ହେଡଲାଇନସ୍:

ରେକର୍ଡ ଭାଙ୍ଗିଲେ ମନ୍ତ୍ରୀ  ସୁଶାନ୍ତ   

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

 ବରଗଡ : ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ପଂଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଯାଇ ଜାତୀୟ ରାଜନୀତିରେ ଇତିହାସ ସୃଷ୍ଟି କରିବାକୁ ଯାଉଛନ୍ତି । ସେହିପରି ଭଟଲି ନିର୍ବାଚନମଣ୍ଡଳୀ ଇତିହାସରେ ବି ରେକର୍ଡ କରିଛନ୍ତି ମନ୍ତ୍ରୀ ସୁଶାନ୍ତ ସିଂହ | ଭଟଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆଜି ପର୍ଯ୍ୟନ୍ତ କୌଣସି ପ୍ରାର୍ଥୀ ଲଗାତର ତୃତୀୟ ଥର ପାଇଁ ବିଧାୟକ ଭାବରେ ନିର୍ବାଚିତ ହୋଇ ନାହାନ୍ତି । ହେଲେ ନିଜର ନିଆରା ବ୍ୟକ୍ତିତ୍ୱ, ଜନସମ୍ପର୍କ, ସେବା ମନୋଭାବ ପାଇଁ ଲୋକପ୍ରିୟତା ଅର୍ଜ୍ଜନ କରିଥିବା  ପଶ୍ଚିମ ଓଡ଼ିଶାର ଜନପ୍ରିୟ ଯୁବନେତା  ସୁଶାନ୍ତ ସିଂହ ଲଗାତର ତିନି ତିନି ଥର ଏହି ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବରେ ନିର୍ବାଚିତ ହୋଇ ହେଟ୍ରିକ କରିଛନ୍ତି । ସେ  ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପିର ଇରାଶିଷ ଆଚାର୍ଯ୍ୟଙ୍କୁ ବହୁ ଭୋଟ ବ୍ୟବଧାନ ରେ ପରାସ୍ତ କରି ନିଜ ଲୋକ ପ୍ରିୟତା ଓ ଗ୍ରହଣୀୟତାକୁ ପ୍ରମାଣିତ କରିସଛାନ୍ତି | 

 

0
0
0
s2sdefault