ହେଡଲାଇନସ୍:

ବେଦୁଙ୍କ ଜାଗାରେ ବିଜେଡିରୁ କିଏ, ତାକୁ ନେଇ କଳ୍ପନା ଜଳ୍ପନା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାଟକୁରା : ୧୯ରେ ଭୋଟ, ୧ସୁଦ୍ଧା  ନାମାଙ୍କନ 

ଭୁବନେଶ୍ୱର: ଆସନ୍ତା ମେ’ ୧୯ ତାରିଖରେ ପାଟକୁରା ବିଧାନସଭା ଆସନରେ ମତଦାନ ହେବ ବୋଲି ଆଜି ନିର୍ବାଚନ କମିଶନଙ୍କ ତରଫରୁ ସୂଚନା ମିଳିଛି | ଏନେଇ ନିର୍ବାଚନ କମିଶନଙ୍କ ତରଫରୁ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି । ତେବେ ମେ’ ୧ ରେ ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି । ମେ’ ୨ରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ । ମେ’ ୪ ତାରିଖ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର କରାଯାଇପାରିବ । ଚତୁର୍ଥ ପର୍ଯ୍ୟାୟ ତଥା ଏପ୍ରିଲ ୨୯ରେ ପାଟକୁରାରେ ନିର୍ବାଚନ ହେବାର ଥିଲା । ଉଲ୍ଲେଖନୀୟ, ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲଙ୍କ ଦେହାନ୍ତ କାରଣରୁ ଏଠାରେ ବିଧାନସଭା ପାଇଁ ମତଦାନକୁ ସ୍ଥଗିତ ରଖାଯାଇଥିଲା । ସେଥିଲାଗି ଏପ୍ରିଲ ୨୯ ନିର୍ବାଚନ ବଦଳି ମେ’ ୧୯ରେ ହେବ ବୋଲି ସୂଚନା ମିଳିଛି |

ହେଲେ ଏବେ କିଏ ବିଜେଡିରୁ ହେବେ ପ୍ରାର୍ଥୀ | ଦାବିଦାର ଅନେକ | ପ୍ରଶ୍ନ ଉଠୁଛି ଶକ୍ତିଶାଳୀ ବିଜୟ ମହାପାତ୍ରଙ୍କୁ ମୁକାବିଲା କରିବା କିଏ | ସଂଖପତି ଟିକେଟ ଦେବେ କାହାକୁ |  ସ୍ବର୍ଗତ ବେଦପ୍ରକାଶଙ୍କ ପରିବାରରୁ କାହାକୁ ଜଣକୁ ଦେଇ ବିଜେଡି ସିମ୍ପାଥି ନେବା ବୋଇଲି ଶୁଣ ଯାଉଥିଲା ବେଳେ ଅନ୍ୟ ପ୍ରମୁଖ ଦାବୀଦାରଙ୍କ ମଧ୍ୟରେ ପ୍ରମୋଦ ସାହୁ, ତେଜେଶ୍ୱର ପରିଡା, ରବି ସାମଲ, ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ ଅନ୍ୟତମ | ଅନ୍ୟ ପକ୍ଷରେ କୁଆଡେ ଅତନୁ ସବ୍ୟସାଚୀଙ୍କ ଭାଇ ଶାନ୍ତନୁ ନାୟକ  ଭିଆରଏସ ଆବେଦନ କରିଛନ୍ତି ବୋଲି ଶୁଣା ଯାଉଛି | ଯଦି ଏହା ସତ୍ୟ ସେ ଭି ଜଣେ ପ୍ରମୁଖ ଦାବିଦାର ହୋଇପାରନ୍ତି | ହେଲେ ସାମନାରେ ବିଜୟ, ଦିଲ୍ଲୀପ ଓ ବୈଜୟନ୍ତ  ଥିବା ଯୋଗୁ ବିଜେଡି ଭାବିଚିନ୍ତି ଚାଲ ଚଳାଇବ ବୋଲି ଆଶା କରାଯାଉଛି |

0
0
0
s2sdefault