ହେଡଲାଇନସ୍:

ଆଠଗଡ଼ ଓ ଘଷିପୁରା ନିର୍ବାଚନ ମଣ୍ଡଳୀରେ ଜବରଦଖଲ ବୁଥରେ ପୁନଃନିର୍ବାଚନ କରିବାପାଇଁ ଦାବିକଲା : କଂଗ୍ରେସ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର – ଗତ ୨୩ ଏପ୍ରିଲ ୨୦୧୯ ଆଠଗଡ଼ ନିର୍ବାଚନ ମଣ୍ଡଳୀ ବୁଥ ନଂ. ୧୬୪, ୧୧, ୨୦୪,୧୦୧,୧୬୭ ରେ ବିଜୁ ଜନତା ଦଳର କର୍ମୀ ଏବଂ ଗୁଣ୍ଡାମାନେ ଜବରଦସ୍ତ ପସି ଭୋଟରମାନଙ୍କୁ ବିଜୁ ଜନତା ଦଳ ସପକ୍ଷରେ ପ୍ରବତାଉ ଥିବାର ସମସ୍ତ ପ୍ରାମଣିକ ତଥ୍ୟ, ଭିଡ଼ିଓ କ୍ଲିପିଙ୍ଗସ୍, ରାଜ୍ୟ ମୁଖ୍ୟ ନିର୍ବାଚନ ଆୟୋଗଙ୍କୁ ପ୍ରଦାନ କରାଗଲା । କଂଗ୍ରେସ ଦଳର ବିଧାନ ସଭା ପ୍ରାର୍ଥୀ ଶ୍ରୀଯୁକ୍ତ ଉମାବଲ୍ଲଭ ରଥ ଯେତେବେଳେ ଏହିସବୁ ବୁଥ କେନ୍ଦ୍ରଗୁଡ଼ିକୁ ପରିଦର୍ଶନ କରିବାକୁ ଯାଉଥିଲେ ସେ ସବୁ ବୁଥ୍ କେନ୍ଦ୍ରଗୁଡ଼ିକରେ ମିଛ ଆଇଡ଼ି କାଡର଼୍ ପକାଇ ବୁଥ ଭିତରେ ବସିରହି ନିର୍ବାଚନ କାର୍ଯ୍ୟ ମଧ୍ୟ ପରି•ଳନା କରୁଥିଲେ । ଯେତେବେଳେ ଶ୍ରୀଯୁକ୍ତ ରଥ ଏହି ବ୍ୟକ୍ତିମାନଙ୍କର ଆଇଡ଼ି କାଡର଼୍ ଖୋଲି ଦେଖନ୍ତି ସେଗୁଡ଼ିକ ସେଥିରେ ନିର୍ବାଚନ ଅଧିକାରୀଙ୍କ ଷ୍ଟାମ୍ପ ବସିନଥିଲା କିମ୍ବା ଦସ୍ତଖତ ମଧ୍ୟ ହୋଇନଥିଲା ।  ପ୍ରଶ୍ନ ଉଠୁଛି ଏ ବ୍ୟକ୍ତିମାନଙ୍କୁ କିଭଳି ଭାବରେ ଏବଂ କେଉଁ ପରିସ୍ଥିତିରେ ଏବଂ କାହା ଇଙ୍ଗିତରେ ବୁଥି ଭିତରେ ପୋଲିଙ୍ଗ ଅଫିସରଙ୍କ ଯାଗା ଗ୍ରହଣ କରି ଭୋଟ କାର୍ଯ୍ୟ ପରି•ଳନା କରୁଥିଲେ । ତେଣୁ ଏଠାରେ ସ୍ପଷ୍ଟ ଅନୁମେୟ ସେ ସବୁ ବୁଥଗୁଡ଼ିକରେ କିଭଳି ଭାବରେ ଅବାଧ ଏବଂ ନିରପେକ୍ଷ ନିର୍ବାଚନ କରାଯାଉଥିଲା । ଶ୍ରୀଯୁକ୍ତ ଉମାବଲ୍ଲଭ ରଥ ଅତି ସ୍ପଷକାତର ପୋଲିଙ୍ଗ ଷ୍ଟେସନଗୁଡିକରେ ଜିଲାର ରିର୍ଟନିଙ୍ଗ ଅଫିସର ଏବଂ ଏସ୍ପିଙ୍କୁ ଭେଟି ସିସି ଟିଭି ଅଧିକ ମାତ୍ରାରେ ପୋଲିସ ମୃତୟନ କଥା ଜଣାଇଥିଲେ ମଧ୍ୟ କୌଣସି ଗୋଟିଏ କଥା ମଧ୍ୟ ରଖାଗଲା ନାହିଁ । ଠିକ ସମାନ ଭାବରେ ଘସିପୁରା ନିର୍ବାଚନ ମଣ୍ଡଳୀର ବୁଥ କେନ୍ଦ୍ରଗୁଡ଼ିକରେ ଘୋର ଅନିମିତତା ଏବଂ ଯବରଦଖଲ ପ୍ରସଙ୍ଗରେ ପ୍ରଦେଶ କଂଗ୍ରେସ ର ଉପସଭାପତି ତଥା ବରିଷ୍ଠ ଆଇନଜୀବି ଶ୍ରୀଯୁକ୍ତ ଶିବାନନ୍ଦ ରାୟ, ଉପସଭାପତି ତଥା ମୁଖପାତ୍ର ଯଜେ୍ଞଶ୍ୱର ବାବୁ, ବରିଷ୍ଠ  କଂଗ୍ରେସ ନେତା ତଥା ଆଠଗଡ଼ ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ଉମାବଲ୍ଲଭ ରଥ ଏବଂ ମୁଖପାତ୍ର ଶ୍ରୀ ରଜନୀ କୁମାର ମହାନ୍ତି ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଆୟୋଗଙ୍କୁ ଭେଟି ଆଠଗଡ଼ ନିର୍ବାଚନ ମଣ୍ଡଳୀ ଏବଂ ଘସିପୁରା ନିର୍ବାଚନ ମଣ୍ଡଳୀରେ ଯେଉଁଭଳି ଭାବରେ ବୁଥି ରୀଗିଙ୍ଗ ହୋଇଛି ସେଗୁଡ଼ିକର ପୁନଃ ନିର୍ବାଚନ କରିବା ପାଇଁ ଦୃଢ଼ ଦାବୀ ଉପସ୍ଥାପତି କରିବା ସହିତ ଯେଉଁମାନେ ବୁଥ ରେଗିଙ୍ଗରେ ସାମିଲି ଥିଲେ ସେମାନଙ୍କୁ ତୁରନ୍ତ ଗିରଫ କରିବାପାଇଁ  ଦୃଢ଼ ଦାବି କରିଛନ୍ତି ।

0
0
0
s2sdefault