ହେଡଲାଇନସ୍:

ଜିଲ୍ଲାପାଳଙ୍କ ନିଲମ୍ବନ ଦାବି କଲା ପ୍ରଦେଶ କଂଗ୍ରେସ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାଲେଶ୍ୱର ଜିଲ୍ଲାରେ ଗୋଟିଏ ବି ବୁଥରେ ଲାଗିଲା ନାହିଁ ୱେବ୍ କାଷ୍ଟିଙ୍ଗ କ୍ୟାମେରା

ଭୁବନେଶ୍ୱର(ଶାସକ ପ୍ରଶାସକ)  ବାଲେଶ୍ୱର ଜିଲ୍ଲାରେ ମୁକ୍ତ ଓ ଅବାଧ ନିର୍ବାଚନ ପ୍ରକି୍ରୟା କାର୍ଯ୍ୟକାରୀ କରିବା ନେଇ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ବିରୋଧରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଗୁରୁତର ଅଭିଯୋଗ ଅଣାଯାଇଛି । ନିର୍ବାଚନ ପ୍ରକ୍ରିୟାକୁ ଟିକିନିକି ତଦାରଖ କରିବା ପାଇଁ ତଥା ବୁଥ୍ ରିଗିଂ ରୋକିବା ଏବଂ ପୋଲିଂ ଡ୍ୟୁଟିରେ ଥିବା ଅଧିକାରୀମାନଙ୍କର କାର୍ଯ୍ୟକୁ ଦେଖିବା ପାଇଁ ପ୍ରତ୍ୟେକ ଜିଲ୍ଲାରେ ସମ୍ବେଦନଶୀଳ ବୁଥ୍ର ହିସାବକୁ ନେଇ ସର୍ବନିମ୍ନ ଦଶ ପ୍ରତିଶତ ବୁଥରେ  ୱେବ୍ କାଷ୍ଟିଙ୍ଗ କ୍ୟାମେରା ଲଗାଯିବାର ନିୟମ ରହିଛି । ଏ ନେଇ ଭାରତର ମୁଖ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁସାରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ଗାଇଡ଼ ଲାଇନ  ଦିଆଯିବା ସହ କ୍ୟାମେରା ଲଗାଯିବା ଜନିତ ଖର୍ଚ୍ଚର ଅର୍ଥର ମଧ୍ୟ ବ୍ୟବସ୍ଥା ରହିଛି । ମାତ୍ର ଆଶ୍ଚର୍ଯ୍ୟର କଥା ବାଲେଶ୍ୱର ଜିଲ୍ଲାରେ ଦଶ ପ୍ରତିଶତ ତ ଦୂରର କଥା ଗୋଟିଏ ବି ପୋଲିଂ ବୁଥ୍ରେ ୱେବ୍ କାଷ୍ଟିଙ୍ଗ କ୍ୟାମେରା ଲଗାଯାଇ ନାହିଁ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ମିଡିଆ ସେଲ୍ ମୁଖ୍ୟ ସତ୍ୟ ପ୍ରକାଶ ନାୟକ ଗୁରୁତର ଅଭିଯୋଗ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏଭଳି ଜିଲ୍ଲାପାଳଙ୍କ ଏତାଦୃଶ କାର୍ଯ୍ୟ ଆଦର୍ଶ ଆଚରଣ ବିଧିର ଖୋଲାଖୋଲି ଉଲ୍ଲଙ୍ଘନ କରୁଛି । ତାଙ୍କ ବିରୋଧରେ ଆଇନ୍ଗତ ଏବଂ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କଂଗ୍ରେସ ବିଧିବଧ ଭାବେ ଦାବି କରିଛି । ଏଥି ସହିତ କଂଗ୍ରେସର ଏକ ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଏ ସଂପର୍କିତ ଅଭିଯୋଗ ଜଣାଇଛନ୍ତି । ଯଦି ମୁଖ୍ୟ ନିର୍ବାଚନ ଅଧିକାରୀ ଏ ସଂପର୍କରେ ସଂପୃକ୍ତ ଜିଲ୍ଲାପାଳଙ୍କ ବିରୁଦ୍ଧରେ କୌଣସି ଠୋସ୍ ପଦକ୍ଷେପ ନ ନିଅନ୍ତି ତେବେ କଂଗ୍ରେସ ଭାରତର ମୁଖ୍ୟ ନିର୍ବାଚନ କମିଶନଙ୍କୁ ଏ ସଂପର୍କରେ ଅବଗତ କରାଇବ । ଏହି ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ନିଶିକାନ୍ତ ମିଶ୍ର, ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ରଶ୍ମି ମହାପାତ୍ର, ପିସିସି ମିଡିଆ ସେଲ୍ ସଂଯୋଜକ ନରେଶ ମହାନ୍ତି ଓ ଦୀପକ ମହାପାତ୍ର ଉପସ୍ଥିତ ଥିଲେ ।

0
0
0
s2sdefault