ହେଡଲାଇନସ୍:

ଟାର୍ଗେଟରେ ପାଣ୍ଡିଆନ, ସିଇଓଙ୍କ ନିକଟରେ ଫେରାଦ !

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

 ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କେ ପାଣ୍ଡିଆନଙ୍କୁ ଟାର୍ଗେଟ କଂଗ୍ରେସ | ତୃତୀୟ ମହଲାରେ ଶ୍ରୀ ପାଣ୍ଡିଆନଙ୍କ ଉପସ୍ଥିତି ରାଜ୍ୟରେ ନିର୍ବାଚନକୁ ପ୍ରଭାବିତ କରିବା ବୋଲି ସପ୍ତାହେ ତଳେ ନିର୍ବାଚନ କମିଶନଙ୍କୁ ପ୍ରଭାବିତ କରିପାରେ ଓ ତାଙ୍କୁ ସେ ପଦବୀରୁ ଅନ୍ୟତ୍ର ବଦଳି କରିବା ପାଇଁ ଅଭିଯୋଗ ହୋଇଥିବାବେଳେ ଆଜି ପୁଣି ସେଇ ଦାବି ଦୋହରାଇଛି କଂଗ୍ରେସ | 

 କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ  ବିଗତ ଦିନରେ ଘସିପୁରା, ପିପିଲି, ଆଠଗଡ଼ ଆଦି ଅନେକ ସ୍ଥାନରେ ହିଂସାତ୍ମକ ଘଟଣା ଘଟିଛି ଯାହାକୁ ନେଇ ସମଗ୍ର ରାଜ୍ୟରେ ଏକ ଆଶଙ୍କାର ବାତାବରଣ ସୃଷ୍ଟି ହୋଇଛି । ଭାରତୀୟ ନିର୍ବାଚନ ଆୟୋଗଙ୍କ ଦ୍ୱାରା ନିଯୁକ୍ତ କରାଯାଇଥିବା ସାମାନ୍ୟ ପର୍ଯ୍ୟବେକ୍ଷକ, ବ୍ୟୟ ପର୍ଯ୍ୟବେକ୍ଷକ ତଥା ପୋଲିସ୍ ପର୍ଯ୍ୟବେକ୍ଷକ, ଆଇଏସ, ଆଇପିଏସ ଏବଂ ଆଇଆରଏସର ଦକ୍ଷ୍ୟ, ଯୋଗ୍ୟ ଏବଂ ବରିଷ୍ଠ ଅଧିକାରୀ ଅଟନ୍ତି । ଏହା ଛଡ଼ା କେନ୍ଦ୍ରୀୟ, ଅର୍ଧସୈନିକ ବଳର ଯବାନମାନଙ୍କୁ ମଧ୍ୟ ଶାନ୍ତି ଓ ଶୃଙ୍ଖଳା ବଜାୟ ରଖିବା ପାଇଁ ଦାୟିତ୍ୱ ଦିଆଯାଇଛି । ନିର୍ବାଚନ ଆୟୋଗଦ୍ୱାରା ପ୍ରସାରିତ ନିର୍ଦ୍ଦେଶରେ  ଏହା ସ୍ପଷ୍ଟ ରୂପରେ ଉଲ୍ଲେଖ କରାଯାଇଛି ଯେ ଶାସକ ଦଳ ସେମାନଙ୍କ କ୍ଷମତାର ଅପବ୍ୟବହାର କରିବେ ନାହିଁ । କଂଗ୍ରେସ ଓ ଅନ୍ୟ ଦଳଙ୍କ ତରଫରୁ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ତଥା ବିଭିନ୍ନ କ୍ଷେତ୍ରରେ ଅବସ୍ଥାପିତି କିଛି ଅଧିକାରୀଙ୍କ ବିରୁଦ୍ଧରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅଭିଯୋଗ ପତ୍ର ପ୍ରଦାନ କରାଯାଇଛି । ଏ ମଧ୍ୟରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ଶ୍ରୀ ବି.କେ. ପାଣ୍ଡିଆନଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ । ନିର୍ବାଚନ ଆୟୋଗକୁ ମଧ୍ୟ ଶ୍ରୀ ପାଣ୍ଡିଆନଙ୍କ ଆଚରଣ ସମ୍ବର୍ନ୍ଧରେ ଅବଗତ କରାଯାଇଛି । ଚୌଦ୍ୱାର କଟକ କ୍ଷେତ୍ରର କଂଗ୍ରେସ ପ୍ରାର୍ଥୀ ଶ୍ରୀ ଜଗଦିଶ ମହାନ୍ତି ତା ୧୯ ମାର୍ଚ୍ଚ ୨୦୧୯ରେ ଶ୍ରୀ ପାଣ୍ଡିଆନଙ୍କର ଆଚରଣ ଯୋଗୁଁ ନିର୍ବାଚନ ପ୍ରକ୍ରିୟା ପ୍ରଭାବିତ ହେବାର ସମ୍ଭାବନା ବିଷୟରେ ଉଲ୍ଲେଖ କରାଯାଇ ତାଙ୍କୁ ନିର୍ବାଚନ ସମୟରେ ଅନ୍ୟତ୍ର ପଦସ୍ଥାପିତ କରିବାପାଇଁ ଅନୁରୋଧ କରାଯାଇଛି । ନିଶ୍ଚିତ ଭାବରେ ନିର୍ବାଚନ ବିଭାଗ ଏ ବିଷୟ ଉପରେ ଧ୍ୟାନ ଦେବେ ଯଦିଓ ଶ୍ରୀ ମହାନ୍ତିଙ୍କୁ ଏବେ ମଧ୍ୟ ତାଙ୍କ ଦ୍ୱାରା ଦିଆଯାଇଥିବା ଅଭିଯୋଗ ବିଷୟରେ କୌଣସୀ ପ୍ରକାର ଲିଖିତ ଆସ୍ୱାଶନା ଦିଆଯାଇ ନାହିଁ । ହେଲେବି ଶ୍ରୀ ମହାନ୍ତିଙ୍କର ନିର୍ବାଚନ ଆୟୋଗଙ୍କ ଉପରେ ପୂର୍ଣ୍ଣ ବିଶ୍ୱାସ ଅଛି । ରାଜ୍ୟର ସମସ୍ତ ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ବିନୀତ ଅନୁରୋଧ କରାଯାଉଛି ଯେ ସେମାନେ ନିର୍ଭିକ ଏବଂ ନିରପେକ୍ଷ ଭାବେ ନିର୍ବାଚନ ପ୍ରକ୍ରିୟାରେ ନିଜର ଦାୟିତ୍ୱ ନିରୂପଣ କରନ୍ତୁ ଏବଂ ତାଙ୍କ ଉପରେ କୌଣସୀ ପ୍ରକାରର ଚାପ ସୃଷ୍ଟି ହେଲେ ସେ ବିଷୟରେ କର୍ତ୍ତୃପକ୍ଷଙ୍କୁ ତଥା ଗଣମାଧ୍ୟମକୁ ସୂଚୀତ କରନ୍ତୁ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି |

0
0
0
s2sdefault