ହେଡଲାଇନସ୍:

ଭଦ୍ରକ ମଦମୃତ୍ୟୁ ପଛରେ ସ୍ଥାନୀୟ ପ୍ରଶାସନ ଓ ବିଜେଡି : କଂଗ୍ରେସ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର (ଶାସକ ପ୍ରଶାସକ)  ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀରେ ଘଟିଥିବା ବିଷାକ୍ତ ମଦମୃତ୍ୟୁ ଘଟଣା ପଛରେ ସିଧାସଳଖ ଭାବରେ ସ୍ଥାନୀୟ ପ୍ରଶାସନ ଓ ବିଜୁ ଜନତା ଦଳକୁ ଦାୟୀ କରିଛି କଂଗ୍ରେସ । ଚଳିତ ବର୍ଷ ଫେବୃଆରୀ ମାସ ଉତରପ୍ରଦେଶର ସାହାରଙ୍ଗପୁର ଠାରେ ହୋଇଥିବା ମଦମୃତ୍ୟୁ ପରେ ଉତରପ୍ରଦେଶ ସରକାର ଏବଂ କେନ୍ଦ୍ର ସରକାରଙ୍କ ଗୁଇନ୍ଦା ସଂସ୍ଥା ଓଡିଶା ରାଜ୍ୟ ସରକାରଙ୍କୁ ସତର୍କ କରାଇ ଦେଇଥିଲେ ଯେ ଓଡିଶାରେ ନିର୍ବାଚନ ସମୟରେ ବିଷାକ୍ତ ମଦମୃତ୍ୟୁ ହେବାର ଯଥେଷ୍ଟ ସମ୍ଭାବନା ଅଛି । ଏଣୁ ସେହି ତଥ୍ୟକୁ ଆଧାର କରି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସମସ୍ତ ଜିଲ୍ଲାପାଳଙ୍କୁ ଚୋରାମଦ କାରବାର ଏବଂ ମଦମୃତ୍ୟୁକୁ ରୋକିବା ପାଇଁ ବିହୀତ ପଦକ୍ଷେପ ନେବା ପାଇଁ ନିଦେ୍ର୍ଧଶ ଦେଇଥିଲେ । ଭଦ୍ରକ ତିହିଡି ଅଂଚଳର ଦୌଲତପୁର ପଂଚାୟତରେ ବିଷାକ୍ତ ମଦ ପିଇ ୧୦ ଜଣ ପ୍ରାଣ ହରାଇଥିବା ସ୍ଥଳେ ୧୦୦ ରୁ ଅଧିକ ଅସୁସ୍ଥ ହୋଇ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ସେହି ପଂଚାୟତର ବିଜେଡି ସମର୍ଥିତ ସରପଂଚ ବିଷାକ୍ତ ମଦ ବାଂଟିଛନ୍ତି ବୋଲି ଚିକିତ୍ସିତ ହେଉଥିବା ପିଡୀତମାନେ ସିଧାସଳଖ ଅଭିଯୋଗ କରିଛନ୍ତି । ଖାଲି ସେତିକି ନୁହେଁ ବିଜେଡି ସରକାର ତା’ର ୧୯ ବର୍ଷ ମଧ୍ୟରେ ମଦମୃତ୍ୟୁକୁ ନେଇ ପ୍ରାୟ ୧୦ ରୁ ଉଦ୍ଧ୍ୱର୍ ତଦନ୍ତ କମିଶନ ବସାଇଛନ୍ତି ଏବଂ କୌଣସି କମିଶନଙ୍କ ସୁପାରିଶକୁ କାର୍ଯ୍ୟକାରୀ କରିନାହାନ୍ତି । ଯେଉଁଥିପାଇଁକି ବାରମ୍ବାର ବିଷାକ୍ତ ମଦମୃତ୍ୟୁ ଘଟଣା ସାମ୍ନାକୁ ଆସୁଛି । ଏଥିରୁ ସିଧାସଳଖ ପ୍ରମାଣିତ ହେଉଛି ରାଜ୍ୟସ୍ୱ ନାଁରେ ମଦମୃତ୍ୟୁକୁ  ପ୍ରଶୟ ଦେଉଛନ୍ତି ବୋଲି ପ୍ରଦେଶ କଂଗ୍ରେସ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମିଡିଆ ସେଲ୍ ଅଧ୍ୟକ୍ଷ ସତ୍ୟ ପ୍ରକାଶ ନାୟକ ଅଭିଯୋଗ କରିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ମୁଖପାତ୍ର ନିଶିକାନ୍ତ ମିଶ୍ର, ରଜନୀ କୁମାର ମହାନ୍ତି, ପ୍ରଶାନ୍ତ ଶତପଥି, ମିଡିଆ ସଂଯୋଜକ ନରେଶ ମହାନ୍ତି ଓ ଦୀପକ ମହାପାତ୍ର ଉପସ୍ଥିତ ଥିଲେ ।

 

 

0
0
0
s2sdefault