୍ଯ୍ୟ ସଫଳ ଭାବରେ ତୁଲା ଯିବ ସେ ନେଇ ଆନ୍ତରିକତାର  ବହୁ ଅଭାବ ରହିଲା ।  ମାବାପା ନଥିବା ଭଳିଆ ସ୍ଥିତିରେପ୍ରାର୍ଥୀମାନେ ଲଢ଼ିଲେ  । ଆମେ କେମିତି ଲଢୁଥିଲୁ, ଅବସ୍ଥା କଣ ସେଠାରେ କେମିତି ଉନ୍ନତି ହୋଇପାରିବ ସେ ବିଷୟରେ ପଡେ ବି କେହି ଆମକୁ ପଚାରିଲେ ନାହିଁ  ବୋଲି ଶ୍ରୀ ରାଉତ କହିଥିଲେ | 

 

0
0
0
s2sdefault