ହେଡଲାଇନସ୍:

ବାରିପଦାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ରୋଡ ସୋ : ବିଜେଡି କାର୍ଯ୍ୟାଳୟ ସମ୍ମୁଖରେ ମୁହାଁମୁହିଁ  

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାରିପଦା,(ଦିଲ୍ଲୀପ ମହାନ୍ତି): ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ମୟୂରଭଞ୍ଜ ଜିଲ୍ଲା ଏବେ ଦୁଲୁକୁଛି । ଗୋଟିଏ ଦୁିନରେ ଦୁଇ ଜଣ ହେଭିୱେଟ ନେତାଙ୍କର ବାରିପଦାରେ ରୋଡ ସୋ । ଗୋଟିଏ ପଟେ ବିଜେପିର ରୋଡ ସୋ ଓ ଅନ୍ୟପଟେ ବିଜେଡି ସୁପ୍ରିମୋଙ୍କ ରୋଡ ସୋ । ତେବେ ବାରିପଦାରେ ଏବେ ରାଜନୈତିକ ପାଣିପାଗ ସରଗରମ ରହିଛି । ଏପରିକି ବିଜେପିର ରୋଡ ସୋ ସମୟରେ ଜିଲ୍ଲା ବିଜେଡି କାର୍ଯ୍ୟାଳୟ ସମ୍ମୁଖରେ ବିଜେଡି ଓ ବିଜେପି ପରସ୍ପର ମଧ୍ୟରେ ମୁହଁମୁହିଁ ହୋଇଛନ୍ତି । ଏବଂ ଏହି ଠାରେ ବିଜେଡି ପକ୍ଷରୁ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିରୋଧ କରାଯାଇଛି ।  ସୂଚନା ଅନୁସାରେ, କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୋପବନ୍ଧୁନଗର ବ୍ଲକ ଅଧିନ ପୁରୁଣାବାରିପଦା ହାଟ ପଡ଼ିଆରେ ନିର୍ବଚନ ପ୍ରଚାର କରି ବାରିପଦାକୁ ଫେରିଥିଲେ । ତେବେ ବାରିପଦା ସହରରେ ଅପରାହଣ ୫ଟା୧୫ମିନିଟ ସମୟରେ ସ୍ଥାନୀୟ ମଧୁବନ ଷ୍ଟାଡିୟମରୁ ରୋଡ ସୋରେ ବାହାରି ଥିଲା । ଏହି ରୋଡ ସୋରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସାଂସଦ ପ୍ରାର୍ଥି ବିଶେଶ୍ୱର ଟୁଡୁ,ବାରିପଦା ବିଧାୟକ ପ୍ରାର୍ଥି ପ୍ରକାଶ ସୋରେନ,ମୋରଡା ବିଧାନସଭା ପ୍ରାର୍ଥି କୃଷ୍ଣଚନ୍ଦ୍ର ମହାପାତ୍ର,ବିଜେଡି ଛାଡି ବିଜେପିରେ ଯୋଗଦେଇଥିବା ବଜେଡିର ମୋରଡା ବିଧାୟକ ତଥା ବିଜେପିର ଜିଲ୍ଲା ପ୍ରଚାର କମିଟିର ଅଧ୍ୟକ୍ଷ ମହାରାଜା ପ୍ରବୀଣଚନ୍ଦ୍ର ଭଞ୍ଜଦେଓ,କବିବିଷ୍ଣୁ ଶତପଥିଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ । ତେବେ ଏହି ରୋଡସୋ ବାରିପଦା ସ୍ଥିତ ମଧୁବନ ପଡ଼ିଆ ଠାରୁ ୫ଟା୧୫ମିନିଟ ସମୟରେ ବାହାାରି ବାଲେଶ୍ୱର ଗୋଲେଇ ହୋଇ ବଡ଼ବଜାର,କଲେଜଛକ,ଷ୍ଟେଟ ବ୍ୟାଙ୍କ ରାସ୍ତା ହୋଇ ଟ୍ରାଫିକ ଛକ,ବିଜୁ ଗୋଲେଇ ଛକ,କଚେରୀରୁ ସିଧାସଳଖ ଛଉପଡ଼ିଆରେ ୭ଟା୧୫ମିନିଟ ସମୟରେ ପହଁଚି ଥିଲା । ତେବେ ଏହି ରୋଡ ସମୟରେ ବିଜେପି ପକ୍ଷରୁ ରାଲି ବହୁ ଅଳ୍ପ ସଂଖ୍ୟକ ଲୋକ ରହିଥିବା ଦେଖିବାକୁ ମିଳିଥିଲା । ତେବେ ଧର୍ମେନ୍ଦ୍ର ପ୍ରଧାନଙ୍କ ଏହି ରୋଡ ସେ ବିଜେଡି ଜିଲ୍ଲା କାର୍ଯ୍ୟାଳୟ ସମ୍ମୁଖରେ ୬ଟା ୪୫ମିନିଟ ସମୟରେ ପହଁଥିଲା । ପୂର୍ବରୁ ସେଠାରେ ବିଜେଡି କର୍ମୀମାନେ ଧର୍ମେନ୍ଦ୍ରଙ୍କୁ ବିରୋଧ କରିବା ପାଇଁ ପ୍ରସ୍ତୁତ ହୋଇ ରହିଥିଲେ । ତେବେ ଜିଲ୍ଲା ଯୁବ ବିଜେଡି ସଭାପତି ଜିତେନ୍ଦ୍ର ମହାନ୍ତିଙ୍କ ନେତୃତ୍ୱରେ ଶତାଧିକ ବିଜେଡି କର୍ମୀ ବିଜେଡି ଜିଲ୍ଲା କାର୍ଯ୍ୟାଳୟ ସମ୍ମୁଖଷର ଧର୍ମେନ୍ଦ୍ରଙ୍କୁ ବିଜେଡି ପତାକା ଦେଖାଇ ବିରୋଧ କରିଥିଲେ । ଏପରିକି କିଛି ସମୟ ପାଇଁ ରାସ୍ତା ମଧ୍ୟ ଅବରୋଧ କରିଥିଲେ । ପୁଲିସ ସହାୟତାରେ  ଏହି ରାଲିକୁ ଆଗାକୁ ବଢ଼ିଥିଲା । ତେବେ ବିଜେଡି କର୍ମୀମାନେ ନବୀନ ପଟ୍ଟନାୟକ ଜିନ୍ଦାବଦ ନାରା ଦେଇ ଲୋକସଭା ଓ ବିଧାନସଭାର କ୍ଷେତ୍ରରେ ସମସ୍ତ ପ୍ରାର୍ଥି ଜିତିବେ ବୋଲି ଧର୍ମେନ୍ଦ୍ରଙ୍କ ସମ୍ମୁଖରେ ନାରାବାଜି କରିଥିଲେ । ତେବେ ଏହି ସମୟରେ ମହାରାଜା କେବଳ ବିଜେଡି କାର୍ଯ୍ୟାଳୟକୁ ଚାହିଁ ରହିଥିଲେ । ତେବେ ସେଠାରେ ଦୀର୍ଘ ସମୟ ଧରି ଉତେଜନା ପ୍ରକାଶ ପାଇଥିଲା । ଗୋଟିଏ ପଟେ ସବୁଜ  ପତାକା ଓ ଅନ୍ୟପଟେ ଗେରୁଆ ପତାକା ମଧ୍ୟରେ କଥାକଟି ହେଉଥିବା ଦେଖିବାକୁ ମଧ୍ୟ ମିଳିଥିଲା । ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟ ଆଜି ରୋଡ ସୋ ଅନୁଷ୍ଠିତ  ହେବାକୁ ଥିବା ବେଳେ ବର୍ତମାନ ସୁଦ୍ଧା ବାରିପଦା ପହଁଚି ନାହାନ୍ତି । ପ୍ରାୟ ରାତି ୯ଟା ହେବାର ସମ୍ଭାବନା ରହିଛି । ଏବଂ ରାତିରେ ରୋଡ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାରି ସର୍କିଟ ହାଉସରେ ରହିବାର ବ୍ୟବସ୍ଥା ହୋଇଛି । ଅନ୍ୟପଟେ  ମୋରଡା ଠାରେ ନିର୍ବାଚନ ପ୍ରଚାର କରିଛନ୍ତି ଝାଡଖଣ୍ଡ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ।

 

 

 

 

0
0
0
s2sdefault