ହେଡଲାଇନସ୍:

ପଶ୍ଚିମବଙ୍ଗବାସୀ ମମତା ବାନାର୍ଜୀଙ୍କ ଉପରେ ଆସ୍ଥା ହରାଇଛନ୍ତି - ଧର୍ମେନ୍ଦ୍ର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ଗତକାଲିର ହିଂସା ଷଡଯନ୍ତ୍ର ପରି ମନେହେଉଛି

 ଆସନ୍ନ ପରାଜୟ ଡରରେ ଦିଦିଙ୍କ ଲୋକ ହିଂସାକୁ ଆପଣାଇଛନ୍ତି

 ଗତକାଲିର ହିଂସା ମମତାଙ୍କ ମନରେ ଭୟକୁ ପ୍ରତିଫଳିତ କରୁଛି

 ମମତା ନିଜ ଲୋକଙ୍କ ମାଧ୍ୟମରେ ବିଦ୍ୟାସଗରଙ୍କ ମୂର୍ତି ଭାଙ୍ଗି ଓ ସ୍କୁଟି ପୋଡି ବିବାଦ ସୃଷ୍ଟି କରୁଛନ୍ତି

 ଆସନ୍ତା ୨୩ ତରିଖରେ ପଶ୍ଚିମବଙ୍ଗ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ସରକାର କରିବାର ନେତୃତ୍ୱ କରିବ

ନୂଆଦିଲ୍ଲୀ/ଭୁବନେଶ୍ୱର – ପଶ୍ଚିମବଙ୍ଗର ଲୋକମାନେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ଆସ୍ଥା ହରାଇଛନ୍ତି ବୋଲି କଲିକତାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ରୋଡ’ସୋ ହିସାଂକାଣ୍ଡ ଘଟଣା ସମୟରେ ଉପସ୍ଥିତ ରହିଥିବା ବେଳେ ଏହି ଘଟଣାକୁ ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ମାଧ୍ୟମରେ ପ୍ରତିକ୍ରିୟା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ କହିଛନ୍ତି ଯେ ଆସନ୍ନ ପରାଜୟ ଡରରେ ବିରୋଧୀ ଦଳ ତଥା ମମତା ଦିଦିଙ୍କ ଲୋକମାନେ ହିଂସାକୁ ଆପଣାଇଛନ୍ତି । ତେବେ ଏହି ହିଂସା ବା ବୁଲେଟର ଜବାବ ଲୋକମାନେ ବାଲେଟରେ ଦେବେ ବୋଲି ସେ କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଗତକାଲି ଏହି ରୋଡ ସୋରେ ବିଜେପି ତଥା ନରେନ୍ଦ୍ର ମୋଦିଙ୍କ ପ୍ରତି ଅଭୁତପୂର୍ବ ଜନସମର୍ଥନ ଦେଖିବାକୁ ମିଳିଥିଲା । ଗତକାଲି ଶୋଭାଯାତ୍ରାରେ ସେ ତାଙ୍କ କାର୍ଯ୍ୟକର୍ତାଙ୍କ ସହ କଲିକତାର କଲେଜ ଷ୍ଟ୍ରିଟ୍ ଅତିକ୍ରମ କରିବା ବେଳେ ଏକ ଜାଗାରେ ଗେଟ୍ ଭିତରୁ ୧୦ ରୁ ୧୫ ଜଣ ଯୁବକ କଳା ପତାକା ଦେଖାଇ ନାରାବାଜି ଦେଉଥିବାର ଦେଖାଯାଇଥିଲା । ଏହି ଘଟଣା ୧ ଘଂଟା ପୂର୍ବରୁ ଘଟିଥିବା ବେଳେ ସ୍ଥାନୀୟ ପୋଲିସର ସହାୟତା ବିନା ଏହା ଅସମ୍ଭବ ଥିଲା ଏବଂ ଏହା ଏକ ଷଡଯନ୍ତ୍ର ବୋଲି ସେ କହିଛନ୍ତି । ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ବାହାର ଲୋକମାନେ ଏହି ହିଂସାକାଣ୍ଡ ଘଟାଇଥିବା କୁହାଯାଉଥିବା ବେଳେ ମମତା ଦିଦି ଯେତେ ଯୋରରେ ମିଛକୁ ସତ କରିବାର ପ୍ରୟାସ କରନ୍ତୁ କିନ୍ତୁ ଗତକାଲି ତାଙ୍କ ମନରେ ଭୟଜାତ ହୋଇଥିବା ସେ କହିଛନ୍ତି ।

ବିଦ୍ୟାସାଗରଙ୍କ ମୂର୍ତି କିଏ ଭାଙ୍ଗିଲା ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିବା ପରେ କହିଛନ୍ତି ଯେ ସେ ସମୟରେ ବିଜେପି କାର୍ଯ୍ୟକର୍ତା, ସମର୍ଥକ ଓ ସାଧାରଣ ଜନତା ରାସ୍ତାରେ ଥିଲେ । ପରିସର ଭିତରେ କେବଳ ମମତାଙ୍କ ଛାତ୍ର ପରିଷଦର ଲୋକମାନେ ଥିଲେ । ତେବେ ମମତା ନିଜ ଲୋକଙ୍କ ମାଧ୍ୟମରେ ମୂର୍ତି ଭାଙ୍ଗି ଓ ସ୍କୁଟି ପୋଡି ବିବାଦ ସୃଷ୍ଟି କରୁଛନ୍ତି ।

ସ୍ୱାଧୀନତା ପୂର୍ବ ଲଢେଇକୁ କଲିକତାର ରାସ୍ତାଘାଟ ଦେଖଥିବା ବେଳେ ଗତକାଲି ମଧ୍ୟ ଗଣତନ୍ତ୍ର ବଚାଓ ଓ ଅତ୍ୟାଚାର ବିରୋଧରେ ଜନସମର୍ଥନ ଦେଖାଯାଇଛି । ପଶ୍ଚିମବଙ୍ଗରେ ଏଥର ପରିବର୍ତନ ଦେଖାଯାଇଥିବା ବେଳେ ଏଠାକାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭୟରେ ଅଛନ୍ତି । ମମତାଙ୍କ ଭାଷଣ ସମାଜରେ ବିବାଦ ଠିଆ କରୁଛି । ସବୁ ସୀମା ଏଠାରେ ପାର୍ ହୋଇଛି । ତେବେ ଆସନ୍ତା ୨୩ ତରିଖରେ ପଶ୍ଚିମବଙ୍ଗ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶର ସରକାରର କରିବାର ନେତୃତ୍ୱ କରିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି । 

0
0
0
s2sdefault