ହେଡଲାଇନସ୍:

ବାରିପଦା ସହରରେ ମୁଖ୍ୟମନ୍ତ୍ରୀଙ୍କ ରୋଡ ସୋ,ବାରିପଦା ପୌରପରିଷଦ ହେଲା ଶଙ୍ଖମୟ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାରିପଦା(Dillip mohanty) : ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ମୟୂରଭଞ୍ଜ ଜିଲ୍ଲା ଏବେ ଚଳଚଂଚଳ ହୋଇ ଉଠିଛି । ଗୋଟିଏ ଦୁିନରେ ଦୁଇ ଜଣ ହେଭିୱେଟ ନେତାଙ୍କର ବାରିପଦାରେ ରୋଡ ସୋ ହୋଇଛି । ପ୍ରଥମେ ବିଜେପିର କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅପରାହଣ ୫ଟା୧୫ରେ ମଧୁବନ ଷ୍ଟାଡିୟମ ଠାରୁ ରୋଡ ଆରମ୍ଭ କରି ଛଉପଡ଼ିଆ ଠାରେ ପହଁଚିଥିଲେ । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ବାଲେଶ୍ୱର ଜିଲ୍ଲାରୁ ରୋଡ ସୋ କାର୍ଯ୍ୟକ୍ରମ ସାରି ଦୁଇ ଦିନିଆ ମୟୂରଭଞ୍ଜରେ ହାଇଟେକ ପ୍ରଚାର କରିଛନ୍ତି । ମୁଖ୍ୟମନ୍ତ୍ରୀ ପ୍ରଥମେ ମୟୂରଭଞ୍ଜ ଜିଲ୍ଲାର କଳମା ଛକ ଠାରେ ୫ଟା୩୦ରେ ପହଁଚିଥିଲେ । ପରେ ସେଠାରୁ ବୈଶିଙ୍ଗା ମାଣତ୍ରୀ ହୋଇ ଡୁକୁରା ରାତି ୮ଟାରେ ପହଁଚି ଥିଲେ । ପରେ ଡୁକୁରା ଠାରେ ତାଙ୍କୁ ବିଜେଡି ଦଳ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ସେଠାରୁ ସେ ସିଧା ବାରିପଦା ସହର ଅଭିମୁଖେ ଆସି ରାତି ୮ଟା୩୦ରେ କୃଷ୍ଣଚନ୍ଦ୍ର ଗୋଲେଇ ଠାରେ ପହଁଚି ଥିଲେ । ବାଲେଶ୍ୱର ଗୋଲେଇ ଠାରେ ବିଜେଡି ପକ୍ଷରୁ ସ୍ୱାଗତ ଜଣାଯିବା ପରେ ସେ ଉଭୟ ଲୋକସଭା ଏବଂ ବିଧାନସଭା ପ୍ରାର୍ଥିଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ଭୋଟ ଭିକ୍ଷା କରିଥିଲେ । ତେବେ ଅନ୍ୟ ଏକ ଗାଡିରେ ବିଜେଡି ଲୋକସଭା ସାଂସଦ ପ୍ରାର୍ଥି ଦେବାଶିଷ ମାର୍ଣ୍ଡି,ବାରିପଦା ବିଧାୟିକା ପ୍ରାର୍ଥି ସରୋଜିନି ହେମ୍ବ୍ରମ,ବାଙ୍ଗିରିପୋଷି ବିଧାୟକ ପ୍ରାର୍ଥି ସୁଦାମ ମାର୍ଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ବିଜେଡି ଯୁବ ସଭାପତି ଜିତେନ୍ଦ୍ର ମହାନ୍ତିଙ୍କ ନେତୃତ୍ୱରେ ଏକ ବାଇକ ରାଲି ସହରର ମଧ୍ୟରେ ଅନୁଷ୍ଠିତ  ହୋଇଥିଲା । ତେବେ ମୁଖ୍ୟମନ୍ତ୍ରୀଙ୍କୁ ଦେଖିବା ପାଇଁ ରାସ୍ତାର ଦୁଇ କଡରେ ହଜାର ହଜାର ସଂଖ୍ୟାରେ ଲୋକେ ଉପସ୍ଥିତ ଥିଲେ । ତେବେ ମୁଖ୍ୟମନ୍ତ୍ରୀ ବିଗେଡି କାର୍ଯ୍ୟାଳୟ ହୋଇ ଭଞ୍ଜପୁରହୋଇ ମୁର୍ଗାବାଡି,ଦାରଘାଡିହି,ପାଲବଣି ଗୋଲେଇ ହୋଇ ୯ଟା୩୦ରେ ସର୍କିଟ ହାଉସ ପହଁଚି ଥିଲେ । ଏବଂ ସେଠାରେ ଆଜି ରାତ୍ରୀ ଯାପନ କରିବେ । ତେବେ ଗୁରୁବାର ସକାଳ ୯ଟା୫୦ମିନିଟ ସମୟରେ ସର୍କିଟ ହାଉସରୁ ବାହାରି ବାରିପଦା ଜଗନ୍ନାଥ ମନ୍ଦିରରେ ଶ୍ରୀ ଜଗନ୍ନାଥଙ୍କୁ ପୂଜାର୍ଚ୍ଚନା କରି କପ୍ତିପଦା,ମୋରଡା ହୋଇ ରାଇରଙ୍ଗପୁର ଯିବାର କାର୍ଯ୍ୟକ୍ରମ ରହିଛି । ତେବେ ରାଇରଙ୍ଗପୁର ଠାରେ କେବଳ ରୋଡସୋ କରିବାର କାର୍ଯ୍ୟକ୍ରମ ରହିଛି ।    

0
0
0
s2sdefault