ହେଡଲାଇନସ୍:

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଈଶାନଙ୍କ  ଇସ୍ତଫା, ଟାର୍ଗେଟରେ ବିଜେଡି ପର୍ଯ୍ୟବେକ୍ଷକ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପର୍ଯ୍ୟବକ୍ଷେକ ଚଳାଇଛନ୍ତି ଫିରିଙ୍ଗି ଶାସନ - ଇଶାନ 

ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲାରେ ବିଜୁ ଜନତା ଦଳରେ ଗୋଷ୍ଠୀ  ବିବାଦର ମଞ୍ଜି ଦଳୀୟ ପର୍ଯ୍ୟବେକ୍ଷକମାନେ ବୁଣିବାରେ ଲାଗିଛନ୍ତି । ଭାରତରେ ବ୍ରିଟିଶ ଶାସନ ସମୟରେଫୁରିଙ୍ଗିମାନେ ଯେପରି ଆମରି ଲୋକଙ୍କୁ ହାତବାରିସୀ କରି ଆମରି ଭାରତବାସୀଙ୍କ ଉପରେ ଅତ୍ୟାଚାର କରୁଥିଲେ ଠିକ୍ ସେହିପରି ବିଜେଡ଼ିର ପର୍ଯ୍ୟବେକ୍ଷକମାନେ ଦଳ ମଧ୍ୟରେ ଏକାଧିକ ଗୋଷ୍ଠୀ  ସୃଷ୍ଟି କରାଇ ପରସ୍ପରଙ୍କ ପଛରେ ଲଗାଇ ଦେଇଛନ୍ତି । ‘ଳରେ ବିଜେଡ଼ିର ଦଳୀୟ ସଙ୍ଗଠନରେ ଏକତା, ଶାନ୍ତି ଆଦି ଭଙ୍ଗ ହୋଇଛି । ପର୍ଯ୍ୟବେକ୍ଷକମାନେ ବିଜେଡ଼ିର ପୁରୁଖା ନେତା ଓ କର୍ମୀମାନଙ୍କୁ ଅଣଦେଖା ପ୍ରଦର୍ଶନ କରିବା ସହ କେତେକ ଆତ୍ମଘୋଷିତ ନେତାଙ୍କୁ ଗୁରୁତ୍ୱ ଦେଉଛି । ଏବିଷୟରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ । ଦଳର ହାଇକମାଣ୍ଡ ମୁଖ୍ୟମନ୍ତ୍ରୀ ନବୀନ କିଛି ବୁଝନ୍ତି ନାହିଁ, ତୃତୀୟ ମହଲା ଦ୍ୱାରା ପରିଚାଳିତ ହୋଇଥାନ୍ତି । ୨୦୧୯ ନିର୍ବାଚନରେ ପ୍ରାର୍ଥୀ ଚୟନରେ ଦଳୀୟ ପରାମର୍ଶ ନିଆଗଲା ନାହିଁ । ଅଧିକନ୍ତୁ, ତାଙ୍କର ନିଷ୍ପତ୍ତିକୁ ସଂଗଠନ ଉପରେ ଲଦି ଦେଇଥିଲେ । ତଥାପି ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ସମ୍ମାନ ଦେଇ କାର୍ଯ୍ୟକରିଆସୁଥିବା ବେଳେ ବହଳଦା ବ୍ଲକରେ ଡ଼ଃ. ଅଚ୍ୟୁତ  ସାମନ୍ତଙ୍କ ନିର୍ବାଚନୀ ସଭାକୁ ଡ଼କାଗଲା ନାହିଁ, ଅଥବା ସଭା ବିଷୟରେ କୌଣସି ସୂଚନା ମଧ୍ୟ ଦିଆଗଲା ନାହିଁ । ଉକ୍ତ ନିର୍ବାଚନୀ ସଭାରେ ସର୍ବାଧିକ ୩/୪ ଶହ ଜନସାଧାରଣ ଯୋଗ ଦେଇଥିଲେ । ପର୍ଯ୍ୟବେକ୍ଷକମାନେ ଦଳୀୟ ପାଣ୍ଠିକୁ ହଡ଼ପ କରିବା ପାଇଁ ସୁଚିନ୍ତିତ ଯୋଜନାକୁ ଆପଣେଇ ନେଇଛନ୍ତି । ସତ୍ୟବାଦୀରୁ ନିଦେ୍ର୍ଧଶ ଆସିଲେ ନିର୍ବାଚନ ମଣ୍ଡଳୀରେ ଟଙ୍କା ଖର୍ଚ୍ଚ ହେବାର ନିଦେ୍ର୍ଧଶ ରହିଛି । ଯଦି ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀରୁ ଦଳୀୟ ପ୍ରାର୍ଥୀ ବିଜୟୀ ହୁଅନ୍ତି, ତେବେ ସତ୍ୟବାଦୀର ନିନ୍ତ୍ର୍ରଣରେ ଉଠବସ ହେବେ । ନିର୍ବାଚନ ମଣ୍ଡଳୀରେ କୌଣସି କାର୍ଯ୍ୟ ସ୍ୱାଧୀନ ଭାବେ ହୋଇପାରିବ ନାହିଁ ବୋଲି ବିଜେଡ଼ିର ପୂର୍ବତନ ଜିଲ୍ଲା ଉପସଭାପତି ଶ୍ରୀ ମିଶ୍ର ଅଭିଯୋଗ ବାଢ଼ିଛନ୍ତି । ସେହିପରି ୨୦୦୯ରୁ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀରେବିଜେଡି  ସଙ୍ଗଠନର ମଙ୍ଗ ଧରିବା ସହ ଜିଲ୍ଲା ଉପସଭାପତି ପଦବୀରେ ରହିଆସୁଛନ୍ତି । ୨୦୧୪ ନିର୍ବାଚନରେ ବିଜେଡ଼ି ବିଧାୟକଙ୍କୁ ଜିତାଇବା ସହ ଶଙ୍ଖ ଚିହ୍ନକୁ ଘରେ ଘରେ ପରିଚିତ କରାଇଥିଲେ । ବିଜେଡ଼ି ତାଙ୍କର ପରିଚୟ ସୃଷ୍ଟି କରାଇ ନଥିଲା , ସେ ବିଜେଡ଼ିର ପରିଚୟ କରାଇଥିଲେ । ବର୍ତ୍ତମାନ ନିର୍ବାଚନ ମଣ୍ଡଳୀରେ ପର୍ଯ୍ୟବେକ୍ଷକମାନଙ୍କ ଚକ୍ରାନ୍ତ ଦଳକୁ ସୁସଙ୍ଗଠିତ କରାଇବା ବଦଳରେ ବିଖଣ୍ଡିତ କରାଇଚାଲିଛି । ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀରେ ବିଜେଡ଼ିର ନେତା, କର୍ମୀମାନେ ପର୍ଯ୍ୟବେକ୍ଷକମାନଙ୍କ ଦ୍ୱାରା ବାରମ୍ବାର ଅପମାନିତ ଓ କୋଣଠେସା ହେବା ସେମାନଙ୍କ ସ୍ୱାଭିମାନ, ଆତ୍ମସମ୍ମାନରେ ଆଘାତ ପହଁଞ୍ଚାଇଛି । ସହ୍ୟ କରିବାର ସମସ୍ତ ସିଢ଼ା ଅତିକ୍ରମ କରିସାରିଥିବାରୁ ବିଜେଡ଼ି ଦଳ ତ୍ୟାଗ କରିବାର ନିଷ୍ପତ୍ତି ନେଇଛନ୍ତି ବୋଲି କହିଛନ୍ତି । ଶ୍ରୀମିଶ୍ର ବିଜେଡ଼ି ଛାଡ଼ିବା ପରେ ଅନ୍ୟ କୌଣସି ଦଳରେ ମିଶିବେ କି ନାହିଁ ପ୍ରଶ୍ନର ଉତ୍ତରରେ ନିଜ ହାତରେ ତିଆରି କରିଥିବା ଘରକୁ ଛାଡ଼ିବା କେତେ କଷ୍ଟଦାୟକ ତାହା କେବଳ ବର୍ଣ୍ଣନା କରିବା ଅସମ୍ଭବ , ତେବେ ସେ ଏକା ନୁହନ୍ତି ବିଜେଡ଼ିରୁ ପଶ୍ଚିମ ମୟୂରଭଞ୍ଜରୁ ଶହ ଶହ ନେତା ଓ କର୍ମୀ ବିଜେଡ଼ି ଛାଡ଼ିଛନ୍ତି । ସେମାନଙ୍କ ନିଷ୍ପତ୍ତି ଅନୁସାରେ ଭବିଷ୍ୟତର କର୍ମପନ୍ଥା ସ୍ଥିର କରିବେ ବୋଲି କହିବା ସହ ନିଜର ଇସ୍ତଫାପତ୍ରକୁ ଦଳର ସୁପ୍ରମୋ ମୁଖ୍ୟମନ୍ତ୍ରୀ ନବୀନଙ୍କ ନିକଟକୁ ପଠାଇଦେଇଥିବାର ସୂଚନା ଦେଇଥିଲେ । ମୁଖ୍ୟମନ୍ତ୍ରୀ ନବୀନଙ୍କ ରାଇରଙ୍ଗପୁର ଗସ୍ତ ପୂର୍ବରୁ ଏବଂ  ନିର୍ବାଚନର ମତଦାନକୁ ୫ ଦିନ ରହିଥିବା ସମୟରେ ଶ୍ରୀମିଶ୍ରଙ୍କ ଇସ୍ତଫା  ଦଳକୁ ଶକ୍ତ ଧକ୍କା ପହଁଞ୍ଚାଇଛି ବୋଲି ଜନସାଧାରଣରେ ଚର୍ଚ୍ଚା ହେଉଛି । କେବଳ ଇଶାନ ମିଶ୍ର ନୁହନ୍ତି, ବିଜେଡ଼ିର ମୟୂରଭଞ୍ଜ ଜିଲ୍ଲା ସଭାପତି ତଥା ମୋରଡ଼ା ବିଧାୟକ ମହାରାଜା ପ୍ରବୀଣ ବିଜେଡ଼ି ତ୍ୟାଗ କରିବା ପରେ ତୃତୀୟ ମହଲାକୁ ତୀବ୍ର ସମାଲୋଚନା କରିଥିଲେ ଏବଂ ମୁଖ୍ୟମନ୍ତ୍ରୀ ତୃତୀୟ ମହଲା ଦ୍ୱାରା ପରିଚାଳିତ ବୋଲି ଅଭିଯୋଗ ମଧ୍ୟ ବାଢ଼ିଥିଲେ । ସେହିପରି ପର୍ଯ୍ୟବେକ୍ଷକ ଦଳୀୟ ଟିକଟ ଦେବା ପାଇଁ ୫୦ ଲକ୍ଷ ଟଙ୍କା ସହ ହୋଟେଲରେ  ରାତ୍ରିଯାପନର ଅଭିଯୋଗ ମଧ୍ୟ ହୋଇଥିଲା । ଏବିଷୟରେ ଏକ ସମ୍ବାଦପତ୍ରରେ ଖବର ମଧ୍ୟ ପ୍ରକାଶିତ ହୋଇଥିଲା । 

 

0
0
0
s2sdefault