ହେଡଲାଇନସ୍:

ବିଭିନ୍ନ ନିର୍ବାଚନ ମଣ୍ଡଳୀ ପାଇଁ ସହ ପର୍ଯ୍ୟବେକ୍ଷକ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର: ବିଜୁ ଜନତା ଦଳ ରାଜ୍ୟ ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଭଦ୍ରକ ବିଧାନସଭା ନିର୍ବାଚନ ମଣ୍ଡଳୀ ସହ-ପର୍ଯ୍ୟବେକ୍ଷକ ଭାବେ ମହମ୍ମଦ ମୁର୍ତୁଜା, କୋରେଇ ବିଧାନସଭା ନିର୍ବାଚନ ମଣ୍ଡଳୀ ସହ-ପର୍ଯ୍ୟବେକ୍ଷକ ଭାବେ ଅଫତାବ ଆଲମ୍‍, ସାରସକଣା ବିଧାନସଭା ନିର୍ବାଚନ ମଣ୍ଡଳୀ ସହ-ପର୍ଯ୍ୟବେକ୍ଷକ ଭାବେ ଶ୍ରୀ ଗଣେଶ ମିଶ୍ର, ଜଗତସିଂହପୁର ଜିଲ୍ଲା ସହ-ପର୍ଯ୍ୟବେକ୍ଷକ ଭାବେ ବିଜୁ ଯୁବ ଜନତା ଦଳ ମହାସଚିବ ଶ୍ରୀ ଶିଶିର ପରିଜା, ତିର୍ତ୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀ ସହ-ପର୍ଯ୍ୟବେକ୍ଷକ ଭାବେ ସୁଶ୍ରୀ ମନ୍ଦାକିନୀ କର ଓ ଭଣ୍ଡାରୀପୋଖରୀ ବିଧାନସଭା ନିର୍ବାଚନ ମଣ୍ଡଳୀ ସହ-ପର୍ଯ୍ୟବେକ୍ଷକ ଭାବେ ଜ୍ୟୋତିର୍ମୟୀ ପରିଡ଼ାଙ୍କୁ ନିଯୁକ୍ତି ଦେଇଛନ୍ତି । ସେହିପରି ବିଜୁ ଜନତା ଦଳ ରାଜ୍ୟ ସାଧାରଣ ସଂପାଦକ ଭାବେ ଶ୍ରୀ ବିଶ୍ୱଜିତ ମହାନ୍ତିଙ୍କୁ ନିଯୁକ୍ତି ଦେଇଛନ୍ତି ବୋଲି ଦଳର ରାଜ୍ୟ ସାଧାରଣ ସଂପାଦକ ବିଜୟ ନାୟକ ଏକ ପ୍ରେସ୍‍ ଇସ୍ତାହାରରେ ଜଣାଇଛନ୍ତି ।

0
0
0
s2sdefault