ହେଡଲାଇନସ୍:

ବିଦାୟୀ ମୁଖ୍ୟମନ୍ତ୍ରୀଙ୍କୁ ଆଦର ସହକାରେ ନିମନ୍ତ୍ରଣ କରାଯିବ ଏବଂ ପ୍ରଧାନମନ୍ତ୍ରୀଙ୍କ ପାଖରେ ବସାଯିବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଯେଉଁ ସରକାର ଲୋକଙ୍କ ସମସ୍ୟା କଥା ବୁଝେନାହିଁ ତାକୁ ପରିବର୍ତନ କରିବା ଦରକାର - ଧର୍ମେନ୍ଦ୍ର ପ୍ରଧାନ

 ରାଜ୍ୟରେ ମୋଦିଙ୍କ ଡବଲ ଇଞ୍ଜିନ ସରକାର ହେଲେ ବାଲେଶ୍ୱର ହେବ ସ୍ମାର୍ଟ ସିଟି

 ମାହାଙ୍ଗାରେ ମୌଳିକ ସୁବିଧା ନକରି ରାଜ୍ୟକୁ ପରିବର୍ତନ କରିଥିବା କହୁଛନ୍ତି ମୁଖ୍ୟମନ୍ତ୍ରୀ

 ଚାଷୀଙ୍କ ଉତ୍ପାଦିତ  ଜିନିଷକୁ ପାରାଦୀପ, ଅସ୍ତରଙ୍ଗ, ଧାମରା ବନ୍ଦର ମାଧ୍ୟମରେ ବିଶ୍ୱ ବଜାରରେ ପହଁଚାଇବ ବିଜେପି

 ସିମୁଳିଆ, ଖଇରା ଓ ମାର୍କୋଣା ଅଂଚଳକୁ କୃଷି ବ୍ୟବସାୟର ଏକ ବଡ କେନ୍ଦ୍ର ବନାଯିବ

 ୪୦୦ କିମି ବ୍ୟାପି କୋଷ୍ଟାଲ ହାଇୱେ ୧୦ ହଜାର କୋଟି ଟଙ୍କା ବ୍ୟୟରେ ବନାଯିବ

 ଚିଟଫଣ୍ଡକାରୀଙ୍କୁ ଜେଲ୍ ପଠାଯିବା ପରେ ସେମାନଙ୍କ ସମ୍ପତିକୁ ବାଜ୍ୟାପ୍ତ କରାଯାଇ ଉକ୍ତ ଅର୍ଥରେ ସରକାରୀ ସ୍କୁଲ ଓ ହସ୍ପିଟାଲ ବନାଯିବ

 ୨୩ ମଇରେ ଓଡିଆ ଲୋକଙ୍କ ସରକାର ହେବ, ବିଜେପିକୁ ୨୧ ରୁ ୨୧ ଲୋକସଭା ଆସନ ଓଡିଶା ଦେବ ଏବଂ କେନ୍ଦ୍ରାପଡା ଏଥର ଇତିହାସ ରଚିବ

 ସରୋଜ ସାହୁ ଓ କୋଲବ୍ଲକ ଆବଂଟନ ମାମଲାରେ ମୁଁହ ଖୋଲନ୍ତୁ ମୁଖ୍ୟମନ୍ତ୍ରୀ

 ଦୁଇ ଚାରି ଜଣ ନକଲି ଓଡିଆ ଓଡିଶାର ଗଣତନ୍ତ୍ରକୁ କଣ୍ଠରୋଧ କରିବାକୁ ପ୍ରୟାସ କରୁଥିବା ବେଳେ ନରେନ୍ଦ୍ର ମୋଦି ଏହାର ଜବାବ ଦେବେ

ଭୁବନେଶ୍ୱର/ମାହାଙ୍ଗା/ବାଲେଶ୍ୱର/ରେମୁଣା/ସୋର/ଜଳେଶ୍ୱର/ସିମୁଳିଆ-  ୨୩ ମଇରେ ଓଡିଆ ଲୋକଙ୍କ ସରକାର ହେବ । ବିଜେପିକୁ ୨୧ ରୁ ୨୧ ଲୋକସଭା ଆସନ ଓଡିଶା ଦେବ ଏବଂ କେନ୍ଦ୍ରାପଡା ଏଥର ଇତିହାସ ରଚନା କରିବ । ୨୩ ମଇ ପରେ ଓଡିଆ ଭାଷାରେ ଜଣେ ମୁଖ୍ୟମନ୍ତ୍ରୀ ଶପଥ ନେବେ । ନରେନ୍ଦ୍ର ମୋଦି ଏହି ଶପଥ ଉତ୍ସବ ବେଳେ ଆସିବେ । ଏହି ଉତ୍ସବରେ ନବୀନ ବାବୁଙ୍କୁ ବିଦାୟୀ ମୁଖ୍ୟମନ୍ତ୍ରୀ ଭାବେ ଆଦରର ସହକାରେ ନିମନ୍ତ୍ରଣ କରାଯିବ ଏବଂ ପ୍ରଧାନମନ୍ତ୍ରୀଙ୍କ ପାଖରେ ତାଙ୍କୁ ବସାଯିବ ବୋଲି କହିଛନ୍ତି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ | 

ମୁଖ୍ୟମନ୍ତ୍ରୀ ୧୯ ବର୍ଷ ଧରି ଶାସନ ଦାୟିତ୍ୱରେ ରହିବା ପରେ ମଧ୍ୟ ବାଲେଶ୍ୱର ଅଂଚଳରେ ଫ୍ଲୋରାଇଡ ଯୁକ୍ତ ପାଣି ମୁଖ୍ୟ ସମସ୍ୟା ହୋଇଛି । ମାଆଭଉଣୀ ମାନେ ପିଇବା ପାଇଁ ବିଶୁଦ୍ଧ ପାଣି ପାଉନାହାନ୍ତି, ଚଷାଚାଷୀ ଅଂଚଳରେ ଶୀତଳ ଭଣ୍ଡାର ନାହିଁ । ଯେଉଁ ସରକାର ଲୋକଙ୍କ ସମସ୍ୟା କଥା ବୁଝେନାହିଁ ତାକୁ ପରିବର୍ତନ କରିବା ଦରକାର ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ମାହାଙ୍ଗା ଅଂଚଳରେ ମୌଳିକ ସୁବିଧା ନକରି ରାଜ୍ୟକୁ ପରିବର୍ତନକରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହୁଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତିା

କଟକ ଜିଲ୍ଲା ମହାଙ୍ଗା ନିର୍ବାଚନ ମଣ୍ଡଳିର ନିଶ୍ଚିନ୍ତକୋଇଲି ଏବଂ ବାଲେଶ୍ୱର ଜିଲ୍ଲା ରେମୁଣା ନିର୍ବାଚନ ମଣ୍ଡଳିର ପତ୍ରିପାଳ, ସୋରର ଚିତୋଳ, ଜଳେଶ୍ୱରର ରାଇବଣିଆ ଓ ସିମୁଳିଆର ମର୍କୋଣା ଠାରେ ଆୟୋଜିତ ବିଜେପିର ବିଜୟ ସଂକଳ୍ପ ସଭାରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ରାଜ୍ୟରେ ନରେନ୍ଦ୍ର ମୋଦିଙ୍କ ଡବଲ ଇଞ୍ଜିନ ସରକାର ହେଲେ ବାଲେଶ୍ୱର ଓ ରେମୁଣାକୁ ନେଇ ଏକ ସ୍ମାର୍ଟ ସିଟି କରାଯିବ । ଏ ଅଂଚଳର ରୋଜଗାର, ଶିଳ୍ପାୟନ ଓ ଜୀବନଜୀବିକା ଖୋଦ୍ ନରେନ୍ଦ୍ର ମୋଦି ଚିନ୍ତା କରିବେ । ବାଲେଶ୍ୱରକୁ ରାଜ୍ୟର ଏକ ଅଗ୍ରଣୀ ଅଂଚଳ ଭାବେ ତିଆରି କରାଯିବ । ସେହିପରି ସିମୁଳିଆରେ ଏକ ଓଭର ବ୍ରିଜ୍ ତିଆରି କରାଯିବ । ଏହାବ୍ୟତିତ ଏଠାରେ କୃଷିଭିତିକ ଶିଳ୍ପ ପ୍ରତିଷ୍ଠା  କରି ସିମୁଳିଆ, ଖଇରା ଓ ମାର୍କୋଣା ଅଂଚଳକୁ କୃଷି ବ୍ୟବସାୟର ଏକ ବଡ କେନ୍ଦ୍ର ବନାଯିବ । ଶ୍ରୀ ପ୍ରଧାନ କହିଛନ୍ତି ଯେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ନବୀନ ବାବୁ ୧୯ ବର୍ଷରେ କଣ କଲେ, ଆଗାମୀ ୫ ବର୍ଷର ଯୋଜନା କଣ ତାହା ପ୍ରକାଶ କରୁନାହାନ୍ତି । ୧୯ ବର୍ଷ ଶାସନରେ ଏ ଅଂଚଳରେ ଶୁଦ୍ଧ ପିଇବା ପାଣି ନାହିଁ, ସ୍କୁଲରେ ଶିକ୍ଷକ ନାହାନ୍ତି, ଡାକ୍ତରଖାନାରେ ଡାକ୍ତର ନାହାନ୍ତି, ଏ ଅଂଚଳର ଯୁବକ ବାହାରକୁ କାମ କରିବାକୁ ଯାଉଛି, ଜଳ ସେଚନ ନାହିଁ, ଶୀତଳ ଭଣ୍ଡାର ନାହିଁ, ୨୪ ଘଂଟା ବିଜୁଳି ନାହିଁ । ଏସବୁର ବ୍ୟବସ୍ଥା ନକରି ମୁଖ୍ୟମନ୍ତ୍ରୀ ଓଡିଶାକୁ ପରିବର୍ତନ କରିଥିବା କଥା କହୁଛନ୍ତି ।

ଓଡିଶାରେ ନରେନ୍ଦ୍ର ମୋଦିଙ୍କ ଡବଲ ଇଞ୍ଜିନର ସରକାର ହେଲେ ଚାଷୀଙ୍କ ଉତ୍ପାଦିତ  ଜିନିଷ ପାରାଦୀପ, ଅସ୍ତରଙ୍ଗ, ଧାମରା ବନ୍ଦର ଦେଇ ବିଶ୍ୱ ବଜାରରେ ପହଁଚାଯିବ ଏବଂ ଏହାର ଦାୟିତ୍ୱ ବିଜେପି ନେବ । ଏହିପରି ଓଡିଶାରେ ମୋଦିଙ୍କ ସରକାର ଆସିଲେ ଗୋପାଳପୁର ଠାରୁ ଦୀଘା ପର୍ଯ୍ୟନ୍ତ ୪୦୦ କିମି ବ୍ୟାପି କୋଷ୍ଟାଲ ହାଇୱେ ୧୦ ହଜାର କୋଟି ଟଙ୍କା ବ୍ୟୟରେ ବନାଯିବ, ଗୁଣ୍ଡା ବିରୋଧୀ ଆଇନ ଅଣାଯାଇ ଗୁଣ୍ଡା ମାନଙ୍କୁ ଜେଲ୍ ପଠାଯିବ,ଚିଟଫଣ୍ଡକାରୀଙ୍କୁ ତିନିମାସରେ ଜେଲ୍ ପଠାଯିବା ପରେ ସେମାନଙ୍କ ସମ୍ପତିକୁ ବାଜ୍ୟାପ୍ତ କରାଯାଇ ଉକ୍ତ ଅର୍ଥରେ ସରକାରୀ ସ୍କୁଲ ଓ ହସ୍ପିଟାଲ ବନାଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ସରୋଜ ସାହୁ କିଏ ? ତା’ର ତାର କେଉଁ ପର୍ଯ୍ୟନ୍ତ ଲମ୍ବିଛି । ଏହାର ଉତର ମୁଖ୍ୟମନ୍ତ୍ରୀ ଦେଲେ ନାହିଁ । ମୁଖ୍ୟମନ୍ତ୍ରୀ ଭୁତ କମ୍ପାନୀକୁ ଶହଶହ କୋଟି ଟଙ୍କାର ଲାଂଚ ଖାଇ କୋଇଲା ଖଣି ଦେଇଛନ୍ତି ନା ନାହିଁ ? କୋଲବ୍ଲକ ଆବଂଟନରେ ତାଙ୍କୁ ସିବିଆଇ ଜେରା କରିଛି କି ନାହିଁ ? ନିର୍ବାଚନ ସତ୍ୟପାଠରେ ଏହି କଥା ଉଲ୍ଲେଖ କରିଛନ୍ତି କି ନାହିଁ ? ମୁଖ୍ୟମନ୍ତ୍ରୀଙ୍କ ସତସାହତ ଥିଲେ ଏହି ସବୁ ପ୍ରଶ୍ନର ଉତର ଦିଅନ୍ତୁ ବୋଲି ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି ।

ଦୁଇ ଚାରି ଜଣ ନକଲି ଓଡିଆ ଓଡିଶାର ଗଣତନ୍ତ୍ରକୁ କଣ୍ଠରୋଧ କରିବାକୁ ପ୍ରୟାସ କରୁଥିବା ବେଳେ ନରେନ୍ଦ୍ର ମୋଦି ଏହାର ଜବାବ ଦେବେ । ଶ୍ରୀ ପ୍ରଧାନ କହିଛନ୍ତି ଯେ ମୋଦି ଓ ପରିବର୍ତନ ନାଁ ଶୁଣିଲେ ମୁଖ୍ୟମନ୍ତ୍ରୀଙ୍କୁ କଷ୍ଟ ହେଉଛି । ମୋଦିଙ୍କ ଡବଲ ଇଞ୍ଜିନକୁ ଠେଲି ପକାଇଦେବା କଥା କହୁଛନ୍ତି । ସାଢେ ୪ କୋଟି ଓଡିଆ ଲୋକ ଏଥର ନରେନ୍ଦ୍ର ମୋଦିଙ୍କ ସହ ଠିଆ ହେବେବୋଲି ସେ କହିଛନ୍ତିା ଦେଶରେ ରୋଜଗାର ବଢିବା, ମହିଳାଙ୍କ ସୁରକ୍ଷା ଓ ଗରିବ କଲ୍ୟାଣକୁ ନରେନ୍ଦ୍ର ମୋଦି ଗୁରୁତ୍ୱ ଦେଇଛନ୍ତି । ଦଳୀୟ ପ୍ରାର୍ଥୀଙ୍କୁ ଜିତାଇ ଓଡିଶାରେ ଡବଲ ଇଞ୍ଜିନ ସରକାର କରିବାକୁ ଶ୍ରୀ ପ୍ରଧାନ ଆହ୍ୱାନ କରିଥିଲେ ।

0
0
0
s2sdefault