ହେଡଲାଇନସ୍:

ଗରିବୀ  ଉପରେ କଂଗ୍ରେସ କରିବ ସର୍ଜିକାଲ ଷ୍ଟ୍ରାଇକ: ରାହୁଲ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାଲେଶ୍ୱର,(ଉଜ୍ଜ୍ୱଳ କର) : ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ଅବସରରେ ବାଲେଶ୍ୱରରେ ପରିବର୍ତ୍ତନ ସଂକଳ୍ପ ସମାବେଶରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରେମୁଣାସ୍ଥିତ ନରହରି ପଡିଆରେ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇଛନ୍ତି । ପ୍ରଥମରୁ ରାହୁଲ ଗାନ୍ଧୀ ଭାଷଣରେ କେନ୍ଦ୍ର ସରକାର ଓ ରାଜ୍ୟସରକାରଙ୍କ ଉପରେ ବର୍ଷିଛନ୍ତି । ଦେଶରେ ବେକାରୀ ଏକ ବଡ ନିର୍ବାଚନୀ ମୁଦ୍ଧା ବୋଲି ସେ କହିଛନ୍ତି । ବିମୁଦ୍ରାୟନ ଓ ଜିଏସଟି ଦ୍ୱାରା ଅଧିକ ବେକାରୀ ସୃଷ୍ଟି ହୋଇଛନ୍ତି । ପରେ ରାହୁଲ ଗାନ୍ଧୀ କଂଗ୍ରେସର ‘ନ୍ୟାୟ’ ଯୋଜନା ବିଷୟରେ ଜନସାଧାରଣଙ୍କୁ ସୂଚନା ଦେଇଥିଲେ । ଏହି ଯୋଜନା ଦ୍ୱାରା ୫ କୋଟି ପରିବାରର ୨୫ କୋଟି ଲୋକ ଉପକୃତ ହେବେ । ଗରିବ ପରିବବାରକୁ ୭୨ ହଜାର ଟଙ୍କା ଦିଆଯିବ । ‘ନ୍ୟାୟ’ ଯୋଜନା ଦ୍ୱାରା ବେକାରୀ ସମସ୍ୟା ଦୂର ହେବ । ଗରିବମାନଙ୍କ ପାଇଁ କଂଗ୍ରେସ ସର୍ଜିକାଲ ଷ୍ଟ୍ରାଇକ କରିବ । ଅନୀଲ ଅମ୍ବାନୀ, ନୀରବ ମୋଦୀ, ବିଜୟ ମାଲ୍ୟାଙ୍କଠାରୁ ପଇସା ଅଣାଯିବ । ଆଦିବାସୀମାନଙ୍କ କଂଗ୍ରେସ ସବୁସମୟରେ ରହିଛି । ନିୟମଗିରି ପାଇଁ କଂଗ୍ରେସ ଜମିଅଧିଗ୍ରହଣ ପାଇଁ ଆମେ ବିଲ ଆଣିଥିଲୁ ବୋଲି ରାହୁଲ ଗାନ୍ଧୀ କହିଛନ୍ତି । ରାହୁଲ ଗାନ୍ଧୀ ଆଜି ବାଲେଶ୍ୱର ଗସ୍ତରେ ଆସି ନିଜ ଦଳର ସାଂସଦ ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକ, ସଦର ବିଧାୟକ ପ୍ରାର୍ଥୀ ପ୍ରାର୍ଥୀ ମାନସ ଦାସ ପଟ୍ଟନାୟକଙ୍କ ସମେତ ଜିଲ୍ଲାର ସମସ୍ତ ବିଧାୟକ ପ୍ରାର୍ଥୀ ଉପସ୍ଥିତ ଥିଲେ । ସେ ଲୋକମାନଙ୍କ ପାଇଁ ଅଭିଭାଷଣରେ କହିଥିଲେ ଯେ, ଛତିଶଗଡରେ ଚାଷୀ ଧାନ ୧ କ୍ୱିଣ୍ଟାଲ ପିଛା ୨୫୦୦ ପାଉଛି ହେଲେ ଓଡିଶାରେ ୧୬୦୦ ଟଙ୍କା ଧାର୍ଯ୍ୟ କରାଯାଇଥିଲେ ମଧ୍ୟ ଚାଷୀ ଆହୁରି କମ୍ ପାଉଛି । କିନ୍ତୁ କଂଗ୍ରେସ ସରକାର ଆସିଲେ ଧାନ କ୍ୱିଣ୍ଟାଲ ପିଛା ୨୬୦୦ ଟଙ୍କାକୁ ବୃଦ୍ଧି କରିଦିଆଯିବ ବୋଲି ସେ କହିଥିଲେ । 

0
0
0
s2sdefault