ହେଡଲାଇନସ୍:

ସାମୂଦ୍ରିକ ଝଡ "ଫୋନି' ଓଡିଶାକୁ ପ୍ରଭାବିତ କରିବା ଆଶଙ୍କା :  ବରିଷ୍ଠ  ଅଧିକାରୀଙ୍କ ସହ ଆଲୋଚନା କଲେ ଧର୍ମେନ୍ଦ୍ର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଓଡିଶା ଉପରେ ସମ୍ଭାବ୍ୟ ପ୍ରାକୃତିକ ଦୁର୍ବିପାକର ଭୟ ତଥା ଆବଶ୍ୟକୀୟ ମୁକାବିଲା ଓ ପରିଚାଳନା ନେଇ ବିସ୍ତୃତ ଭାବେ କଲେ ଆଲୋଚନା

ଭୁବନେଶ୍ୱର  - ଓଡିଶା ଉପରେ ସାମୂଦ୍ରିକ ଝଡ "ଫୋନି'ର ସମ୍ଭାବ୍ୟ ପ୍ରଭାବ ନେଇ ସୋମବାର ବରିଷ୍ଠ  ଅଧିକାରୀଙ୍କ ସହ ଟେଲିଫୋନ ଯୋଗେ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସମ୍ଭାବ୍ୟ ବାତ୍ୟା ନେଇ ଆବଶ୍ୟକିୟ ମୁକାବିଲା ଏବଂ ପଦକ୍ଷେପ ନେବା ପାଇଁ ଶ୍ରୀ ପ୍ରଧାନ ବରିଷ୍ଠ  ଅଧିକାରୀଙ୍କ ସହ ଆଲୋଚନା କରିଥିବା ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି ।

ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ଯେ ସାମୂଦ୍ରିକ ଝଡ "ଫୋନି' ସ୍ଥଳଭାଗ ନିକଟବର୍ତି ହେବା ସହ ଆମ ରାଜ୍ୟ ଓଡିଶା ଉପରେ ସମ୍ଭାବ୍ୟ ପ୍ରଭାବ ନେଇ  ବରିଷ୍ଠ ଅଧିକାରୀମାନଙ୍କ ସହିତ ଟେଲିଫୋନରେ ଆଲୋଚନା କଲି । କ୍ୟାବିନେଟ ସେକ୍ରେଟାରୀ ପିକେ ସିହ୍ନା, ଆଇଏମଡିର ଆଂଚଳିକ ମୁଖ୍ୟ ଏଚ୍ଆର୍ ବିଶ୍ୱାସ, ଏନଡିଆର୍ଏଫର ଡିଆଇଜି କେ.କେ. ସିହ୍ନାଙ୍କ ସହିତ କଥାବାର୍ତା ହୋଇ ଓଡିଶା ଉପରେ ସମ୍ଭାବ୍ୟ ପ୍ରାକୃତିକ ଦୁର୍ବିପାକର ଭୟ ତଥା ଆବଶ୍ୟକୀୟ ମୁକାବିଲା ଓ ପରିଚାଳନା ନେଇ ବିସ୍ତୃତ ଆଲୋଚନା କରିଥିବା ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ।

 

 

 

 

0
0
0
s2sdefault