ହେଡଲାଇନସ୍:

ସରିଲା ମହାସମର, ଓଳିଏ ବାକି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଓଡ଼ିଶାରେ ସ୍ଥିତାବସ୍ଥା ଜାରି ସପକ୍ଷରେ ପ୍ରାୟତଃ  ଏକଜିଟ ପୋଲ 

ଭୁବନେଶ୍ୱର / ବରଗଡ :-  ରାଜ୍ୟରେ ଲୋକସଭା ଓ ରାଜ୍ୟ ବିଧାନସଭା ପାଇଁ ଚାରିଟି ପର୍ଯାୟ ରେ ନିର୍ବାଚନ ସରିଯାଇଛି । କିଛି ଘଟଣା ଓ ବିବାଦ କୁ ଛାଡିଦେଲେ ନିର୍ବାଚନ ପ୍ରକ୍ରିୟା ସୁରୁଖୁରୁରେ ସମ୍ପନ୍ନ ହେଇଯାଇଛି । ଏ ମହାସମର ପ୍ରାୟତଃ ସାରିଥିବା ବେଳେ ମହାଭାରତ ଯୁଦ୍ଧର ୧୮ ଦିନରୁ ଓଳିଏ ବାକି | ପାଟକୁରାରେ ନିର୍ବାଚନ ସରିଲେ ସରିବ ପ୍ରକ୍ରିୟା |  ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା ପରଠାରୁ ଶେଷ ହେବା ପର୍ଯନ୍ତ ରାଜନୈତିକ ଦଳ , ରାଜନୈତିକ ବିଶେଷଜ୍ଞ , ବିଭିନ୍ନ ସର୍ଭେ ସଂସ୍ଥା ଓ ବିଭିନ୍ନ ଗଣମାଧ୍ୟମ ବାରମ୍ବାର ରାଜନୈତିକ ପଣିପାଗ କୁ ଅନୁଧ୍ୟାନ କରି ସର୍ଭେ ରିପୋର୍ଟ ପ୍ରସ୍ତୁତ କରି ଆସୁଛନ୍ତି ।ଆଜି ଚତୁର୍ଥ ପର୍ଯାୟ ପରେ ଓଡିଶାର ସବୁ ନିର୍ବାଚନ ମଣ୍ଡଳୀର ଭୋଟଦାନ ସରି ଯାଇଥିବା ବେଳେ ଜାତୀୟ ସ୍ତରର ଗଣମାଧ୍ୟମ ଓ ସର୍ଭେ ଏଜେନ୍ସି କଣ କହୁଛନ୍ତି ଦେଖନ୍ତୁ ।।

         ଜାତୀୟ ସ୍ତରର ଏଜେନ୍ସି ସି ଭୋଟର ର ସର୍ଭେ ଅନୁସାରେ ରାଜ୍ୟ ବିଧାନସଭାରେ ବିଜେଡ଼ି କୁ 109 ଟି ଆସନ ମିଳିବା ସହିତ କଂଗ୍ରେସ କୁ 21 ଓ ବିଜେପି କୁ16 ଟି ଆସନ ମିଲବାର ସମ୍ଭାବନା ଦର୍ଶା ଯାଇଛି ।ସେହିଭଳି ଇଣ୍ଡିଆତୁଡେ ଓ ଚଣକ୍ୟ ବିଜୁ ଜନତା ଦଳ କୁ 113 , କଂଗ୍ରେସ କୁ19 ଓ ବିଜେପି କୁ 14 ଟି ଆସନ ମିଳୁଥିବାର କହିଛି । ABP ନିଉସ ଓ ନିଲସନ ର ସର୍ଭେ କହୁଛିଯେ ବିଜେଡି 102 କଂଗ୍ରେସ କୁ 29 ଓ ବିଜେପି କୁ 16 ଟି ଆସନ ମିଳିବ । TV18 ର ସର୍ଭେ ଅନୁସାରେ ବିଜେଡି 98 କଂଗ୍ରେସ କୁ 19 ଓ ବିଜେପି 30 ଟି ଆସନରେ ବିଜୟ ହେବାର ସମ୍ଭାବନା ଅଛି ।ଶେଷରେ NDTV ଓ MRC ର ସର୍ଭେ ରେ ବିଜେଡି କୁ 106 କଂଗ୍ରେସ କୁ 22 ଓ ବିଜେପି କୁ19 ଟି ଆସନ ମିଳିବ ବୋଲି ପୂର୍ବାନୁମାନ କରିଛି ।

           ଏହି ସବୁ ସର୍ଭେରୁ ଗୋଟେ କଥା ସ୍ପଷ୍ଟଯେ ବିଜୁ ଜନତା ଦଳ କୁ ରାଜ୍ୟ ସଭାପତି ବାସୀ ବିପୁଳ ସଂଖ୍ୟାରେ ଭୋଟ ଦେଇଛନ୍ତି ଓ ନବୀନ ପଟ୍ଟନାୟକ ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ହେବା ସହିତ ସରକାର ଗଠନ କରିବାକୁ ଯାଉଛହାନ୍ତି । ଜାତୀୟ ଗଣମାଧ୍ୟମ ଓ ସର୍ଭେ ସଂସ୍ଥା ମାନଙ୍କର ରିପୋର୍ଟ ଏହାଭି ଦର୍ଶାଉଛି ଯେ କେନ୍ଦ୍ରୀୟ ନେତା ମାନଙ୍କର ଘନ ଘନ ଓଡ଼ିଶ ଗସ୍ତକୁ ଓ ନିବିନ ବିରୋଧୀ ପ୍ରଚାରକୁ ରାଜ୍ୟ ବାସୀ ପ୍ରତ୍ୟାଖ୍ୟାନ କରି ପୁଣିଥରେ ନବୀନ ପଟ୍ଟନାୟକଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି । କେବଳ TV18 କୁ ଛାଡି ଅନ୍ୟ ସବୁ ସଂସ୍ଥା ରାଜ୍ୟରେ କଂଗ୍ରେସକୁ ଦ୍ଵିତୀୟ ଓ ବିଜେପିକୁ ତୃତୀୟ ସ୍ଥାନରେ ରଖିଛନ୍ତି । 

         ସେ ଯାହାଭି ହେଉ ଆସନ୍ତା 23 ତାରିଖ ଦିନ ସବୁ ସ୍ପଷ୍ଟ ହେଇଯିବ । ଆଉ ମାତ୍ର କିଛି ଦିନର ଅପେକ୍ଷା । ହେଲେ ଏଥର ଭୋଟର ନିରବ ଥିବା ଯୋଗୁ ଏବେ ସବୁ ଦଳର ପ୍ରାର୍ଥୀ ଚିନ୍ତାରେ ଯେ କଣ ହେବ ଫଳ |

 

0
0
0
s2sdefault