ହେଡଲାଇନସ୍:

ଆଜି ବି କହିଲେ ‘ ବିଜେଡି ସରକାରକୁ ଉପାଡି ଫିଙ୍ଗି ଦିଅ’

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ମୋରଡାରେ ବିଜେପିର ବିଜୟ ସଙ୍କଳ୍ପ ଦିବସରେ ଅମିତ ଶାହା  

ବାରିପଦା : ଓଡ଼ିଶାରେ ବିଜେଡି ସରକାରକୁ ଉପାଡି ଫିଙ୍ଗି ଦିଅ । ଓଡ଼ିଆ ହୋଇ ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ୧୯ବର୍ଷ ଓଡ଼ିଶାରେ ରହିବା ପରେ ଯିଏ ଓଡ଼ିଆରେ କଥା କହି ଶିଖି ପାରିଲା ନାହିଁ । ଏଣୁ ସେ ମୁଖ୍ୟମନ୍ତ୍ରୀ ପଦବୀରେ ରହିବାର ଅବଶ୍ୟକତା ନାହିଁ ବୋଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ମୟୂରଭଞ୍ଜ ଜିଲ୍ଲାରେ ମୋରଡା ନିର୍ବାଚନ ମଣ୍ଡଳୀ ଅର୍ନ୍ତଗତ ପାଟପୁର ପଡ଼ିଆ ଠାରେ ଅନୁଷ୍ଠିତ  ବିଜେପିର ବିଜୟ ସଙ୍କଳ୍ପ ଦିବସରେ ଯୋଗଦେଇ କହିଛନ୍ତି । ସେହିପରି ନରେନ୍ଦ୍ର ମୋଦି ସରକାର ଓଡ଼ିଶା ପାଇଁ ବହୁ କିଛି କରିଛନ୍ତି । ପ୍ରଥମେ ପୁରୁଣା ଖନନର କାର୍ଯ୍ୟର ଆଇନକୁ ବଦଳାଇଛନ୍ତି । ଏବଂ ଡିଏମଏଫ (ଡିଷ୍ଟ ମିନେରାଲ ଫଣ୍ଡ)ର ବ୍ୟବସ୍ଥା କରିଛନ୍ତି । ମୟୂରଭଞ୍ଜ ଏବଂ ଓଡ଼ିଶାକୁ ଏକୁଟିଆ ୬ଜାର କୋଟି ଟଙ୍କା ଗରିବ ଆଦିବାସୀଙ୍କ କଲ୍ୟାଣ ପାଇଁ ପ୍ରଦାନ କରିଛନ୍ତି । ଏହାସହ ୫ବର୍ଷ ମଧ୍ୟରେ ୩ଲକ୍ଷ କୋଟି ଟଙ୍କାର ଇନଫ୍ରାଷ୍ଟ୍ରକଚର ପାଇଁ ପ୍ରଦାନ କରିଛନ୍ତି । ଏପରିକି ସଡ଼କ ନିର୍ମାଣ,ଗ୍ରାମ ସଂଯୋଗ ହୋଇନଥିବା ରାସ୍ତା ନିର୍ମାଣ ଆଦି କାର୍ଯ୍ୟ ପାଇଁ ସାଗରମେଳା ଯୋଜନାରେ୧୦ହଜା କୋଟି ଟଙ୍କା ପ୍ରଦାନ କରାଯାଇଛି । ଆଇଆଇଟି,ଆଇଆଇଏସ ଭଳି ସଂସ୍ଥାକୁ ଓଡ଼ିଶାକୁ ଆଣି କାର୍ଯ୍ୟ ବିଜେପି ସରକାର କରିଛି । ଦ୍ୱିତୀୟରେ ଓଡ଼ିଶାରେ ବିଜେଡି ସରକାର ଚିଟଫଣ୍ଡ ଘୋଟାଲାରେ ହଜାର ହଜାର କୋଟି ଟଙ୍କା ଓଡ଼ିଶାର ଗିରବ ଲୋକମାନଙ୍କ ଠାରୁ ବିଜେଡି ସରକାରର ନେତାମାନେ ଖାଇଯାଇଛନ୍ତି । ଓଡ଼ିଶାରେ ବିଜେପି ସରକାର ଆସିବାର ୯୦ଦିନ ମଧ୍ୟରେ ଯେଉଁମାନେ ଟଙ୍କା ଖାଇଛନ୍ତି ସେମାନଙ୍କୁ ଜେଲ ପଠାଇ ଦିଆଯିବ ବୋଲି ଶ୍ରୀ ଶହା କହିଛନ୍ତି । ଏହାଛଡା ସାରା ଦେଶରେ ଓଡ଼ିଶା ହେଉଛି ସବୁ ଠାରୁ ସମୃଦ୍ଧ ରାଜ୍ୟ । ଏଠାରେ ଖଣ୍ିଜ ସମ୍ପଦ ଭରପୁର ହୋଇ ରହିଛି ଯାହାକି ସାରଦେଶର ଲୋକଙ୍କ ପେଟ ପୁରାଇ ପାରିବ । ଓଡ଼ିଶା ସମୃଦ୍ଧବାନ କିନ୍ତ ଓଡ଼ିଶା ବାସୀ ସମୃଦ୍ଧବାନ ନୁହଁନ୍ତି । ଏହି ଖଣିଜ ସମ୍ପଦକୁ ବିଜେଡି ସରକାର ଘୋଟାଲା କରିଥିବାରୁ ଓଡ଼ିଶାର ଲୋକେ ସମୃଦ୍ଧ ହୋଇପାରି ନାହାନ୍ତି । ଏପରିକି ରାଜ୍ୟ ସରକାର ଶାହା କିମିଶନକୁ ସହଯୋଗ କରିନଥିଲେ । ଓଡିଶା ସରକାର ବାବୁ ଓ ନେତାମାନେ ହଜାର ହଜାର କୋଟି ଟଙ୍କା ଖଣିଜ ସମ୍ପଦକୁ ବିକି ଖାଇଦେଇଛନ୍ତି । ବିଜେପି ସରକାର ଆସିଲେ ସେମାନଙ୍କୁ ଓଲଟା ଲଟକାଇ ସିଧା କରିଦେବ । ଏଠାରେ ଚାଷୀମାନେ ସଙ୍କଟରେ ରହିଛନ୍ତି । ପଳପଳା ନଦୀର ପାଣିକୁ ନେଇ ଚାଷୀମାନଙ୍କ ପାଇଁ କୌଣସି ପ୍ରକାର କାର୍ଯ୍ୟ କରାଯାଉ ନାହିଁ । କିଛି ଦିନ ପୂର୍ବରୁ ବିଜେପିର ୨୦ରୁ ଅଧିକ କାର୍ଯ୍ୟକର୍ତାଙ୍କୁ ଆକ୍ରମଣ କରାଯାଇଛି । ସେଥି ମଧ୍ୟରୁ ୧୦ରୁ ଅଧିକ କାର୍ଯ୍ୟକର୍ତା ମୃତ୍ୟୁ ବରଣ କରିସାରିଛନ୍ତି । ତେବେ ଓଡ଼ିଶାରେ ବିଜେପି ସରକାର ଆସିଲେ ପ୍ରଥମେ,ଗରିବ ଚାଷୀମାନଙ୍କୁ ବିନା ମୂଲ୍ୟରେ କୌଣସି ସୁଧ ନ ନେଇ ସେମାନଙ୍କୁ ଲୋନ ପ୍ରଦାନ କରାଯିବ । ଏପରିକି ବ୍ୟାଙ୍କରେ ସେମାନଙ୍କୁ ସୁଦ୍ଧ ଦେବାକୁ ପଡିବ ନାହିଁ । ଏହାଛଡା ଚାଷୀ,ଆଦିବାସୀ ଚାଷୀ,ଛୋଟ ଚାଷୀମାନଙ୍କୁ ମାସିକ ୩ହଜାର ଟଙ୍କା ପେନସନ ପ୍ରଦାନ କରାଯିବ । ସେହିପରି ଚାଷ କାର୍ଯ୍ୟ ପାଇଁ ୧ଲକ୍ଷ କୋଟି ଟଙ୍କା ବିନିଯୋଗ କରାଯାଇ ମହାନଦୀ ଏବଂ ବାକି ନଦୀର ପାଣିକୁ ଚାଷୀଙ୍କ ଜମିକୁ ପ୍ରଦାନ କରାଯିବ । ସେହିପରି ଛାତ୍ରଛାତ୍ରୀମାନଙ୍କ ପାଇଁ କେଜିରୁ ପିଜି ପର୍ଯ୍ୟନ୍ତ ସମସ୍ତ  ପଢ଼ା ଖର୍ଚ୍ଚ ସରକାରୀ ବିଦ୍ୟାଳୟରେ ବିନାମୂଲ୍ୟରେ କରାଯିବ । ଏନେଇ କୌଣସି ଗରିବ ଲୋକଙ୍କୁ ଟଙ୍କାଟିଏ ଖର୍ଚ କରିବାକୁ ପଡ଼ିବ ନାହିଁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ସେହିପରି ପ୍ରତ୍ୟେକ ଘରରୁ ଜଣଙ୍କୁ ରୋଜଗାର ପ୍ରଦାନ କରାଯିବ । ସମସ୍ତ ସରକାରୀ କାର୍ଯ୍ୟାଳୟରେ ଖାଲିପଡ଼ିଥିବା ପଦବୀକୁ ଆସନ୍ତା ୨ବର୍ଷ ମଧ୍ୟରେ ପୁରଣ କରାଯିବ । ଏବଂ ୧ପ୍ରତିଶତ ସୁଧ ହାରରେ ଯୁବକମାନଙ୍କୁ ଛୋଟ ଛୋଟ ବ୍ୟବସାୟ କରିବା ପାଇଁ ୩ଲକ୍ଷ ଟଙ୍କାର ଲୋନ ପ୍ରଦାନ କରାଯିବ । ଆଦିବାସୀ ଲୋକମାନଙ୍କ ପାଇଁ ଫରେଷ୍ଟ ରାଇଟ ଆକ୍ଟ ମାଧ୍ୟମରେ ଜଙ୍ଗଲ ଜମିରେ ବସବାସ କରୁଥିବା ଲୋକଙ୍କୁ ପଟ୍ଟା ପ୍ରଦାନ କରାଯିବ ଏବଂ ଏଥିପାଇଁ ୩ମାସ ମଧ୍ୟରେ ନିୟମ ପ୍ରସ୍ତୁତ କରାଯିବ । ଏହାଛଡା କେନ୍ଦୁ ପତ୍ର ଉପରେ ମଧ୍ୟ ଜିଏଷ୍ଟି ଛାଡ କରାଯିବ । ଏବଂ ଭାରତର ସମ୍ବିଧାନର ଅଷ୍ଟ ଅନୁଛେଦରେ ହୋ ଓ ମୁଣ୍ଡାରୀ ଭାଷାକୁ ମଧ୍ୟ ସାମିଲ କରାଯିବ ବୋଲି କହିଛନ୍ତି । ଏଣୁ ଓଡ଼ିଶାରେ ମୋଦି ସରାକାର ଗଠନ କରିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି । ସେ ଆହୁରି କହିଛନ୍ତି ଯେ,ଓଡ଼ିଶାର ଲୋକ ଓଡ଼ିଶାରେ ରହି କାର୍ଯ୍ୟ କରିବେ । ସେମାନଙ୍କୁ ମହାରାଷ୍ଟ୍ର କିମ୍ବା ଗୁଜୁରାଟକୁ ଯିବାକୁ ପଡ଼ିବ ନାହିଁ ଏହା ମୋହି ସରକାର ଚାହିୁଁଛନ୍ତି । ଏଣୁ ଓଡ଼ିଶାରେ ବିଜେଡି ସରକାରକୁ ବଦଳାଇବା ଦରକାର ବୋଲି କହିଛନ୍ତି । ଏହି ଅବସରରେ ସେ ମୋଦି ସରକାରଙ୍କ ଲୋକାଭିମୁଖୀ ଯୋଜନା ସମ୍ପର୍କରେ କହିବା ସହ କଂଗ୍ରେସ ସରକାରକୁ ସମାଲୋଚନା କରିଥିଲେ । ସେ କହିଥିଲେ ସେ ସାଢେ଼ ଚାରିମାସ ମଧ୍ୟରେ ୨୬୨ତମ ଲୋକସଭା ଆସନ ଅର୍ଥାତ ମୟୂରଭଞ୍ଜ ଲୋକସଭା ଆସନକୁ ଆସିଛନ୍ତି । ସବୁଠାରେ ମୋହି ଲହରୀ । ଏଣୁ ଓଡ଼ିଶାରେ ମୋଦି ସରକାର କରିବାକୁ ହେଲେ ଓଡ଼ିଶାରେ ଥିବା ଭ୍ରଷ୍ଟାଚାରୀ ବିଜେଡି ସରକାରକୁ ହଟାଇବାକୁ ପଡ଼ିବ । ମୋଦିଙ୍କ ପାଇଁ ଓଡ଼ିଶାରେ ଥକି ଯାଇଥିବା ମୁଖ୍ୟମନ୍ତ୍ରୀ ଦରକାର ନାହିଁ,ଓଡ଼ିଆ କହିପାରୁ ନଥିବା ମୁଖ୍ୟମନ୍ତ୍ରୀ ଦରକାର ନାହିଁ,ଭ୍ରଷ୍ଟାଚାରୀ ମୁଖ୍ୟମନ୍ତ୍ରୀ ଆବଶ୍ୟକତା ନାହିଁ । ଆବଶ୍ୟକତା ଅଛି ଏକ ଟାଣୁଆ ମୁଖ୍ୟମନ୍ତ୍ରୀ । ଏଣୁ ଓଡ଼ିଶାରେ ବିଜେପିର ସେଇ ମଜବୁତ ମୁଖ୍ୟମନ୍ତ୍ରୀ ଦରକାର ବୋଲି କହିଛନ୍ତି । ଓଡ଼ିଶାରେ ବିଜେପି ଲହରୀ ଏବେ ଚାଲୁଥିବା ବେଳେ ନବୀନ ବାବୁ ଏବଂ ତାଙ୍କ ବାବୁ ମାନଙ୍କର ନିଦ ହଜିଯାଇଛି । ତେବେ ଅନ୍ୟପଟେ ୫ବର୍ଷରେ ମୋଦି ସରକାର ୭କୋଟି ଗରିବ ମହିମଳାନଙ୍କୁ ଉଜ୍ୱଳା ଯୋଜନାମାଧ୍ୟରେ ମାଗଣାରେ ଗ୍ୟାସ ପ୍ରଦାନ କରିଥିବା ବେଳେ ୨କୋଟିରୁ ଅଧିକ ଗରିବ ଲୋକଙ୍କୁ ବିଜୁଳି ପ୍ରଦାନ କରିଛନ୍ତି । ଏହା ସହ ୨.୫କୋଟି ଗରିବଙ୍କୁ ଘର ପ୍ରଦାନ କରାଯାଇଛି ବୋଲି କହିଛନ୍ତି । ଏହାସହ ୮କୋଟି ଗରିବଙ୍କ ଘରେ ଶୌଚାଳୟ ପ୍ରଦାନ କରାଯାଇଛି । ମୋଦି ସରକାର ୫୦କୋଟି ଗରିବଙ୍କୁ ସେମାନଙ୍କର ବିଭିନ୍ନ ରୋଗର ନିରାକରଣ ପାଇଁ ୫ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିଛନ୍ତି । ଆଜି ସୁଦ୍ଧା ୨୩ଲକ୍ଷରୁ ଅଧିକ ଗରିବ ଲୋକଙ୍କୁ ଆୟୁଷମାନ ଭାରତ ଯୋଜନାରେ ମାଗଣାରେ ଚିକିତ୍ସା କରାଯାଇଛି ବୋଲି କହିଥିଲେ । ହେଲେ ଆୟୁଷମାନ ଭାରତ ଯୋଜନାକୁ ଓଡ଼ିଶାର ବିଜେଡି ସରକାର ଆସିବା ପାଇଁ ଦେଉ ନାହାନ୍ତି । କେନ୍ଦ୍ର ସରକାରଙ୍କ ଏହି ଲୋକାଭିମୁଖୀ ଯୋଜନାକୁ ଓଡ଼ିଶାରେ କାର୍ଯ୍ୟକାରୀ କରାଇବା ପାଇଁ ନବୀନ ବାବୁ ଭୟ କରୁଛନ୍ତି । ଓଡ଼ିଶାରେ ମୋଦି ସରକାର ହେଲେ ଓଡ଼ିଶାବାସୀ ଏହାର ଲାଭ ପାଇପାରିବେ । ଅନ୍ୟପଟେ ଦେଶର ସୁରକ୍ଷା ପାଇଁ ମୋଦି ସରକାର ବହୁ କାର୍ଯ୍ୟ କରୁଛନ୍ତି । କେନ୍ଦ୍ରରେ ବହୁ ବର୍ଷ ଧରି ଥିବା କଂଗ୍ରେସ ସରକାର ସମୟରେ ପାକିସ୍ତାନରୁ ଯେ କୌଣସି ଆତଙ୍କବାଦୀ ଭାରତରେ ପସି ସୈନିକମାନଙ୍କ ମୁଣ୍ଡକୁ କାଟି ନେଇ ଯାଉଥିଲେ । ଏବଂ କଂଗ୍ରେସ ର ପ୍ରଧାନମନ୍ତ୍ରୀ ମନମୋହନ ସିଂ ଚୁପ ରହୁଥିଲେ । ମୋଦି ସରକାର ଆସିବା ପରେ ପୁଲୱାମା ଘଟଣାରେ ୪୦ବଦଳରେ ପାକିସ୍ତାନର ୩ଶହ ଆତଙ୍କବାଦୀଙ୍କ ମୁଣ୍ଡ ନେଲେ । ତେବେ ଏଥିରେ କଂଗ୍ରେସର ରହାଲୁବାବା ବିଚଳିତ ହୋଇପଡ଼ିଛନ୍ତି ବୋଲି କହିଛନ୍ତି । ତେବେ ଶ୍ରୀ ସାହା ଏହି ମଂଚରେ ମୟୂରଭଞ୍ଜ ଲୋକସଭା ସାଂସଦ ପ୍ରାର୍ଥି ଇଂ ବିଶେଶ୍ୱର ଟୁଡୁ,ମୋରଡା ବିଧାୟକ ପ୍ରାର୍ଥି ଡ କୃଷ୍ଣଚନ୍ଦ୍ର ମହାପାତ୍ର,ବାଙ୍ଗିରିପୋଷି ବିଧାୟକ ପ୍ରାର୍ଥି ସୁଗୁଦା ମୁର୍ମୁଙ୍କୁ ଜୟ ଯୁକ୍ତ କରିବା ପାଇଁ ଭୋଟ ଅପିଲ କରିଥିଲେ । ରାଜ୍ୟ ମୁଖପାତ୍ର ଜୀବନ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ  ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ମୟୂରଭଞ୍ଜ ଜିଲ୍ଲା ପ୍ରଚାର କମିଟିର ଅଧ୍ୟକ୍ଷ ମହାରାଜା ପ୍ରବୀଣଚନ୍ଦ୍ର ଭଞ୍ଜଦେଓ,ମହାରାଣୀ ରାଜ୍ୟ ରାଜଲକ୍ଷ୍ମୀ ଭଞ୍ଜଦେଓ,ବିଜେପିର ବରିଷ୍ଠ  ନେତ୍ରୀ ଲୋଖଶ୍ରୀ ସାମନ୍ତ ସିଂହାର,ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଜାତା ମୁର୍ମୁ,କାନ୍ଦ୍ରା ସୋରେନ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ପ୍ରମିଳା ପଣ୍ଡା,ମୋରଡା ବ୍ଲକର ପୂର୍ବତନ ଅଧ୍ୟକ୍ଷ ବୈଦ୍ୟନାଥ ଦାସ,ଯୁବ ନେତା ଚିତରଞ୍ଜନ ଦାସ,ପୂର୍ବତନ ବିଧାୟକ ବିମଳ ଲୋଚନ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ତେବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶହା ଦିନ ୧ଟା୧୫ମିନିଟରେ ପାଟପୁର ପଡ଼ିଆ ଠାରେ ପହଁଚି ୨ଟାରେ ଫେରିଯାଇଥିଲେ । 

 

0
0
0
s2sdefault